Advertisment

୮ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ

ଉତ୍ତର-ପୂର୍ବାଞ୍ଚଳର ୮ଟି ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ସହ ମୋଦି ଆଲୋଚନା କରିଛନ୍ତି। ସିକିମ, ତ୍ରିପୁରା, ନାଗାଲାଣ୍ଡ, ଅରୁଣାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀ ଆଲୋଚନା କରିଛନ୍ତି। କରୋନା ମୁକାବିଲା ନେଇ ମୁଖ୍ୟମନ୍ତ୍ରୀମାନଙ୍କୁ ମାର୍ଗଦର୍ଶନ ଦେଇଛନ୍ତି ମୋଦି। ଆମକୁ ଆହୁରି ଅଧିକ ସତର୍କ ରହିବାକୁ ପଡ଼ିବ ବୋଲି କହିଲେ ପ୍ରଧାନମନ୍ତ୍ରୀ। ଏହାସହ ଅଧିକ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍ କରି ସଂକ୍ରମଣ ରୋକିବାକୁ ପଡ଼ିବ।

ଅଦ୍ୟତନ ହୋଇଛି
୮ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ

Prime Minister Narendra Modi

Advertisment

ନୂଆଦିଲ୍ଲୀ: ଉତ୍ତର-ପୂର୍ବାଞ୍ଚଳର ୮ଟି ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ସହ ମୋଦି ଆଲୋଚନା କରିଛନ୍ତି। ସିକିମ, ତ୍ରିପୁରା, ନାଗାଲାଣ୍ଡ, ଅରୁଣାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀ ଆଲୋଚନା କରିଛନ୍ତି। କରୋନା ମୁକାବିଲା ନେଇ ମୁଖ୍ୟମନ୍ତ୍ରୀମାନଙ୍କୁ ମାର୍ଗଦର୍ଶନ ଦେଇଛନ୍ତି ମୋଦି। ଆମକୁ ଆହୁରି ଅଧିକ ସତର୍କ ରହିବାକୁ ପଡ଼ିବ ବୋଲି କହିଲେ ପ୍ରଧାନମନ୍ତ୍ରୀ। ଏହାସହ ଅଧିକ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍ କରି ସଂକ୍ରମଣ ରୋକିବାକୁ ପଡ଼ିବ।

Advertisment

ବିଗତ ଦେଢ଼ ବର୍ଷର ଆମର ଅଭିଜ୍ଞତାକୁ ମଧ୍ୟ ଏଠାରେ ପ୍ରୟୋଗ କରିବା ବୋଲି ମୋଦି କହିଛନ୍ତି। କରୋନାର ପ୍ରତି ଭେରିଆଣ୍ଟ ଉପରେ ଆମକୁ ନଜର ରଖିବାକୁ ପଡ଼ିବ ବୋଲି ମୋଦି କହିବା ସହ ଆମେ ସତର୍କ ରହିଲେ ଆସୁଥିବା ତୃତୀୟ ଲହରକୁ ରୋକି ପାରିବା। କେବଳ ଏତିକି ନୁହେଁ ବରଂ ଟିକାକରଣ ତ୍ୱରାନ୍ୱିତ କରିବାକୁ ମୁଖ୍ୟମନ୍ତ୍ରୀମାନଙ୍କୁ ପ୍ରଧାନମନ୍ତ୍ରୀ ଆହ୍ୱାନ ଦେଇଛନ୍ତି।

Advertisment

ସେପଟେ, ଦେଶରେ କରୋନା ମହାମାରୀର ଦ୍ୱିତୀୟ ଲହରୀର ପ୍ରଭାବ ଧୀରେ ଧୀରେ ହ୍ରାସ ପାଉଛି । ପଜିଟିଭ୍ ସଂଖ୍ୟା କମୁଥିବା ବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ କମୁଛି । କିନ୍ତୁ କେରଳ ଏବଂ ମହାରାଷ୍ଟ୍ରରେ ବିପରୀତ ସ୍ଥିତି ଦେ‍ଖିବାକୁ ମିଳୁଛି । ୧୧ ଦିନ ମଧ୍ୟରେ ଅର୍ଥାତ୍ ୧୧ ଜୁଲାଇ ପର୍ଯ୍ୟନ୍ତ କେରଳରେ ୧.୨୮ ଲକ୍ଷରୁ ଅଧିକ ସଂକ୍ରମିତ ଏବଂ ମହାରାଷ୍ଟ୍ରରେ ୮୮,୧୩ ରୁ ଅଧିକ ନୂତନ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ତେବେ ବୃଦ୍ଧି ପାଉଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି ସତର୍କ ରହିବା ପାଇଁ ଚେତାବନୀ ଦେଇଛନ୍ତି ବିଶେଷଜ୍ଞ । ସେପଟେ କେରଳ ଏବଂ ମହାରାଷ୍ଟ୍ରକୁ କରୋନାର ତୃତୀୟ ଲହରୀ ପହଞ୍ଚିଗଲାଣି ‍ବୋଲି କୁହାଯାଉଛି । ଏହା ପୂର୍ବରୁ ପ୍ରଥମ ଏବଂ ଦ୍ୱିତୀୟ ଲହରୀରେ ମଧ୍ୟ ସମାନ ସ୍ଥିତି ଦେଖିବାକୁ ମିଳିଥିଲା ​​।

କେରଳ ଦେଶର ଏକମାତ୍ର ଏମିତି ରାଜ୍ୟ, ଯେଉଁଠାରେ ଗତ ୧୧ ଦିନ ମଧ୍ୟରେ ୧,୨୮,୯୫୧ ରୁ ଅଧିକ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । କେରଳର ମଲ୍ଲପୁରମ୍, କୋଟାୟାମ, କାସାରାଗୋଡ୍, କୋଝିକୋଡେ ଏବଂ ଥିସୁର ସମେତ ୧୪ଟି ଜିଲ୍ଲାରେ ତୀବ୍ର ବେଗରେ କରୋନା ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଛନ୍ତି । ଆଉ ଏଥିପାଇଁ ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ପ୍ରଶାସନ ଏବେ ଚିନ୍ତାରେ । ମଲ୍ଲପୁରମ୍, କୋଟାୟାମ, କାସାରାଗୋଡ୍ ସଂକ୍ରମିତ ସଂଖ୍ୟା ବଢ଼ୁଥିବା ବେଳେ କୋଟାୟାମ ଓ ଥିସୁରରେ ସଂକ୍ରମଣ ଫ୍ଲାଟୋ ଷ୍ଟେଜରେ ରହିଛି ।

Advertisment
Coronavirus COVID-19 Narendra Modi PM Modi
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ