COVID Positive At Burla VIMSAR
ସମ୍ବଲପୁର: ବୁର୍ଲା ଭୀମ୍ସାର୍ର କୋଭିଡ୍ ଆକ୍ରାନ୍ତ ଡାକ୍ତରୀ ଛାତ୍ରଙ୍କ ଜେନୋମ୍ ସିକ୍ୟୁଏନ୍ସିଂ ରିପୋର୍ଟ ଆସିଛି। ଜେନୋମ୍ ସିକ୍ୟୁଏନ୍ସିଂ ରିପୋର୍ଟରୁ ୨ଜଣ ଡେଲ୍ଟା ଭାରିଏଣ୍ଟ୍ରେ ଆକ୍ରାନ୍ତ ଥିବା ଜଣାପଡ଼ିଛି। ପରୀକ୍ଷା ହୋଇଥିବା ୧୧ଟି ନମୁନାରୁ ଅନ୍ୟ ୯ଟି ଡେଲ୍ଟାର ଅନ୍ୟ ଭାରିଏଣ୍ଟ୍ରେ ଆକ୍ରାନ୍ତ ଥିବା ଜଣାପଡ଼ିଛି। ଏନେଇ ଭୀମ୍ସାର୍ର ଡିନ୍ ଜୟଶ୍ରୀ ଦୋରା ସୂଚନା ଦେଇଛନ୍ତି।
ସୂଚନାଥାଉ କି, ଜେନୋମ୍ ସିକ୍ୟୁଏନ୍ସିଂ ପରୀକ୍ଷା ପାଇଁ ୨୧ଟି ସ୍ୱାବ୍ ଭୁବନେଶ୍ୱର ପଠା ଯାଇଥିଲା। ସେଥିମଧ୍ୟରୁ ପରୀକ୍ଷା ହୋଇଥିବା ୧୧ଟି ନମୁନାରୁ ୨ଜଣ ଡେଲ୍ଟା ଭାରିଏଣ୍ଟ୍ରେ ଆକ୍ରାନ୍ତ ଥିବା ଜଣାପଡ଼ି ଥିବାବେଳେ ଅନ୍ୟ ୯ ଜଣ ଡେଲ୍ଟାର ଅନ୍ୟ ଭାରିଏଣ୍ଟ୍ରେ ଆକ୍ରାନ୍ତ ହୋଇଛନ୍ତି।
ଅନ୍ୟପକ୍ଷେ, ଯାଜପୁର ଜିଲ୍ଲା ଦଶରଥପୁରର ଏକ ସରକାରୀ ଆବାସିକ ବାଳିକା ବିଦ୍ୟାଳୟର ୯ ଜଣ ଛାତ୍ରୀ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଷଷ୍ଠ ଓ ନବମ ଶ୍ରେଣୀରେ ପଢୁଥିବା ୯ ଜଣ ଛାତ୍ରୀ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ସୂଚନା ମିଳିଛି। ଜିଲ୍ଲା ମଙ୍ଗଳ ଅଧିକାରୀ ଏହି ସୂଚନା ଦେବା ସହ ସମସ୍ତଙ୍କୁ ସ୍ୱତନ୍ତ୍ର ଗୃହରେ ଆଇସୋଲେସନରେ ରଖାଯାଇଥିବା କହିଛନ୍ତି। ଏହି ସ୍କୁଲର ମୋଟ୍ ୧୯୫ ଜଣଙ୍କ କୋଭିଡ ଟେଷ୍ଟ କରାଯାଇଥିଲା। ସେମାନଙ୍କ ମଧ୍ୟରୁ ୯ ଜଣ ଛାତ୍ରୀ ପଜିଟିଭ ହୋଇଥିବା ଜଣାପଡିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1638845035.jpg)