Advertisment

ଜୁଲାଇ ୧୬ରୁ ଏହି ରାଜ୍ୟରେ ଖୋଲିବ ସ୍କୁଲ୍‌

କରୋନା ସଂକ୍ରମଣ କମିବା ପରେ ହରିୟାଣା ସରକାର ରାଜ୍ୟରେ ପ୍ରାଇଭେଟ ଓ ସରକାରୀ ସ୍କୁଲ୍‌ ଗୁଡ଼ିକ ଖୋଲିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଉଭୟ ସରକାରୀ ଓ ପ୍ରାଇଭେଟ୍‌ ସ୍କୁଲରେ ଅଫ୍‌ଲାଇନ୍‌ କ୍ଲାସ୍‌ ପାଇଁ ନିଷ୍ପତ୍ତି ନିଆଯାଇଛି।

ଅଦ୍ୟତନ ହୋଇଛି
ଜୁଲାଇ ୧୬ରୁ ଏହି ରାଜ୍ୟରେ ଖୋଲିବ ସ୍କୁଲ୍‌

Schools To Reopen

Advertisment

ଚଣ୍ଡୀଗଡ଼: କରୋନା ସଂକ୍ରମଣ କମିବା ପରେ ହରିୟାଣା ସରକାର ରାଜ୍ୟରେ ପ୍ରାଇଭେଟ ଓ ସରକାରୀ ସ୍କୁଲ୍‌ ଗୁଡ଼ିକ ଖୋଲିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଉଭୟ ସରକାରୀ ଓ ପ୍ରାଇଭେଟ୍‌ ସ୍କୁଲରେ ଅଫ୍‌ଲାଇନ୍‌ କ୍ଲାସ୍‌ ପାଇଁ ନିଷ୍ପତ୍ତି ନିଆଯାଇଛି।  ବିଦ୍ୟାଳୟ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ଜାରି କରାଯାଇଥିବା ନିର୍ଦ୍ଦେଶାନାମା ଅନୁସାରେ, ଜୁଲାଇ ୧୬ରୁ ନବମରୁ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ଅଫ୍‌ଲାଇନ୍‌ କ୍ଲାସ୍‌ ହେବାକୁ ଥିବାବେଳେ ଜୁଲାଇ ୨୩ରୁ ଷଷ୍ଠରୁ ୮ମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ କ୍ଲାସ୍‌ ହେବ। ପ୍ରଥମରୁ ପଞ୍ଚମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ଅଫ୍‌ଲାଇନ୍‌ କ୍ଲାସ୍‌ ହେବା ନିଷ୍ପତ୍ତି ପରେ ନିଆଯିବ ବୋଲି ନିର୍ଦ୍ଦେଶାନାମାରେ କୁହାଯାଇଛି। 

Advertisment

ନିର୍ଦ୍ଦେଶାନାମା ଅନୁସାରେ, ଅଫ୍‌ଲାଇନ୍‌ କ୍ଲାସ୍‌ ହେଲେ ମଧ୍ୟ ଅନ୍‌ଲାଇନ୍‌ କ୍ଲାସ୍‌ ଜାରି ରହିବ। ଯେଉଁମାନେ ଚାହିଁବେ ଅନ୍‌ଲାଇନ୍‌ କ୍ଲାସ୍‌ କରିବା ପାଇଁ ସେମାନେ କରିପାରିବେ। ଅଭିଭାବକଙ୍କ ଲିଖିତ ଅନୁମତି ଗ୍ରହଣ ପରେ ଛାତ୍ରଛାତ୍ରୀଙ୍କୁ ସ୍କୁଲ୍‌ରେ କ୍ଲାସ୍‌ କରିବା ପାଇଁ ଅନୁମତି ଦିଆଯିବ। ସ୍କୁଲ୍‌ରେ କ୍ଲାସ୍‌ କରିବା ପାଇଁ କୌଣସି ଛାତ୍ରଛାତ୍ରୀଙ୍କ ଉପରେ ଚାପ ପ୍ରୟୋଗ କରାଯିବ ନାହିଁ ବୋଲି ନିର୍ଦ୍ଦେଶାନାମାରେ ଉଲ୍ଲେଖ କରାଯାଇଛି। 

ହରିୟାଣାରେ କରୋନା ସଂକ୍ରମଣ କମିବା ପରେ ସ୍ଥିତିକୁ ଦେଖି ସ୍କୁଲ୍‌ ଖୋଲାଯିବା ପାଇଁ ନିଷ୍ପତ୍ତି ନିଆଯାଇଥିବା ହରିୟାଣାର ଶିକ୍ଷା ମନ୍ତ୍ରୀ କନୱର ପଲ୍‌ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ସ୍କୁଲ୍‌ରେ ସାମାଜିକ ଦୂରତ୍ୱ ନିୟମକୁ ପାଳନ କରାଯିବ। 

Advertisment

ଅନ୍ୟପକ୍ଷରେ, ଦେଶରେ କରୋନା ସଂକ୍ରମଣ ହ୍ରାସ ପାଉଥିବା ବେଳେ ମୃତ୍ୟୁ ସଂଖ୍ୟା ପୁଣି ଚିନ୍ତା ବଢାଇଛି।  ଦେଶରେ କରୋନା ମୃତ୍ୟୁ ସଂଖ୍ୟା ପୁଣି ହଜାରେ ଟପିଛି । ଆଜିର ପରିସଂଖ୍ୟାନ ଅନୁସାରେ ଦିନକରେ ୧୨୦୬ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି।  ଏହା ସହିତ ଦିନକରେ ଚିହ୍ନଟ ହୋଇଛନ୍ତି ୪୨ ହଜାର ୭୬୬ ପଜିଟିଭ। ସେହିପରି ଦିନକରେ ସୁସ୍ଥ ହୋଇଛନ୍ତି ୪୫ ହଜାର ୨୫୪ ଜଣ।

Advertisment
COVID19 School Reopen
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ