Advertisment

ଅଫ୍‌ଲାଇନ୍‌ କ୍ଲାସ୍‌ ଚାଲିଥିବା ବେଳେ କୋଚିଂ ସେଣ୍ଟର ସିଲ୍‌

କଟକ ବାଦାମବାଡ଼ି ଲିଙ୍କ୍ ରୋଡ୍ ସ୍ଥିତ ଏକ କୋଚିଂ ସେଣ୍ଟରକୁ CMC ସିଲ୍‌ କରିଛି। କୋଭିଡ୍ କଟକଣା ଉଲ୍ଲଙ୍ଘନ ଅଭିଯୋଗରେ ସିଏମ୍‌ସି ଚଢ଼ଉ କରିଥିଲା।

ଅଦ୍ୟତନ ହୋଇଛି
Coaching Centre Sealed

Coaching Centre Sealed

Advertisment

ରାଜ୍ୟରେ କରୋନା ସଂକ୍ରମଣ ଦିନକୁ ଦିନ ବଢ଼ୁଥିବା ବେଳେ କିଛି ସ୍ଥାନରେ କୋଭିଡ୍ କଟକଣା ଉଲ୍ଲଙ୍ଘନ ହେଉଥିବା ଦେଖିବାକୁ ମିଳିଛି। କଟକ ବାଦାମବାଡ଼ି ଥାନା ଅନ୍ତର୍ଗତ ଲିଙ୍କ୍ ରୋଡ୍ ସ୍ଥିତ ଏକ କୋଚିଂ ସେଣ୍ଟରକୁ CMC ସିଲ୍‌ କରିଛି। କୋଭିଡ୍ କଟକଣା ଉଲ୍ଲଙ୍ଘନ ଅଭିଯୋଗରେ AR Creation Centreରେ ସିଏମ୍‌ସି ଚଢ଼ଉ କରିଥିଲା।

Advertisment

ସୂଚନା ଅନୁସାରେ, ଆଜି କୋଚିଂ ସେଣ୍ଟରରେ ଅଫ୍‌ଲାଇନ୍‌ କ୍ଲାସ୍‌ ଚାଲୁଥିବା ଖବର ପାଇ CMC ଏନ୍‌ଫୋର୍ସମେଣ୍ଟ ସ୍କ୍ୱାଡ୍‌ ଚଢ଼ଉ କରିଥିଲେ। ଏହି ସମୟରେ କୋଭିଡ୍ କଟକଣା ଉଲ୍ଲଙ୍ଘନ କରାଯାଇଥିବା ଦେଖିବାକୁ ମିଳିଥିଲା। ଏହାପରେ କୋଚିଂ ସେଣ୍ଟରକୁ ସିଲ୍‌ କରାଯାଇଛି। କଟକରେ କୋଭିଡ୍‌ ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ଏଭଳି ଅନେକ କୋଚିଂ ସେଣ୍ଟରରେ ବେଆଇନ୍‌ ଭାବେ ଅଫ୍‌ଲାଇନ୍‌ କ୍ଲାସ୍‌ ଚାଲିଥିବା ଦେଖିବାକୁ ମିଳିଛି। 

ଅନ୍ୟପକ୍ଷେ, ଗଜପତି ଜିଲ୍ଲା ମୋହନା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ୬ ଜଣ କର୍ମଚାରୀ ପଜିଟିଭ ଚିହ୍ନଟ ହୋଇଛନ୍ତି। ୬ କର୍ମଚାରୀ ପଜିଟିଭ ଚିହ୍ନଟ ପରେ ହସ୍ପିଟାଲକୁ ୨୪ ଘଣ୍ଟା ପର୍ଯ୍ୟନ୍ତ ବନ୍ଦ ରଖାଯାଇଛି। ଏମର୍ଜେନ୍ସି ବିଭାଗକୁ ଛାଡ଼ି ଆଉଟଡୋର, ଇନ୍‌ଡୋର ସେବା ବନ୍ଦ ରହିବ। ଏନେଇ ମେଡିକାଲ ଅଫିସର ନମିତା ପଣ୍ଡା ସୂଚନା ଦେଇଛନ୍ତି।

Advertisment

ଓଡ଼ିଶାରେ ଦୈନିକ କରୋନା ସଂକ୍ରମଣ ଆଜି ୧୦ ହଜାର ପାର୍‌ କରିଛି। ରାଜ୍ୟରେ ଗତ ୨୪ ଘଣ୍ଟାରେ ୧୦,୦୫୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟିନରୁ ୫,୮୩୩ ଚିହ୍ନଟ ହୋଇଥିବା ବେଳେ ଲୋକାଲ୍ କେସ୍ ୪,୨୨୬ ରହିଛି।

Cuttack Coaching Centre Sealed Covid19 Guidelines
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ