Advertisment

ଚଳଚଂଚଳ ହେଲା ସ୍କୁଲ, ଆରମ୍ଭ ହେଲା ପାଠ ପଢ଼ା

ସେପଟେ ଦଶମ ଓ ଦ୍ୱାଦଶ ଶ୍ରେଣୀ ଲାଗି ସ୍କୁଲ୍ ଖୋଲିବା ପରେ ଆଇଟିଆଇ ଓ ଡିପ୍ଲୋମା ଶେଷ ବର୍ଷ କ୍ଲାସ୍ ଖୋଲିବାକୁ ଯାଉଛି। ଏନେଇ ଦିନେ ଦୁଇ ଦିନ ଭିତରେ ନିଷ୍ପତ୍ତି ନେବାକୁ ଯାଉଛି ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ

ଚଳଚଂଚଳ ହେଲା ସ୍କୁଲ, ଆରମ୍ଭ ହେଲା ପାଠ ପଢ଼ା

School Reopen

Advertisment

ଭୁବନେଶ୍ୱର: ଖୋଲିଲା ସ୍କୁଲ୍। କଟକଣା ଆଉ ସୁରକ୍ଷା ବଳୟ ଭିତରେ ଆରମ୍ଭ ହେଲା ଦଶମ ଓ ଦ୍ୱାଦଶ ଶ୍ରେଣୀ ଶିକ୍ଷାଦାନ। ପ୍ରାୟ ଦେଢ଼ବର୍ଷ ଧରି ଅନ୍ ଲାଇନ୍ ଶିକ୍ଷାର ଗୋଲକ ଧନ୍ଦାରେ ସନ୍ତୁଳି ହେଉଥିବା ଛାତ୍ରଛାତ୍ରୀଙ୍କୁ ଆଜି ଶ୍ରେଣୀ ଗୃହରେ ଆଶ୍ୱସ୍ତି ମିଳିଛି। ସ୍କୁଲରେ ସଂକ୍ରମଣ ମୁକ୍ତ ଶିକ୍ଷା ଲାଗି ଗଣଶିକ୍ଷା ବିଭାଗ ପକ୍ଷରୁ ଜାରି ଏସ୍ଓପିକୁ କଡ଼ାକଡ଼ି ଭାବେ ପାଳନ କରାଯାଉଛି।

Advertisment

ଚଳଚଞ୍ଚଳ ହେଲା ସ୍କୁଲ୍। ଆରମ୍ଭ ହେଲା କ୍ଲାସ୍। ଆଜିଠାରୁ ଦଶମ ଓ ଦ୍ୱାଦଶ ଶ୍ରେଣୀ ପିଲାଙ୍କ ପାଇଁ ଆରମ୍ଭ ହୋଇଛି କ୍ଲାସରୁମ୍‌ ପାଠପଢ଼ା। ସକାଳ ସାଢେ ୯ରୁ ପିଲାମାନେ ସ୍କୁଲକୁ ଆସିଥିଲେ। ପ୍ରବେଶ ପଥରେ ଅଭିଭାବକଙ୍କ ସହମତି ପତ୍ର ଦେବା ପରେ ଥର୍ମାଲ ସ୍କ୍ରିନିଂ ଓ ସାନିଟାଇଜ୍ କରି ଶ୍ରେଣୀ ଗୃହକୁ ଛଡା ଯାଇଥିଲା ପିଲାଙ୍କୁ। କ୍ଳାସରୁମ୍‌ରେ ଦୂରତା ରଖି ବସିଥିଲେ ଛାତ୍ରଛାତ୍ରୀ। ଠିକ୍ ୧୦ଟାରେ ବାଜିଥିଲା ବେଲ୍। ଏହାପରେ ଉପସ୍ଥାନ ନିଆଯାଇ ପାଠ ପଢା ଆରମ୍ଭ ହୋଇଥିଲା। ୧୦ ଟାରୁ ସାଢେ ଗୋଟାଏ ପର୍ଯ୍ୟନ୍ତ ୫ଟି ପିରିୟଡରେ ପାଠ ପଢାଯାଉଛି। ୭୦ ପ୍ରତିଶତ ସିଲାବସକୁ ନେଇ ପଢା ଆରମ୍ଭ କରିଛନ୍ତି ଦଶମ ଛାତ୍ରଛାତ୍ରୀ। ତେବେ ସ୍କୁଲକୁ ଖାଦ୍ୟ ପଦାର୍ଥ ନେବା ଉପରେ ବାରଣ ରହିଛି। ଉପାନ୍ତ ଅଞ୍ଚଳରେ ବି ଛାତ୍ରଛାତ୍ରୀ ଯାଇଛନ୍ତି ସ୍କୁଲ୍। ଏତେଦିନ ପରେ ସ୍କୁଲ୍ ଖୋଲିଥିବାରୁ ପିଲାମାନେ ବେଶ ଉତ୍ସାହିତ ଅଛନ୍ତି। କାରଣ କରୋନା ପାଇଁ ମନରେ ଭୟ ଯେତିକି ନାହିଁ, ବିଗୁଡୁଥିବା କ୍ୟାରିୟରକୁ ନେଇ ବେଶୀ ଚିନ୍ତା ରହିଛି।

Advertisment

ସେପଟେ ଦଶମ ଓ ଦ୍ୱାଦଶ ଶ୍ରେଣୀ ଲାଗି ସ୍କୁଲ୍ ଖୋଲିବା ପରେ ଆଇଟିଆଇ ଓ ଡିପ୍ଲୋମା ଶେଷ ବର୍ଷ କ୍ଲାସ୍ ଖୋଲିବାକୁ ଯାଉଛି। ଏନେଇ ଦିନେ ଦୁଇ ଦିନ ଭିତରେ ନିଷ୍ପତ୍ତି ନେବାକୁ ଯାଉଛି ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ। ସେହିପରି ମାଟ୍ରିକ୍ ଓ ଯୁକ୍ତ ଦୁଇ ପିଲାଙ୍କୁ ଆକୃଷ୍ଟ କରିବା ଲାଗି ଆଜି ବିଭାଗ ତରଫରୁ ଭିଡିଓ ଏବଂ ଜିଙ୍ଗଲ୍ସକୁ ଲଞ୍ଚ୍ କରାଯାଇଛି। ଉଦ୍ଦେଶ୍ୟ, ଚଳିତ ବର୍ଷ ଅଧିକରୁ ଅଧିକ ସଂଖ୍ୟକ ଛାତ୍ରଛାତ୍ରୀ ଟେକ୍ନିକାଲ୍ ପାଠ୍ୟକ୍ରମରେ ନାଁ ଲେଖାଇବେ।

ସ୍କୁଲ୍ ଖୋଲିଛି ସତ, ହେଲେ ଆଗକୁ ସମ୍ଭାବ୍ୟ ତୃତୀୟ ଲହରର ଆଶଙ୍କା ବି ରହିଛି। ଏଭଳି ସ୍ଥିତିରେ ସଂକ୍ରମଣ ମୁକ୍ତ ଶିକ୍ଷା ଦେବାକୁ ସରକାର ବ୍ୟବସ୍ଥା କରିଛନ୍ତି। ଏଣେ ଅଭିଭାବକଙ୍କ ମନରେ ଶଙ୍କା ସଂପୂର୍ଣ୍ଣ ଦୂର ହୋଇନି।

Advertisment
Odisha Coronavirus COVID19 School Reopen
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ