Advertisment

ସ୍କୁଲ ବନ୍ଦ ହେବା ପରେ ପାଠ ଭୁଲିଗଲେଣି ପିଲା। ଚିନ୍ତାରେ ଅଭିଭାବକ

ପ୍ରାଥମିକ ଓ ଅଙ୍ଗନବାଡ଼ି ସ୍କୁଲ ବନ୍ଦ ଯୋଗୁଁ ପ୍ରଭାବିତ ହୋଇଛି ଶିଶୁଙ୍କ ପାଠପଢ଼ା । ଏମିତିକି ଅନେକ ପିଲା ଅଙ୍ଗନବାଡି ଶିକ୍ଷା ସାରିଥିଲେ ମଧ୍ୟ ପ୍ରଥମ ଶ୍ରେଣୀ ନାଁ ଲେଖାଇ ପାରିନାହାନ୍ତି। ଯାହାକୁ ନେଇ ଚିନ୍ତାରେ ଅଭିଭାବକ ଅଛନ୍ତି

Student

Student

Advertisment

ଭୁବନେଶ୍ୱର: ପ୍ରାଥମିକ ଓ ଅଙ୍ଗନବାଡ଼ି ସ୍କୁଲ ବନ୍ଦ ଯୋଗୁଁ ପ୍ରଭାବିତ ହୋଇଛି ଶିଶୁଙ୍କ ପାଠପଢ଼ା । ଏମିତିକି ଅନେକ ପିଲା ଅଙ୍ଗନବାଡି ଶିକ୍ଷା ସାରିଥିଲେ ମଧ୍ୟ ପ୍ରଥମ ଶ୍ରେଣୀ ନାଁ ଲେଖାଇ ପାରିନାହାନ୍ତି। ଯାହାକୁ ନେଇ ଚିନ୍ତାରେ ଅଭିଭାବକ ଅଛନ୍ତି। ଏପଟେ ଦୀର୍ଘ ଦିନ ଧରି ସ୍କୁଲ ବନ୍ଦ ରହିବାରୁ ପାଠପଢାରେ ତ ବ୍ୟାଘାତ ହୋଇଛି। ତାସାଙ୍ଗକୁ କୋମଳମତି ଛାତ୍ରଛାତୀ ମାନସିକସ୍ତରରେ ବି ପ୍ରଭାବିତ ହୋଇଛନ୍ତି ଓଡ଼ିଶା ରାଇଟ୍ ଟୁ ଏଜୁକେସନ୍ ଫୋରମ୍ ଓ ସେଭ୍ ଦ ଚିଲ୍ଡ୍ରେନର ସଦ୍ୟ ପ୍ରକାଶିତ ଦ ପଜ୍ଡ କ୍ଲାସ୍ରୁମ୍ସ ସର୍ଭେ ରିପୋର୍ଟରୁ ଏ ତଥ୍ୟ ପଦାକୁ ଆସିଛି।

Advertisment

ବାଟ ହୁଡ଼ୁଛି ପ୍ରି-ସ୍କୁଲ ଓ ପ୍ରାଥମିକ ଶିକ୍ଷା ସ୍କୁଲ ନ ଯାଇ ପାଠ ଭୁଲିଲେଣି କୋମଳମତି ଶିଶୁ। ସେମାନଙ୍କ ପାଠପଢ଼ାରେ କଣ୍ଟା ସାଜିଛି ମହାମାରୀ କରୋନା। କୋରାପୁଟ ଜୟପୁର ବ୍ଲକ ପାଲିଗୁଡ଼ା ଗାଁ ଦାଣ୍ଡରେ ଖେଳକୁଦରେ ମାତିଛନ୍ତି ଛୋଟ ଛୋଟ ପିଲା। ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ଥିବାରୁ ପାଠପଢ଼ା ସଂପୂର୍ଣ୍ଣ ବନ୍ଦ। ଏହାକୁ ନେଇ ଚିନ୍ତାରେ ଅଭିଭାବକ। ତେବେ ଅନେକ ସ୍ଥାନରେ ପିଲାମାନେ ଅଙ୍ଗନବାଡ଼ି ପାଠ ପଢିସାରିଥିବାରୁ ଏବେ ଅପେକ୍ଷା ରହିଛି ସେମାନେ କେବେ ପ୍ରଥମ ଶ୍ରେଣୀରେ ନାମ ଲେଖାଇବେ। କିନ୍ତୁ କରୋନା ପାଇଁ ସ୍କୁଲ ବନ୍ଦ ଥିବାକୁ ପିଲାମାନେ ପାଠ ପଢିପାରୁନଥିବା ଅଭିଭାବକମାନେ କହିଛନ୍ତି।

Advertisment

ଓଡ଼ିଶା ରାଇଟ୍ ଟୁ ଏଜୁକେସନ୍ ଫୋରମ୍ ଓ ସେଭ୍ ଦ ଚିଲ୍ଡ୍ରେନର ସଦ୍ୟ ପ୍ରକାଶିତ ଦ ପଜ୍ଡ କ୍ଲାସ୍ରୁମ୍ସ ସର୍ଭେ ରିପୋର୍ଟ କହୁଛି, ରାଜ୍ୟରେ ୬ ବର୍ଷ ବୟସ ଛୁଇଁଥିବା ପିଲାଙ୍କ ଭିତରୁ ମାତ୍ର ୨୯ ପ୍ରତିଶତ ପିଲାଙ୍କର ସ୍କୁଲରେ ନାମଲେଖା ହୋଇପାରିଛି। ଲମ୍ବା ସମୟ ଧରି ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ରହିବାରୁ ପିଲାମାନେ ପୂର୍ବରୁ ଯାହା କିଛି ଶିଖିଥିଲେ, ସବୁ ଭୁଲିଗଲେଣି। ଜୀବନ ଜୀବିକା ପ୍ରଭାବିତ ହୋଇଥିବାରୁ ଛୋଟ ପିଲାଙ୍କ ପ୍ରି-ସ୍କୁଲ ପାଠପଢ଼ାକୁ ଗୁରୁତ୍ୱ ଦେଉନାହାନ୍ତି। ଅଭିଭାବକ ସର୍ଭେ ବେଳେ ୯୦ ପ୍ରତିଶତ ଶିକ୍ଷକ କହିଛନ୍ତି, ଅନ୍ଲାଇନ୍ ଶିକ୍ଷା ପିଲାଙ୍କ ପାଠ୍ୟକ୍ରମରେ ସହାୟକ ହେଉନି। ୟୁଟ୍ୟୁବ୍ ଶିକ୍ଷା ଲାଭଦାୟକ ନୁହେଁ ବୋଲି କହିଛନ୍ତି ୮୫ ପ୍ରତିଶତ ଟିଚର୍ । ୯୨ ପ୍ରତିଶତଙ୍କ ମତ, ଅନ୍ଲାଇନ୍ ଶିକ୍ଷା ଲାଗି ପିଲାଙ୍କ ପାଖରେ ସ୍ମାର୍ଟଫୋନ୍ ନାହିଁ । ବର୍ତ୍ତମାନ ସ୍ଥିତିରେ ପିଲାଙ୍କ ପାଠପଢ଼ା ନେଇ କଣ କରାଯିବ, କିଛି ବୁଝାପଡ଼ୁନି ବୋଲି କହିଛନ୍ତି ୭୪ ପ୍ରତିଶତ ମତଦାତା। ବିନା ଶ୍ରେଣୀ ଗୃହ ଶିକ୍ଷାରେ ୨ ବର୍ଷ ବିତିଯାଇଛି। ଏହାଦ୍ୱାରା କେବଳ ପାଠ ନଷ୍ଟ ହୋଇନି ପିଲାମାନେ ମାନସିକସ୍ତରରେ ବି ପ୍ରଭାବିତ ହୋଇଛନ୍ତି। ସେଥିରୁ ମୁକୁଳିବା ଲାଗି ଛାତ୍ରଛାତ୍ରୀଙ୍କୁ ସାମାଜିକ ଓ ଅଭିଭାବକସ୍ତରରେ ସହାନୁଭୂତି ଓ ସମର୍ଥନ ମିଳିବା ଆବଶ୍ୟକ ବୋଲି କହିଛନ୍ତି ବିଶେଷଜ୍ଞ। ଅଭିଭାବକ ହୁଅନ୍ତୁ କି ଶିକ୍ଷକ ସମସ୍ତଙ୍କୁ ଏବେ ଗୋଟିଏ ଚିନ୍ତା କେବେ ଅଦୃଶ୍ୟ ଭୂତାଣୁ ଯିବ, ଶିକ୍ଷାଦାନ ବ୍ୟବସ୍ଥା ସ୍ୱାଭାବିକ ହେବ ପିଲାଙ୍କ କୋଳାହଳରେ ପୁଣି ମୁଖରିତ ହେବ ସ୍କୁଲ ପରିବେଶ।

COVID19 Education Coronavirus Odisha
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ