Advertisment

ଭୁବନେଶ୍ୱରରେ କରୋନା ସଂକ୍ରମଣ ସାମାନ୍ୟ ବୃଦ୍ଧି ହୋଇଛି: DMET

ଭୁବନେଶ୍ୱରର ଯେଉଁ ଜାଗାରେ କରୋନା ସଂକ୍ରମଣ ବଢ଼ିବ ସେଠି ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍‌ କରାଯିବ। ପୂର୍ବରୁ କିଛି ଜାଗାରେ ସଂକ୍ରମଣ ବଢିବା ଆଶଙ୍କା କରି ଲୋକଙ୍କ ହିତ ଦୃଷ୍ଟିରୁ କଣ୍ଟେନମେଣ୍ଟ ଜୋନ୍‌ କରାଯାଇଥିଲା।

DMET Chief CBK Mohanty

DMET Chief CBK Mohanty

Advertisment

ଭୁବନେଶ୍ୱର: ଭୁବନେଶ୍ୱରର ଯେଉଁ ଜାଗାରେ କରୋନା ସଂକ୍ରମଣ ବଢ଼ିବ ସେଠି ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍‌ କରାଯିବ। ପୂର୍ବରୁ କିଛି ଜାଗାରେ ସଂକ୍ରମଣ ବଢିବା ଆଶଙ୍କା କରି ଲୋକଙ୍କ ହିତ ଦୃଷ୍ଟିରୁ କଣ୍ଟେନମେଣ୍ଟ ଜୋନ୍‌ କରାଯାଇଥିଲା। ଗତ ୭ ଦିନ ହେଲାଣି ସଂକ୍ରମଣ ଉପର ତଳ ହେଉଛି। ମାତ୍ର ଭୁବନେଶ୍ୱରରେ ସଂକ୍ରମଣ ସାମାନ୍ୟ ବୃଦ୍ଧି ହୋଇଛି। ଲୋକମାନଙ୍କ ଚାଲିଚଳନ ଓ ଆଚରଣ ଉପରେ ସଂକ୍ରମଣ ବୃଦ୍ଧି ର୍ନିଭର କରୁଛି ବୋଲି ଡିଏମ୍ଇଟି ମୁଖ୍ୟ ସିବିକେ ମହାନ୍ତି କହିଛନ୍ତି।

Advertisment

ରାଜ୍ୟରେ କରୋନା ସଂକ୍ରମଣ ଧୀରେ ଧୀରେ କମୁଥିଲେ ମଧ୍ୟ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ଆଉ ସବୁଠାରୁ ଅଧିକ ପଜିଟିଭ ବାହାରୁଛନ୍ତି ରାଜଧାନୀ ଭୁବନେଶ୍ୱରରୁ। ଫରେଷ୍ଟ ପାର୍କ ଅଞ୍ଚଳର ଏକ ଆପାର୍ଟମେଣ୍ଟକୁ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା କରାଯାଇଛି। ଅଧିକ ସଂକ୍ରମିତ ଚିହ୍ନଟ ହେବା ପରେ ୫୨ ନମ୍ବର ୱାର୍ଡ ରାଜେନ୍ଦ୍ର ବିହାର ଆପାର୍ଟମେଣ୍ଟକୁ ଗତକାଲି ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା କରିଛି। ସବୁଦିନ ପରି ଆଜି ବି ଖୋର୍ଦ୍ଧାରୁ ସର୍ବାଧିକ ଆକ୍ରାନ୍ତ ବାହାରିଛନ୍ତି । ଜିଲ୍ଲାରୁ ୨୮୨ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । 

Advertisment

ଗତକାଲି ୫୯୩ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଆଜି ୫୮୨ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିପରି ଆଜି ଚିହ୍ନଟଙ୍କ ମଧ୍ୟରୁ ୧୮ ବର୍ଷରୁ କମ୍ ବର୍ଗର ୮୩ ଆକ୍ରାନ୍ତ ଅଛନ୍ତି । ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟିନରୁ ୩୩୭ ଜଣ ଚିହ୍ନଟ ହୋଇଥିବା ବେଳେ ଲୋକାଲ କେସ୍ ଅଛନ୍ତି ୨୪୫ ଜଣ ।

Bhubaneswar COVID19 DMET DMET Chief CBK Mohanty
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ