ଅଷ୍ଟ୍ରେଲିଆରେ କରୋନା କାୟା, ଲକଡାଉନ୍ ବିରୋଧରେ ରାଜରାସ୍ତାକୁ ଓହ୍ଲାଇଲେ ଜନତା

କୋଭିଡ ସଂକ୍ରମଣ ବଢିବା ଯୋଗୁଁ ଅଷ୍ଟ୍ରେଲିଆ ସରକାରଙ୍କ ପକ୍ଷରୁ ଅନେକ ସହରରେ ଲକଡାଉନ୍ ଘୋଷଣା କରାଯାଇଛି । ଏହି ସମୟରେ ଚୁକ୍ତିଭିତ୍ତିକ କର୍ମଚାରୀ ମାନଙ୍କୁ କାମକୁ ଯିବା ପାଇଁ ସରକାରଙ୍କ ପକ୍ଷରୁ ମନା କରାଯାଇଛି । ଦୁଇ ଡୋଜ୍ ଟିକାକରଣ ପରେ ମଧ୍ୟ ସେମାନଙ୍କୁ ସରକାରଙ୍କ ପକ୍ଷରୁ ଅନୁମତି ମିଳିନାହିଁ । ଏନେଇ କମ୍ପାନୀଗୁଡ଼ିକର ଚୁକ୍ତିଭିତ୍ତିକ କର୍ମଚାରୀମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।

protest

News Summary

ଅଷ୍ଟ୍ରେଲିଆରେ କାୟା ବିସ୍ତାର କଲାଣି କରୋନା

ଦୁଇଟି ଡୋଜ୍ ଟିକା ପରେ ମଧ୍ୟ ମିଳୁନି କର୍ମକ୍ଷେତ୍ରକୁ ଅନୁମତି

ମେଲବର୍ଣ୍ଣ: ଅଷ୍ଟ୍ରେଲିଆରେ କାୟା ବିସ୍ତାର କରିବାରେ ଲାଗିଛି କରୋନା । ଗତ ୨୦ ଦିନ ଧରି ଦୈନିକ ୧୬୦୦ ରୁ ଅଧିକ କରୋନା ପଜିଟିଭ୍‌ ମାମଲା ସାମ୍ନାକୁ ଆସିଛି । ମୃତକଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି । ଏହି କାରଣରୁ ଦେଶର ପ୍ରାୟ ସ୍ଥାନରେ ଲକଡାଉନ୍‌ ଘୋଷଣା କରାଯାଇଛି । କେତେକ ସହରରେ ଭ୍ୟାକ୍ସିନ୍ ନେଇ ମଧ୍ୟ ବ୍ୟକ୍ତିଙ୍କୁ କର୍ମକ୍ଷେତ୍ରକୁ ଯିବା ପାଇଁ ଅନୁମତି ମିଳୁ ନାହିଁ । ସରକାରଙ୍କ ଏହି ନିଷ୍ପତ୍ତି ବିରୁଦ୍ଧରେ ଲୋକମାନେ ରାଜରାସ୍ତାରେ ବିକ୍ଷୋଭ ପ୍ରଦର୍ଶନ କରିବାର ଚିତ୍ର ସାମ୍ନାକୁ ଆସିଛି ।

ଲକଡାଉନ୍ ଏବଂ କୋଭିଡ୍‌ କଟକଣା ଲୋକଙ୍କ ଆର୍ଥିକ ଅବସ୍ଥାକୁ ଦୁର୍ବଳ କରିବା ସାଙ୍ଗକୁ ମନୋବଳ ମଧ୍ୟ ଭାଙ୍ଗି ସାରିଲାଣି । ଏଭଳି କିଛି ପରିସ୍ଥିତି ଅଷ୍ଟ୍ରେଲିଆର ମେଲବର୍ଣ୍ଣ ସହରରେ ଦେଖିବାକୁ ମିଳିଛି । କୋଭିଡ ସଂକ୍ରମଣ ବଢିବା ଯୋଗୁଁ ସରକାରଙ୍କ ପକ୍ଷରୁ ଅନେକ ସହରରେ ଲକଡାଉନ୍ ଘୋଷଣା କରାଯାଇଛି । ଏହି ସମୟରେ ଚୁକ୍ତିଭିତ୍ତିକ କର୍ମଚାରୀ ମାନଙ୍କୁ କାର୍ମକ୍ଷେତ୍ରକୁ ଯିବା ପାଇଁ ସରକାରଙ୍କ ପକ୍ଷରୁ ବାରଣ ଯାଇଛି । ଯାହାକି ସେମାନଙ୍କ ପାଇଁ ବୋଝ ଉପରେ ନଳିତା ବିଡ଼ା ସଦୃଶ ହୋଇଛି ।

ମେଲବର୍ଣ୍ଣରେ ଚାଲିଥିବା ଏହି ଆନ୍ଦୋଳନକୁ ରୋକିବା ପାଇଁ ପୋଲିସ ବୁଧବାର ବିକ୍ଷୋଭକାରୀଙ୍କ ଉପରକୁ ରବର ଗୁଳି ଚଳାଇଥିଲା । ଏହି ଆନ୍ଦୋଳନ ସମୟରେ ପୋଲିସ ଏବଂ କର୍ମଚାରୀଙ୍କ ମଧ୍ୟରେ ସଂଘର୍ଷ ମଧ୍ୟ ହୋଇଥିଲା । ଏନେଇ ୭୨ ଜଣଙ୍କୁ ଗିରଫ କରାଯାଇଛି ।

ସେହିଭଳି, କିଛିଦିନ ପୂର୍ବେ ଚୀନ୍‌ର ସିଆମେନ୍‌ ସହରରେ କରୋନା ମାମଲା ବୃଦ୍ଧି ପାଇବା ପରେ ଲକଡାଉନ୍ ଘୋଷଣା କରାଯାଇଥିଲା । ବର୍ତ୍ତମାନ ଚୀନ୍‌ର ହର୍ବିନ୍‌ରେ ତିନୋଟି ମାମଲା ଦେଖାଯିବା ପରେ ସମସ୍ତ ଜିମ୍, ଦୋକାନ ଏବଂ ପ୍ରେକ୍ଷାଳୟ ଗୁଡିକୁ ବନ୍ଦ କରାଯାଇଛି । ଡେଲଟା ଭେରିଆଣ୍ଟ୍ ବର୍ତ୍ତମାନ୍ ୧୮୫ ଟି ଦେଶକୁ ବ୍ୟାପିବାରେ ଲାଗିଛି । ଆମେରିକାରେ ମଧ୍ୟ ହଇଚଇ ସୃଷ୍ଟି କରିସାରିଲାଣି । ସେଠାରେ ପ୍ରତିଦିନ ଦୁଇ ହଜାର କରୋନା ରୋଗୀ ପ୍ରାଣ ହରାଉଥିବା ଖବର ରହିଛି ।