Advertisment

ଆଜି ଜଗା ଦର୍ଶନ ବନ୍ଦ, ଶ୍ରୀମନ୍ଦିରରେ ପାଳନ ହେବ ସ୍ୱତନ୍ତ୍ର ନୀତିକାନ୍ତି

ଅଧର୍ମ ଉପରେ ଧର୍ମର ଜୟ, ଅସତ୍ୟ ଉପରେ ସତ୍ୟର ବିଜୟ। ଆଜି ଜଗଜ୍ଜନନୀ ମା ଦୁର୍ଗାଙ୍କର ବିଜୟା ଦଶମୀ ବା ଦଶହରା ପର୍ବ। ଏଥିପାଇଁ ଆଜି ଉଭୟ ପୀଠ ଓ ପୂଜା ମଣ୍ଡପରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା କରାଯାଉଛି। ହେଲେ କଟକଣା ପାଇଁ ନାହିଁ ଭକ୍ତଙ୍କ ଗହଳି

Puri Srimandir

Puri Srimandir

Advertisment

କଟକ: ଅଧର୍ମ ଉପରେ ଧର୍ମର ଜୟ, ଅସତ୍ୟ ଉପରେ ସତ୍ୟର ବିଜୟ। ଆଜି ଜଗଜ୍ଜନନୀ ମା ଦୁର୍ଗାଙ୍କର ବିଜୟା ଦଶମୀ ବା ଦଶହରା ପର୍ବ। ଏଥିପାଇଁ ଆଜି ଉଭୟ ପୀଠ ଓ ପୂଜା ମଣ୍ଡପରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା କରାଯାଉଛି। ହେଲେ କଟକଣା ପାଇଁ ନାହିଁ ଭକ୍ତଙ୍କ ଗହଳି। ପୁରୀରେ ମା ବିମଳାଙ୍କ ପୀଠରେ ଦଶହରା ପୂଜା ନୀତି ଭିନ୍ନ ଏକ ଆଧ୍ୟାତ୍ମିକ ପରିବେଶରେ ସମ୍ପନ୍ନ ହୋଇଥାଏ। ଭଣ୍ଡାର ଘରୁ ବାହାରି ସପ୍ତମୀ ଠାରୁ ପୂଜାର୍ଚ୍ଚନା ହେଉଥିବା ସୁବର୍ଣ୍ଣ ଆୟୁଧ ହଳ ମୂଷଳ ଶ୍ରୀବଳଭଦ୍ର ପରିଧାନ କରିଥାନ୍ତି। ଶ୍ରୀଜଗନ୍ନାଥ ରୌପ୍ୟ ଶଙ୍ଖ ଓ ସୁବର୍ଣ୍ଣ ଚକ୍ର ସହ ଅନେକ ପ୍ରକାରର ସୁବର୍ଣ୍ଣ ମାଳା ପରିଧାନ କରନ୍ତି।

Advertisment

ଦେବୀ ସୁଭଦ୍ରା ଦୁଇଟି ତଗଡି ସହ ବିଭିନ୍ନ ପ୍ରକାର ସୁବର୍ଣ୍ଣରେ ବିଭୂଷିତ ହୋଇଥାନ୍ତି କିନ୍ତୁ ବିଡମ୍ବନା କରୋନା ସଂକ୍ରମଣ ସମ୍ଭାବନା ହେତୁ ଶ୍ରୀମନ୍ଦିର ଭକ୍ତଙ୍କ ପାଇଁ ମନା। ସେପଟେ ମା ବିମଳାଙ୍କ ପ୍ରତିନିଧି ମା କାକୁଡିଖାଇ ଙ୍କର ସ୍ୱତନ୍ତ୍ର ପୂଜାର୍ଚ୍ଚନା କରାଯାଇଥାଏ ଏବଂ ପରେ କାକୁଡିଖାଇ ଦଶହରା ସନ୍ଧ୍ୟାରେ ଧରାପୃଷ୍ଠରୁ ବିଦାୟ ନେଇଥାନ୍ତି। ସେପଟେ, ଆଜି ବିଜୟା ଦଶମୀରେ ବନ୍ଦ ରହିବ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ । ଠାକୁରଙ୍କ ସମସ୍ତ ନୀତିକାନ୍ତ ହେବ, କିନ୍ତୁ ଭକ୍ତଙ୍କ ପାଇଁ ମନ୍ଦିର ପ୍ରବେଶ ମନା । ସେହିପରି ଆସନ୍ତାକାଲି ଭସାଣରେ ଦିନ ୧୨ଟା ପରଠାରୁ ଦର୍ଶନ ବନ୍ଦ ରହିବ ।

Advertisment

ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଜାରି ନୂଆ ଏସ୍ଓପିରେ ସର୍ବସାଧାରଣ ଦର୍ଶନ ଲାଗି ଏହି ନିର୍ଦ୍ଦେଶାବଳୀ ଜାରି କରାଯାଇଛି । ସେହିପରି ଦୀପାବଳି ଓ ବଡ଼ ଏକାଦଶୀରେ ମଧ୍ୟ ବନ୍ଦ ରହିବ ଶ୍ରୀମନ୍ଦିର ଦର୍ଶନ । ତେବେ କୁମାର ପୂର୍ଣ୍ଣିମାରେ ମନ୍ଦିର ଖୋଲା ରହିବ । ସେହିପରି ମନ୍ଦିରକୁ ବିଶୋଧନ କରିବା ଲାଗି ପ୍ରତି ରବିବାର ଦର୍ଶନ ମଧ୍ୟ ବନ୍ଦ ରହିବ ବୋଲି ନୂଆ ଏସ୍ଓପିରେ କୁହାଯାଇଛି । ଅନ୍ୟ ଦିନରେ ଭକ୍ତମାନେ ସକାଳ ୭ଟାରୁ ରାତି ୯ଟା ପର୍ଯ୍ୟନ୍ତ ଚତୁର୍ଦ୍ଧା ମୂରତିଙ୍କ ଦର୍ଶନ କରିପାରିବେ । ସେହିପରି ଶ୍ରୀମନ୍ଦିର ପରିସରକୁ ପଲିଥିନ ନେବା ସଂପୂର୍ଣ୍ଣ ନିଷେଧ କରାଯାଇଛି । ଶ୍ରୀମନ୍ଦିରକୁ ପଲିଥିନ ନେଇଥିଲେ ଶହେ ଟଙ୍କା ଜରିମାନା ଲାଗିବ ।

Odisha Puri Durga Puja 2021
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ