Advertisment

ତାମିଲନାଡୁ ସରକାରଙ୍କ ବଡ ନିଷ୍ପତ୍ତି: ରବିବାର ଲକଡାଉନ୍

ଆଜି ଦେଶରେ ୩ ଲକ୍ଷ ୮୬ ହଜାର ନୂଆ କୋଭିଡ କେସ୍ ଚିହ୍ନଟ ହୋଇଥିବା ବେଳେ କେବଳ ତାମିଲନାଡୁରେ ୨୮,୫୬୧ ନୂଆ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ମା ସୁବ୍ରମଣ୍ୟମ୍ କହିଛନ୍ତି ଯେ, ଏହି ମାସ ଶେଷ ସୁଦ୍ଧା ୧୦ ଲକ୍ଷ ଲୋକଙ୍କୁ ବୁଷ୍ଟର ଡୋଜ ଦିଆଯିବ ବୋଲି ଆଶା କରାଯାଉଛି ।

Tamilnadu Luckdown

Tamilnadu Luckdown

Advertisment

ହୁ ହୁ ହୋଇ ମାଡି ଚାଲିଛି କରୋନାର ନୂଆ ଭ୍ୟାରିଆଣ୍ଟ ଓମିକ୍ରନ୍। ଦୈନିକ ସଂକ୍ରମଣ ୩ ଲକ୍ଷ ଅତିକ୍ରମ କଲାଣି । ତେବେ ବଢୁଥିବା ସଂକ୍ରମଣକୁ ଆଖି ଆଗରେ ରଖି ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ୍ କେ ଷ୍ଟାଲିନ୍ ରବିବାର ଦିନକୁ ଲକଡାଉନ୍ ଘୋଷଣା କରିଛନ୍ତି । କେବଳ ଅଟୋରିକ୍ସା, ଟ୍ୟାକ୍ସିକୁ ଏୟାରପୋର୍ଟ, ବସଷ୍ଟାଣ୍ତ ଓ ରେଲୱେ ଷ୍ଟେସନକୁ ଯିବାକୁ ଅନୁମତି ଦିଆଯାଇଛି ।

Advertisment

ଆଜି ଦେଶରେ ୩ ଲକ୍ଷ ୮୬ ହଜାର ନୂଆ କୋଭିଡ କେସ୍ ଚିହ୍ନଟ ହୋଇଥିବା ବେଳେ କେବଳ ତାମିଲନାଡୁରେ ୨୮,୫୬୧ ନୂଆ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ମା ସୁବ୍ରମଣ୍ୟମ୍ କହିଛନ୍ତି ଯେ, ଏହି ମାସ ଶେଷ ସୁଦ୍ଧା ୧୦ ଲକ୍ଷ ଲୋକଙ୍କୁ ବୁଷ୍ଟର ଡୋଜ ଦିଆଯିବ ବୋଲି ଆଶା କରାଯାଉଛି ।

ତେବେ ଦେଶରେ ଲକଡାଉନ୍ ସଟଡାଉନ୍‌କୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ ତାମିଲନାଡୁ ସରକାର ପକ୍ଷରୁ ସଂକ୍ରମଣକୁ ଆଖି ଆଗରେ ରଖି ଲକଡାଉନ୍ ଘୋଷଣା କରାଯାଇଛି । ଦେଶରେ ବର୍ତ୍ତମାନ ଦିଲ୍ଲୀ, ମୁମ୍ବାଇ, ପଶ୍ଚିମବଙ୍ଗ ଆଦି ଜିଲ୍ଲାରେ ସଂକ୍ରମଣ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ତେବେ ଏନେଇ ସବୁ ରାଜ୍ୟରେ କୋଭିଡ୍ କଟକଣା ମଧ୍ୟ ଲାଗୁ କରାଯଇଛି ।

Advertisment

ରାଜ୍ୟରେ ଆଜି ୯ ହଜାର ୮୩୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। କ୍ୱାରେଣ୍ଟିନରୁ ୫୬୯୯, ଲୋକାଲ୍ କେସ୍ ୪୧୩୪ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତଙ୍କ ମଧ୍ୟରୁ ୧୮ ବର୍ଷରୁ କମ୍ ବର୍ଗର ୯୭୨ ଚିହ୍ନଟ ହୋଇଛନ୍ତି। ମୋଟ୍ ଆକ୍ରାନ୍ତ ସଂଖ୍ୟା ୧୧ ଲକ୍ଷ ୮୭ ହଜାର ୨୯୫କୁ ବୃଦ୍ଧି ହୋଇଛି। ଏନେଇ ଟ୍ୱିଟ୍‌ ଯୋଗେ ସୂଚନା ଦେଇଛି ସୂଚନା ଓ ଲୋକସମ୍ପର୍କ ବିଭାଗ।

ସେହିପରି ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୨,୯୪୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସୁନ୍ଦରଗଡ଼- ୧୧୩୪, କଟକ- ୭୭୪, ଷ୍ଟେଟପୁଲ୍- ୫୭୭, ମୟୂରଭଞ୍ଜ- ୨୯୫, ବଲାଙ୍ଗିର- ୨୮୮, ବାଲେଶ୍ୱର- ୨୮୬, ରାୟଗଡ଼ା- ୨୭୪, ଯାଜପୁର- ୨୫୬, ସମ୍ବଲପୁର- ୨୦୬, କୋରାପୁଟ- ୧୭୪, ବରଗଡ଼- ୧୭୨ ରହିଛି।

Advertisment

ସେହିପରି ବୌଦ୍ଧ-୧୨୦, ଦେବଗଡ-୪୭, ଢେଙ୍କାନାଳ-୯୫, ଗଜପତି-୮୮, ଗଞ୍ଜାମ-୬୯, ଜଗତସିଂହପୁର ୧୫୨, କେନ୍ଦ୍ରାପଡା-୯୯, କେଉଁଝର-୧୬୮, ମାଲକାନଗିରି ୫୬ ରହିଛି। ସେହିପରି ନବରଙ୍ଗପୁରରେ ୧୫୬, ନୟାଗଡ଼ ୨୯୨, ନୂଆପଡା ୧୭୩, ପୁରୀ ୧୪୬, ରାୟଗଡା ୨୭୪, ସମ୍ବଲପୁର-୨୦୬ ରହିଛି।

COVID-19 Tamilnadu
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ