Advertisment

ଗର୍ଭବତୀଙ୍କୁ ଟିକାକରଣ ପାଇଁ SOP ଜାରି କଲେ ରାଜ୍ୟ ସରକାର

ଗର୍ଭବତୀଙ୍କୁ ଟିକାକରଣ ପାଇଁ ରାଜ୍ୟ ସରକାର SOP ଜାରି କରିଛନ୍ତି। ଗର୍ଭବତୀଙ୍କୁ ଟିକାକରଣ ନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି SOP ଜାରି ହୋଇଛି।

ଅଦ୍ୟତନ ହୋଇଛି
ଗର୍ଭବତୀଙ୍କୁ ଟିକାକରଣ ପାଇଁ SOP ଜାରି କଲେ ରାଜ୍ୟ ସରକାର

vaccination of pregnant women

Advertisment

ଭୁବନେଶ୍ୱର: ଗର୍ଭବତୀଙ୍କୁ ଟିକାକରଣ ପାଇଁ ରାଜ୍ୟ ସରକାର SOP ଜାରି କରିଛନ୍ତି। ଗର୍ଭବତୀଙ୍କୁ ଟିକାକରଣ ନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି SOP ଜାରି ହୋଇଛି। ଜାରି ହୋଇଥିବା SOP ଅନୁସାରେ ଗର୍ଭବତୀମାନେ ଟିକା ନେବାକୁ ଧାଡ଼ିରେ ଛିଡ଼ା ହେବେ ନାହିଁ। ଏଥିପାଇଁ ଟିକାକରଣ କେନ୍ଦ୍ରରେ ସେମାନଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ହେବ।

Advertisment
  • କରୋନା ଟିକା ନେବା ପରେ ଗର୍ଭବତୀଙ୍କୁ ୩୦ ମିନିଟ ନିରୀକ୍ଷଣରେ ରଖାଯିବ।
  • ଟିକାକରଣର ପାର୍ଶ୍ୱ ପ୍ରତିକ୍ରିୟା ନେଇ ତୁରନ୍ତ ଅବଗତ କରାଯିବ। ଜିଲ୍ଲାସ୍ତରରେ ଗଠିତ ହୋଇଥିବା କମିଟିକୁ ଏସମ୍ପର୍କରେ ଅବଗତ କରାଯିବ।
  • ସ୍ତ୍ରୀ ଓ ପ୍ରସୂତି ଏବଂ ଶିଶୁରୋଗ ବିଶେଷଜ୍ଞଙ୍କୁ ନେଇ କମିଟି ଗଠନ ହେବ।
  • ପ୍ରତିଦିନ ଟିକାକରଣ ସମ୍ବନ୍ଧୀୟ ତଥ୍ୟ ସନ୍ଧ୍ୟା ୬ଟା ସୁଦ୍ଧା ଅବଗତ କରାଯିବ। ଏ ନେଇ ରାଜ୍ୟ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପି.କେ. ମହାପାତ୍ର ସବୁ ଜିଲ୍ଲାପାଳ, ମ୍ୟୁନିସିପାଲ କମିଶନର, ମୁଖ୍ୟ ଚିକିତ୍ସାଧିକାରୀ ଓ ଜନସ୍ୱାସ୍ଥ୍ୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
  • ମାନସିକ ଅନଗ୍ରସର ବ୍ୟକ୍ତିଙ୍କ ଲାଗି ମଧ୍ୟ ସ୍ୱତନ୍ତ୍ର ବ୍ୟବସ୍ଥା କରିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି।
Advertisment

ଗର୍ଭବତୀମାନେ କରୋନା ଟିକା ନେଲେ ବିପଦ ନାହିଁ । ଟିକା ନେବାକୁ ଆସୁଥିବା ଗର୍ଭବତୀ ଧାଡ଼ିରେ ଛିଡ଼ା ହେବେ ନାହିଁ। ଏଣୁ ଟିକାକରଣ କେନ୍ଦ୍ରରେ ସେମାନଙ୍କ ପାଇଁ ସ୍ୱତନ୍ତ୍ର ପ୍ରତୀକ୍ଷାଳୟ କରାଯିବ ବୋଲି ପୂର୍ବରୁ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ କହିଥିଲେ । ଟିକା ନେବା ପରେ ପାର୍ଶ୍ୱ ପ୍ରତିକ୍ରିୟା ରହୁଛି କି ନାହିଁ ତାହା ଅନୁଧ୍ୟାନ କରାଯିବ। ଗର୍ଭବତୀମାନେ ଟିକା ନେଲେ ଫଳପ୍ରଦ ହେବ ବୋଲି ସେମାନଙ୍କୁ ସଚେତନ କରାଯିବ ବୋଲି ସେ କହିଥିଲେ।

Odisha COVID19 COVID19 Vaccination
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ