Advertisment

ଦେଶରେ ଦ୍ରୁତ ଗତିରେ ବଢ଼ୁଛି ସଂକ୍ରମଣ, ହେଲେ ଓଡ଼ିଶାରେ ସ୍ଥିତି ନିୟନ୍ତ୍ରଣ

ଦେଶରେ କରୋନା ଗ୍ରାଫ୍ର ଟେନସନ୍ ଭିତରେ ରାଜ୍ୟରେ କିନ୍ତୁ ସଂକ୍ରମଣ ନିୟନ୍ତ୍ରଣରେ ଥିବା କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ । ତାସହ ମାସ୍କ ପିନ୍ଧିବାକୁ ସମସ୍ତଙ୍କୁ ଅପିଲ୍ କରିଛନ୍ତି । ଯେହେତୁ ଡବ୍ଲୁଏଚ୍‌ଓ କହିଛି ଯେ, ଏବେ କରୋନାର ସିଭିଅରିଟି ନାହିଁ ଓ ଏହାକୁ ଚତୁର୍ଥ ଲହର କହିହେବ ନାହିଁ ।

undefined

Covid 19

Advertisment

ଡରାଇଲାଣି କୋଭିଡ୍‌ର ଚତୁର୍ଥ ଲହର । ସଜାଗ ହେଲେଣି ସରକାର । ରାଜଧାନୀ ଦିଲ୍ଲୀ ସମେତ ଦେଶର ବିଭିନ୍ନ ଭାଗରେ କରୋନା ସଂକ୍ରମଣ ପୁଣି ବଢ଼ିବା ପରେ ଏବେ ଓଡ଼ିଶାରେ ଛନକା । କେବଳ ଦିଲ୍ଲୀ ତଥ୍ୟ ହିସାବକୁ ନେଲେ ଗଲା ଏପ୍ରିଲ ୮ରେ ମାତ୍ର ୧୪୬ ନୂଆ ସଂକ୍ରମିତ ଚିହ୍ନଟ ହୋଇଥିଲେ ହେଲେ ତାର ସପ୍ତାହକ ପରେ ଅର୍ଥାତ୍ ୧୫ ଏପ୍ରିଲ୍‌ରେ ସଂଖ୍ୟା ଡବଲ ପାର୍ କରି ୩୬୬ ଛୁଇଁଥିଲା । କିନ୍ତୁ ଏହାର ଦିନକ ପରେ ଅର୍ଥାତ୍ ୧୭ରେ ସଂଖ୍ୟା ୫ଶହ ଡେଇଁ ୫୧୭ ଛୁଇଁଥିବାବେଳେ ୧୮ରେ ସଂଖ୍ୟା ସାମାନ୍ୟ କମି ୫୦୧ ହୋଇଛି।

Advertisment

ସେମିତି ଗତକାଲିର ସଂଖ୍ୟା ୨ହଜାର ୧୮୩ ତୁଳନାରେ ମଧ୍ୟ ଦେଶରେ ଆଜି ଦୈନିକ ସଂକ୍ରମଣ ହ୍ରାସ ପାଇଛି । ୨୪ ଘଣ୍ଟାରେ ୧୨୪୭ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଯାହାକି ଗତକାଲି ତୁଳନାରେ ୪୩ ପ୍ରତିଶତ କମ୍ ବୋଲି ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସୂଚନା ଦେଇଛି । ତେବେ ଚିନ୍ତା ଏଥିପାଇଁ ବଢ଼ିଛି, ଗଲା ରବିବାର ଦେଶରେ ୧୧୫୦ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିଲାବେଳେ ସୋମବାର ହଠାତ୍ ସଂଖ୍ୟାରେ ୯୦ ପ୍ରତିଶତ ବୃଦ୍ଧି ପାଥିଲା । ସେପଟେ ସଂକ୍ରମଣର ଏଭଳି ଉଠାପକା ଗ୍ରାଫ୍ ସମୟରେ ସବୁ ରାଜ୍ୟମାନଙ୍କୁ ନିଜ ନିଜର ଦୈନିକ ସଂକ୍ରମଣ ରିପୋର୍ଟ ଦାଖଲ ଲାଗି ଚିଠି ଲେଖି ଜଣାଇଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଯୁଗ୍ମ ସଚିବ ।

ଦେଶରେ କରୋନା ଗ୍ରାଫ୍ର ଟେନସନ୍ ଭିତରେ ରାଜ୍ୟରେ କିନ୍ତୁ ସଂକ୍ରମଣ ନିୟନ୍ତ୍ରଣରେ ଥିବା କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ । ତାସହ ମାସ୍କ ପିନ୍ଧିବାକୁ ସମସ୍ତଙ୍କୁ ଅପିଲ୍ କରିଛନ୍ତି । ଯେହେତୁ ଡବ୍ଲୁଏଚ୍‌ଓ କହିଛି ଯେ, ଏବେ କରୋନାର ସିଭିଅରିଟି ନାହିଁ ଓ ଏହାକୁ ଚତୁର୍ଥ ଲହର କହିହେବ ନାହିଁ । ତଥାପି ସ୍ୱାସ୍ଥ୍ୟ ବିଭାଗ ସ୍ଥିତି ଉପରେ ସମ୍ପୂର୍ଣ୍ଣ ନଜର ରଖିଥିବା କହିଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ । ଓଡ଼ିଶାରେ ଏବେ ଦୈନିକ ସଂକ୍ରମଣ ସଂଖ୍ୟା ୨୦ ଭିତରେ ରହିଛି ।

Advertisment

ଚୀନ୍ ଓ କେତେକ ୟୁରୋପୀୟ ରାଷ୍ଟ୍ରରେ କରୋନାର ପୁଣି ହୁ ହୁ ସଂକ୍ରମଣ ସହ ଦେଶରେ ଦୈନିକ ନୂଆ ପଜିଟିଭ ସଂଖ୍ୟାର ତଳଉପର ଗ୍ରାଫ୍ ପରେ ଏବେ ଉଙ୍କି ମାରିଛି କୋଭିଡ୍‌ର ଫୋର୍ଥ ୱେଭ୍ ଶଙ୍କା । ତେବେ କରୋନା ଲଢ଼େଇରେ ବଡ଼ ଅସ୍ତ୍ର ସାଜିଥିବା ଡବଲ୍ ଡୋଜ୍ ଟିକାକରଣର ସଫଳତା ସତ୍ତ୍ୱେ ବୁଷ୍ଟର ଡୋଜ୍ ଟିକାକରଣକୁ ନେଇ କିନ୍ତୁ ଚିନ୍ତା ବଢ଼ିଛି ।

ଓଡ଼ିଶା ତଥ୍ୟ ହିସାବକୁ ନେଲେ ପ୍ରଥମ ଓ ଦ୍ୱିତୀୟ ଡୋଜ୍ ମିଶାଇ ମୋଟ୍ ୬କୋଟି ୪୮ ଲକ୍ଷ ୭୫ ହଜାରରୁ ଅଧିକ ଟିକାକକରଣ ହୋଇଥିବାବେଳେ ବୁଷ୍ଟର ଡୋଜ୍ ନେଇଛନ୍ତି ମାତ୍ର ୧୦ଲକ୍ଷ ୧୯ ହଜାର ୮୮୧ ଜଣ । ଯାହାକି ମୋଟ୍ ଟିକାକରଣର ମାତ୍ର ୧୭ ପ୍ରତିଶତ । ଯଦିଓ ସ୍ୱାସ୍ଥ୍ୟକର୍ମୀ, ସମ୍ମୁଖ ଯୋଦ୍ଧା, ୧୨ରୁ ୧୬ ବର୍ଷର ପିଲା ଓ ୬୦ବର୍ଷରୁ ଉର୍ଦ୍ଧ୍ୱ ଲୋକଙ୍କୁ ମାଗଣାରେ ପ୍ରିକସନ ଡୋଜ୍ ଦିଆଯାଉଛି । କିନ୍ତୁ ୧୮ବର୍ଷରୁ ୫୯ ବର୍ଷ ମଧ୍ୟରେ ଲୋକଙ୍କୁ ଟିକା ପ୍ରାଇଭେଟ୍‌ରେ ନେବାକୁ ପଡୁଛି । ଏଥିପାଇଁ ପାଖାପାଖି ୪ଶହ ଟଙ୍କା ପଡୁଛି । ତେବେ କରୋନା କୋପ କମିଯିବାରୁ ବୁଷ୍ଟର ଡୋଜ୍ ପ୍ରତି ଅନାଗ୍ରହ ଏହି ଟିକାକରଣ ବାଟରେ ବଡ଼ ପ୍ରତିବନ୍ଧକ ସାଜିଛି ବୋଲି କହିଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ।

Advertisment
Odisha COVID-19
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ