Advertisment

କରୋନା: ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ

୬ ରାଜ୍ୟରେ କରୋନା ସଂକ୍ରମଣ ବଢ଼ୁଛି । ଗତ ଦୁଇ ସପ୍ତାହରେ ଦେଶରେ ମୋଟ୍ ଆକ୍ରନ୍ତଙ୍କ ୮୦ ପ୍ରତିଶତ ଆକ୍ରାନ୍ତ ଓ ୮୪ ପ୍ରତିଶତ ମୃତ୍ୟୁ ଏହି ରାଜ୍ୟରୁ ରେକର୍ଡ ହୋଇଛି। ତେଣୁ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ଚିନ୍ତା ପ୍ରକାଶ କରିଛନ୍ତି। ବିଶେଷ ଭାବେ ମହାରାଷ୍ଟ୍ର ଓ କେରଳରେ ବଢ଼ୁଥିବା ସଂକ୍ରମଣ ଏବେ ଗଭୀର ଚିନ୍ତାର କାରଣ ହୋଇଥିବା କହିଛନ୍ତି ପ୍ରଧାନମନ୍ତ୍ରୀ।

କରୋନା: ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ

Modi-Naveen

Advertisment

ନୂଆଦିଲ୍ଲୀ: ଦେଶରେ ଧୀରେ ଧୀରେ ସଂକ୍ରମଣ କମୁଛି କିନ୍ତୁ ଏବେ ବି ସଚେତନ ହୋଇ ରହିବାର ଆବଶ୍ୟକତା ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। କାରଣ ଟିକିଏ ଅସାବଧାନ ହେଲେ ଦେଶରେ ପୁଣି ଥରେ ସଂକ୍ରମଣ ବଢ଼ିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଦେଶରେ ତୃତୀୟ ଲହର ରୋକିବାକୁ କଡ଼ା ପଦକ୍ଷେପ ଜରୁରୀ ଏହାସହ ଟେଷ୍ଟ, ଟ୍ରାକ୍, ଟ୍ରିଟ୍ ଏବଂ ଟିକାକୁ ଗୁରୁତ୍ୱର ସହ ଆଗକୁ ବଢ଼ାଇବାକୁ ହେବ। ୬ ରାଜ୍ୟର ମୁଖ୍ୟମନ୍ତ୍ରୀ ମାନଙ୍କୁ ଆଜି କିଛି ଏଭଳି ପରାମର୍ଶ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କୋଭିଡ୍ ସ୍ଥିତିର ସମୀକ୍ଷା କରିବା ସହ ଏହାର ମୁକାବିଲାକୁ ନେଇ ମନ୍ତ୍ର ଦେଇଛନ୍ତି। ୬ ରାଜ୍ୟରେ କରୋନା ସଂକ୍ରମଣ ବଢ଼ୁଛି । ଗତ ଦୁଇ ସପ୍ତାହରେ ଦେଶରେ ମୋଟ୍ ଆକ୍ରନ୍ତଙ୍କ ୮୦ ପ୍ରତିଶତ ଆକ୍ରାନ୍ତ ଓ ୮୪ ପ୍ରତିଶତ ମୃତ୍ୟୁ ଏହି ରାଜ୍ୟରୁ ରେକର୍ଡ ହୋଇଛି। ତେଣୁ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ଚିନ୍ତା ପ୍ରକାଶ କରିଛନ୍ତି। ବିଶେଷ ଭାବେ ମହାରାଷ୍ଟ୍ର ଓ କେରଳରେ ବଢ଼ୁଥିବା ସଂକ୍ରମଣ ଏବେ ଗଭୀର ଚିନ୍ତାର କାରଣ ହୋଇଥିବା କହିଛନ୍ତି ପ୍ରଧାନମନ୍ତ୍ରୀ।

Advertisment

ଦ୍ୱିତୀୟ ଲହର ବେଳେ ସମାନ ପରିସ୍ଥିତି ଉପୁଜିଥିଲା। ତେଣୁ ବେଳ ଥାଉ ଥାଉ ସଜାଗ ହେବା ସହ କଟକଣା କଡ଼ା କରିବାକୁ ହେବ। ରାଜ୍ୟ ସରକାର ମାନେ ଗ୍ରାମାଞ୍ଚଳକୁ ଫୋକସ କରି ଟେଷ୍ଟ୍ରିଂ, ଟ୍ରାକିଂ ଓ ଟ୍ରିଟମେଣ୍ଟ କରିବାକୁ ମୋଦି କହିଛନ୍ତି। ଟିକା ଯେପରି ସମସ୍ତ ଲୋକଙ୍କୁ ମିଳିବ ସେ ନିମନ୍ତେ ବ୍ୟବସ୍ଥା କରାଯାଉ ଏବଂ ଆର୍ଟିପିସିଆର୍ ଟେଷ୍ଟକୁ ଗୁରୁତ୍ୱ ଦିଆଯାଉ। କିପରି ଶିଶୁଙ୍କୁ କରୋନା ଦାଉରୁ ସୁରକ୍ଷିତ ରଖାଯିବ, ତାହା ଏବେ ଭାରତ ସମେତ ସାରା ବିଶ୍ୱ ପାଇଁ ମୁଖ୍ୟ ଚିନ୍ତା ପାଲଟିଛି। ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ୬ଟି ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ କୋଭିଡ ସ୍ଥିତି ନେଇ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ତେବେ ରାଜ୍ୟରେ ସଂକ୍ରମଣ କମିଥିଲେ ମଧ୍ୟ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି। ତେଣୁ ସରକାର ଆଂଶିକ ଲକଡାଉନ୍‌କୁ ଅଗଷ୍ଟ ୧ ପର୍ଯ୍ୟନ୍ତ ବଢ଼ାଇଛନ୍ତି।

Advertisment
Coronavirus Narendra Modi Naveen Patnaik COVID19
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ