Advertisment

ଭାରତରେ ଓମିକ୍ରନ୍‌ର ଆଉ ଜଣେ ରୋଗୀ, ଗୁଜରାଟରୁ ଚିହ୍ନଟ ହୋଇଥିବା ସଂକ୍ରମିତ ଦକ୍ଷିଣ ଆଫ୍ରିକା ଫେରନ୍ତା

କର୍ଣ୍ଣାଟକାର ବେଙ୍ଗାଲୁରୁ ପରେ ଏବେ ଗୁଜରାଟର ଜାମନଗରରୁ ଓମିକ୍ରନ ଭ୍ୟାରିଏଣ୍ଟ ଠାବ ହୋଇଛି। ଦକ୍ଷିଣ ଆଫ୍ରିକାରୁ ଏଠାକୁ ଆସିଥିବା ଜଣେ ବ୍ୟକ୍ତିଙ୍କ ଶରୀରରୁ ଓମିକ୍ରନ ଭ୍ୟାରିଏଣ୍ଟ ଠାବ ହୋଇଛି।

ଅଦ୍ୟତନ ହୋଇଛି
omicron

omicron

Advertisment

ଗାନ୍ଧିନଗର : ଗୁଜରାଟରେ ଓମିକ୍ରନ୍ ଆକ୍ରାନ୍ତ । ଭାରତରେ କରୋନାର ନୂଆ ଭ୍ୟାରିଏଣ୍ଟ୍ ଓମିକ୍ରନର ଅନ୍ୟ ଏକ ମାମଲା ଚିହ୍ନଟ ହୋଇଛି । ଗୁଜୁରାଟର ଜାମନଗରରୁ ନୂତନ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଜାମନଗରରୁ ଚିହ୍ନଟ ବ୍ୟକ୍ତି ଜଣକ ଦକ୍ଷିଣ ଆଫ୍ରିକା ଫେରନ୍ତା ବୋଲି ଜଣାପଡ଼ିଛି । ଏହି ବ୍ୟକ୍ତି ଦୁଇ ଦିନ ପୂର୍ବରୁ ଦକ୍ଷିଣ ଆଫ୍ରିକାରୁ ଗୁଜରାଟ ଆସିଥିଲେ । ବିମାନ ବନ୍ଦରରେ ହୋଇଥିବା ଯାଞ୍ଚରେ ତାଙ୍କର ରିପୋର୍ଟ ପଜିଟିଭ୍ ଆସିଛି । ଏହା ପରେ ସଂକ୍ରମିତଙ୍କ ନମୁନା ସଂଗ୍ରହ କରି ଜିନୋମ୍ ସ୍ୱିକେନ୍ସିଂ ପାଇଁ ପଠାଯାଇଥିଲା ।

Advertisment

ବର୍ତ୍ତମାନ ତାଙ୍କ ରିପୋର୍ଟରୁ ସ୍ପଷ୍ଟ ହୋଇଛି, ସେ ଓମିକ୍ରନ୍ ସଂକ୍ରମିତ । ଏ ସମ୍ପର୍କରେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଭାରତରେ ଓମିକ୍ରନର ଏହା ତୃତୀୟ ମାମଲା । ସଂକ୍ରମିତ ବ୍ୟକ୍ତି ଜଣଙ୍କ ଏୟାରପୋର୍ଟରୁ ଓହ୍ଲାଇବା ପରେ ତାଙ୍କୁ ଇନଷ୍ଟିଚ୍ୟୁସନାଲ କ୍ୱାରେଣ୍ଟାଇନରେ ରଖାଯାଇଛି । ଏବେ ତାଙ୍କର କଣ୍ଟାକ୍ଟ ଟ୍ରେସିଂ କରାଯାଉଛି । ସେହିପରି ତାଙ୍କୁ ସମସ୍ତ ପ୍ରକାରର ଚିକିତ୍ସା ସୁବିଧା ମଧ୍ୟ ଯୋଗାଇ ଦିଆଯାଇଛି ।

ଏହା ପୂର୍ବରୁ କର୍ଣ୍ଣାଟକରେ ନୂଆ ଭ୍ୟାରିଏଣ୍ଟର ଦୁଇ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରଣାଳୟ ସୂଚନା ଦେଇଥିଲା । ଆକ୍ରାନ୍ତ ୨ ଜଣ ପୁରୁଷ ହୋଇଥିବା ବେଳେ ଉଭୟଙ୍କ ବୟସ ଯଥାକ୍ରମେ ୬୬ ଓ ୪୬ ବର୍ଷ ବୋଲି ଜଣାପଡ଼ିଛି । ଉଭୟଙ୍କୁ ଆଇସୋଲେଟ୍‌ କରି ରଖାଯାଇଛି । ୪୬ ବର୍ଷୀୟ ବ୍ୟକ୍ତି ଜଣେ ଡାକ୍ତର ହୋଇ ଥିବାବେଳେ ସେ ବେଙ୍ଗାଲୁରୁର ବୋଲି ଜଣାପଡ଼ିଛି । ସେ କରୋନା ଟିକା ନେଇ ସାରିଥିଲେ । ସେହିପରି ୬୬ ବର୍ଷୀୟ ବ୍ୟକ୍ତି ଜଣକ ଦକ୍ଷିଣ ଆଫ୍ରିକୀୟ ନାଗରିକ । ସେ କୋଭିଡ୍‌ ନେଗେଟିଭ୍‌ ରିପୋର୍ଟ ସହ ଭାରତ ଆସିଥିଲେ । ନଭେମ୍ବର ୨୦ରେ ସେ ଭାରତରେ ପହଞ୍ଚିଥିଲେ ଓ ଏହାର ୭ ଦିନ ପରେ ସେ ଏକ ଫ୍ଲାଇଟ୍‌ରେ ଦୁବାଇ ଯାଇଥିଲେ ।

Advertisment

ଓମିକ୍ରନ୍ ଭ୍ୟାରିଏଣ୍ଟ ଦ୍ୱାରା ସଂକ୍ରମିତ ମାନେ କରୋନାରୁ ସୁସ୍ଥ ହୋଇଥିଲେ ବି, ପୁଣି ସଂକ୍ରମିତ ହେବାର ଆଶଙ୍କା ରହିଛି । କୋଭିଡ୍ ସଂକ୍ରମଣର ୯୦ ଦିନ ଭିତରେ ଯଦି ପୁଣି ଥରେ ସଂକ୍ରମଣ ହୁଏ, ତେବେ ସେଗୁଡିକ ପୁନଃ ସଂକ୍ରମଣ ତାଲିକାରେ ଗଣାଯାଇଥାଏ । ଉଦବେଗଜନକ କଥା ହେଉଛି ଡେଲ୍ଟା ଓ ବିଟା ଭ୍ୟାରିଏଣ୍ଟ ଠାରୁ ଓମିକ୍ରନ୍‌ର ପୁନଃ ସଂକ୍ରମଣ କ୍ଷମତା ୩ ଗୁଣ ଅଧିକ ରହିଛି ।

Omicron South Africa Returnee
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ