Advertisment

ଗୁରୁତର କରୋନା ରୋଗୀଙ୍କୁ ଭଲ କରିବ ଏହି ଔଷଧ ! ଟ୍ରମ୍ପଙ୍କୁ ମଧ୍ୟ ଦିଆଯାଇଥିଲା . . . .

କରୋନାକୁ ନାଶ କରିବା ପାଇଁ ଆସିଲା ଔଷଧ । ରୋନାପ୍ରେବ୍‌ ନାମକ ଆଣ୍ଚିବଟି ଦ୍ୱାରା କରୋନା ଭାଇରସ୍‌ ଦ୍ୱାରା ଆକ୍ରାନ୍ତଙ୍କ ରୋଗୀଙ୍କ ଜୀବନ ରକ୍ଷା ହୋଇପାରିବ । ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ ଟ୍ରମ୍ପଙ୍କୁ ମଧ୍ୟ କରୋନାରୁ ମୁକ୍ତ ପାଇଁ ଏହି ଆଣ୍ଟିବଟି ଦିଆଯାଇଥିଲା ।

ଅଦ୍ୟତନ ହୋଇଛି
undefined

covid 19

Advertisment

ବ୍ରିଟେନ: କରୋନାକୁ ନାଶ କରିବ ଜୀବନରକ୍ଷକ ରୋନାପ୍ରେବ୍‌ । ବ୍ରିଟେନରେ କରୋନା ଭାଇରସରେ ପୀଡିତ ହଜାର ହଜାର ରୋଗୀଙ୍କ ପାଇଁ ଆଶ୍ୱସ୍ତିକର ଖବର  । ରୋଗୀମାନଙ୍କୁ ବର୍ତ୍ତମାନ ରୋନାପ୍ରେବ୍‌ ନାମକ ଏକ ନୂତନ ଜୀବନ ରକ୍ଷାକାରୀ ଆଣ୍ଟିବଡି ସହିତ ଚିକିତ୍ସା କରାଯିବ । ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ମଧ୍ୟ ଏହି ଔଷଧ ଦେଇ ଚିକିତ୍ସା କରାଯାଇଥିଲା। ରୋଗ ପ୍ରତିରୋଧକ ଶକ୍ତି ଦୁର୍ବଳ ଥିବା ତଥା ଟିକାକରଣ ପରେ ମଧ୍ୟ ଭାଇରସ୍ ବିରୋଧରେ ଆଣ୍ଟିବଡି ସୃଷ୍ଟି ହୋଇନଥିବା ଲୋକଙ୍କୁ ଏହି ଔଷଧ ଦିଆଯିବ ।

Advertisment

ଦୁଇଟି ମୋନୋକ୍ଲୋନାଲ ଆଣ୍ଟିବଡିର ମିଶ୍ରଣରେ ତିଆରି ହୋଇଛି ରୋନାପ୍ରେବ୍‌ । ଯେଉଁ ଡାକ୍ତରଖାନାରେ କରୋନା ରୋଗୀଙ୍କ ଠାରେ ଆଣ୍ଟିବଟି ପ୍ରଭାବଶୀଳ ହେଉନାହିଁ, ସେହି ଡାକ୍ତରଖାନାକୁ ପ୍ରଥମେ ଏହି ଔଷଧ ପଠାଯିବ । ଗତ ବର୍ଷ ଡୋନାଲ୍ଡ ଟ୍ରମ୍ପ କରୋନା ସଂକ୍ରମିତ ହୋଇଥିବାବେଳେ, ତାଙ୍କୁ ଏହି ଆଣ୍ଟିବଡି ସାହାଯ୍ୟରେ ଚିକିତ୍ସା କରାଯାଇଥିଲା।

ଯେଉଁ କରୋନା ରୋଗୀଙ୍କ ଠାରେ କୌଣସି ପ୍ରକାରର ଚିକିତ୍ସାର ପ୍ରଭାବ ପଡୁନଥିଲା, ସେମାନଙ୍କ ପାଇଁ ଏହି ଔଷଧ ତିଆରି କରାଯାଇଥିବା କହିଛନ୍ତି ବ୍ରିଟେନର ସ୍ୱାସ୍ଥ୍ୟମନ୍ତ୍ରୀ ସାଜିଦ୍ ଜାଭିଦ୍  । ତେଣୁ ଏହି ନୂଆ ଆଣ୍ଟିବଟିକୁ ସମଗ୍ର ବ୍ରିଟେନ୍‌ବାସୀଙ୍କୁ ଦିଆଯିବ । ଆସନ୍ତା ସପ୍ତାହ ମଧ୍ୟରେ ରୋଗୀଙ୍କ ଉପରେ ଏହି ଔଷଧର ପ୍ରଭାବ ଦେଖାଯିବ ବୋଲି ଆଶା କରାଯାଉଥିବା ସେ କହିଛନ୍ତି ।

Advertisment

କରୋନା ସହ କ୍ୟାନସର କିମ୍ୱା ଅଟୋମ୍ୟୁମ୍ୟୁନ ପରି ରୋଗରେ ପୀଡ଼ିତ ଥିବା ବ୍ୟକ୍ତିଙ୍କୁ ଏହି ଔଷଧ ଦିଆଯିବ ।  କାରଣ ସେମାନଙ୍କଠାରେ କୌଣସି ଆଣ୍ଟିବଡି କାମ କରିପାରୁନାହିଁ । ତେବେ ଏଥିପାଇଁ ଖୁବ୍‌ ଶୀଘ୍ର ଗାଇଡଲାଇନ୍‌ ଜାରି କରାଯିବ ବୋଲି AHS ପକ୍ଷରୁ କୁହାଯାଇଛି । ଫଳରେ ଏପରି ଗୁରୁତର ରୋଗୀଙ୍କର ଶୀଘ୍ର ଚିକିତ୍ସା ହୋଇପାରିବ । 

Advertisment

ରୋନାପ୍ରେବ୍‌ ଏପରି ଏକ  ଔଷଧ ଯାହାକୁ କୋଭିଡ -19 ର ଚିକିତ୍ସା ପାଇଁ MHR (ମେଡିସିନ୍ ଏବଂ ହେଲଥ କେୟାର ପ୍ରଡକ୍ଟ ରେଗୁଲେଟୋରୀ ଏଜେନ୍ସି) ଦ୍ୱାରା ସ୍ୱୀକୃତିମିଳିଛି ।

COVID-19 COVID-19 Treatment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ