Advertisment

ଜାନୁଆରୀ ୧୫ ଆଣିବ ବିପଦ: ବେକାକୁ ହେବ ସଂକ୍ରମଣ !!

ଦେଶରେ ହୁ ହୁ ହୋଇ ବଢୁଛି ସଂକ୍ରମଣ : ଜାନୁଆରୀ ୧୫ ପରେ ଆହୁରି ବଢିବ ସଂକ୍ରମଣ

ଅଦ୍ୟତନ ହୋଇଛି
Corona

Corona

Advertisment

ହୁ ହୁ ହୋଇ ଦେଶରେ ବଢିବାରେ ଲାଗିଛି କରୋନା । ଆସନ୍ତା ସପ୍ତାହ ଅର୍ଥାତ୍‌ ଜାନୁଆରୀ ୧୫ ବେଳକୁ ଦେଶରେ ପ୍ରାୟ ୩ ଲକ୍ଷ ଦୈନିକ ସଂକ୍ରମଣର ରିପୋର୍ଟ ଆସିବା ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞ କହିବା ପରେ ଏବେ ଅନେକ ଚିନ୍ତାରେ ପଡ଼ିଯାଇଛନ୍ତି। ଏହାସହ ଆସନ୍ତା ୧୫ ଦିନ ଦେଶ ପାଇଁ ବିପଦ ବୋଲି କୁହାଯାଉଛି। ସ୍ୱାସ୍ଥ୍ୟ ବିଶେଷଜ୍ଞ ଡାକ୍ତର ସୁଶୀଲା କାଟାରିଆ କହିଛନ୍ତି, ବର୍ତ୍ତମାନ ଦେଶରେ କରୋନା ସହ ଓମିକ୍ରନ ଆକ୍ରାନ୍ତ ମଧ୍ୟ ଚିହ୍ନଟ ହେଉଛନ୍ତି। ତେଣୁ ଆମକୁ ଅଧିକ ଧ୍ୟାନ ରଖିବାକୁ ପଡ଼ିବ। କାରଣ ଯେଉଁମାନେ କରୋନାରେ ସଂକ୍ରମଣ ହେଉଛନ୍ତି ସେମାନେ ଓମିକ୍ରନ ଓ ଡେଲଟା ଭ୍ୟାରିଆଂଟ୍‌ରେ ସଂକ୍ରମଣ ହେଉଛନ୍ତି।

Advertisment

କାରଣ କେନ୍ଦ୍ର ସ୍ୱାସ୍ଥ୍ୟ ବିଭାଗ ମଧ୍ୟ ଓମିକ୍ରନକୁ ନେଇ ଚିନ୍ତା ବ୍ୟକ୍ତ କରିଛି। ଏହାସହ ଡାକ୍ତର କାଟାରିଆ କହଛନ୍ତି, ଆଗାମୀ ଦୁଇଦିନ ଯେମିତି ସଂକ୍ରମଣ ବଢିବ ତାହାକୁ ଦେଖିଲେ ଆମେ ସମସ୍ତେ ବିବ୍ରତ ହେବା କିନ୍ତୁ ଏହେ ଧୈର୍ଯ୍ୟ ଧରିବାର ସମୟ। ତେଣୁ ଆତଙ୍କିତ ନହୋଇ ସତର୍କ ଓ ସାବଧାନ ରହିବା ପାଇଁ ସ୍ୱାସ୍ଥ୍ୟ ବିଶେଷଜ୍ଞ କହିଛନ୍ତି। ଏହାସହ ସେ ସ୍ପଷ୍ଟ କରିଛନ୍ତି କି ଜାନୁଆରୀ ୩ରୁ ଦେଶରେ କରୋନାର ତୃତୀୟ ଲହର ଆରମ୍ଭ ହୋଇସାରିଛି। ତେଣୁ ଖୁବ କମ ଦିନ ମଧ୍ୟରେ ଆଜିର ସଂକ୍ରମଣର ସଂଖ୍ୟାର ୫ ଗୁଣା ଅଧିକ ପଜିଟିଭ ଆସିବ।

ଏହାସହ ସ୍ୱାସ୍ଥ୍ୟ ବିଶେଷଜ୍ଞ କହିଛନ୍ତି ଯେ ଓମିକ୍ରନ୍ ଭାରିଆଣ୍ଟ ସାରା ବିଶ୍ୱରେ କାୟା ବିସ୍ତାର କରିଥିବାରୁ ଏଥିରେ ଅଧିକରୁ ଅଧିକ ଲୋକ ସଂକ୍ରମଣ ହେବେ। କିନ୍ତୁ ଆଶ୍ୱସ୍ତିକର ଖବର ଏହା ଯେ, ଏହା ଡେଲଟାଠାରୁ କମ୍‌ କ୍ଷତିକାରକ। କିନ୍ତୁ ଆମେ କୌଣସି ପରିସ୍ଥିତିରେ ଏହାକୁ ବେଖାତିର କରିବା ନାହିଁ। କେବଳ ଏତିକି ନୁହେଁ ବରଂ କାଟାରିଆ କହିଛନ୍ତି ଯେ ଡେଲଟା ଭାରିଆଣ୍ଟ ହେତୁ ପ୍ରତ୍ୟେକ ୫୦ କିମ୍ବା ୧୦୦ ବ୍ୟକ୍ତିରେ ଜଣେ ପ୍ରାଣ ହରାଉଛନ୍ତି । ତେଣୁ ଓମିକ୍ରନ ଆକ୍ରାନ୍ତ ମେଡ଼ିକାଲରେ ଭର୍ତ୍ତି ହେବାର ସଂଖ୍ୟା କମ ରହିଛି। ସେ ଯାହାବି ହେଉ ସଂକ୍ରମଣକୁ ଅଣଦେଖା ନକରିବା ପାଇଁ ସ୍ୱାସ୍ଥ୍ୟ ବିଶେଷଜ୍ଞ ପରାମର୍ଶ ଦେଇଛନ୍ତି।

Advertisment
India COVID19 Corona Virus
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ