Advertisment

ନୂଆ ଗାଇଡ୍‌ ଲାଇନ୍‌କୁ ଅପେକ୍ଷା

ଏଣେ କେନ୍ଦ୍ର ଗୃହ ସଚିବ ଅଜୟ ଭଲ୍ଲା ଆଜି ସବୁ ରାଜ୍ୟକୁ ଚିଠି କରି କୋଭିଡ ଗାଇଡଲାଇନ୍‌ କଡ଼ାକଡ଼ି ଭାବେ ପାଳନ କରିବାକୁ ଅପିଲ୍ କରିଛନ୍ତି। ସେ ଦର୍ଶାଇଛନ୍ତି ଯେ, ଲୋକମାନେ କୋଭିଡ୍ ନିୟମ ମାନୁନାହାଁନ୍ତି। ଲକଡାଉନ୍ କୋହଳ କରାଯାଇଥିବାରୁ ବିଭିନ୍ନ ସ୍ଥାନରେ ଭିଡ଼ ଜମୁଛି। ଏହାକୁ ନିୟନ୍ତ୍ରଣ କରିବାକୁ ରୋକଠୋକ୍‌ ଭାବେ କୁହାଯାଇଛି।

ଅଦ୍ୟତନ ହୋଇଛି
ଅନଲକ୍‌ ହେବ ନା ପୁଣି ଥରେ ଆଂଶିକ ଲକଡାଉନ୍‌ କରିବେ ରାଜ୍ୟ ସରକାର?

Corona Virus

Advertisment

ଭୁବନେଶ୍ୱର: କେତେ ଜିଲ୍ଲା ଖୋଲିବ, ଆଉ କେଉଁ କେଉଁ କ୍ଷେତ୍ରରେ ନିୟମ କୋହଳ ହେବ? ଦିନକ ପରେ ଆଂଶିକ ଲକଡାଉନ୍‌ ଶେଷ ହେଉଥିବାରୁ ଆସନ୍ତାକାଲି ଆସିବ ନୂଆ ଗାଇଡଲାଇନ୍। ତେବେ କେନ୍ଦ୍ର ସରକାର, ସବୁ ରାଜ୍ୟର ମୁଖ୍ୟଶାସନ ସଚିବଙ୍କୁ ଲେଖିଥିବା ଚିଠି, ପଡୋଶୀ ରାଜ୍ୟରେ ବଢୁଥିବା ସଂକ୍ରମଣ ଓ ରାଜ୍ୟର କରୋନା ସ୍ଥିତିକୁ ଦେଖି ରାଜ୍ୟ ସରକାର ଅନଲକ୍‌ ନେଇ ନିଷ୍ପତ୍ତି ନେବେ । ସେପଟେ ସୀମାବର୍ତ୍ତି ରାଜ୍ୟଗୁଡ଼ିକରେ ସଂକ୍ରମଣ ସାମାନ୍ୟ ବଢ଼ିବା ପରେ ସୀମାବର୍ତ୍ତି ଜିଲ୍ଲାମାନଙ୍କୁ କରାଯାଉଛି ଫୋକସ୍ ।

Advertisment

କେମିତି ରହିବ ଅନଲକ୍‌ ପ୍ରକ୍ରିୟା? କେତେ ଜିଲ୍ଲା ଖୋଲିବ, କେତେ ଜିଲ୍ଲାରେ ଲାଗିବ କଟକଣା? ଏସବୁ ଚର୍ଚ୍ଚା ଭିତରେ ଆସନ୍ତାକାଲି ରାଜ୍ୟ ସରକାର ଘୋଷଣା କରିବେ ନୂଆ ଗାଇଡଲାଇନ୍‌। ଜୁଲାଇ ପହିଲାରେ ଦୈନିକ ସଂକ୍ରମଣ ୩ ହଜାର ଉପରେ ରହିଥିବା ବେଳେ ଏବେ ତାହା ୨ ହଜାରକୁ ଖସି ଆସିଛି। ଟେଷ୍ଟ ପଜିଟିଭିଟି ରେଟ୍ ମଧ୍ୟ ୩ ପ୍ରତିଶତ ତଳକୁ ଆସିଲାଣି।

ତେଣୁ କାଟାଗୋରୀ-ବିରୁ ଆଉ କିଛି ଜିଲ୍ଲାକୁ କାଟାଗୋରୀ-ଏକୁ ଆଣିବା ଲାଗି ଚାଲିଛି ବିଚାର ବିମର୍ଶ। ସୂତ୍ର ଅନୁସାରେ ନୂଆ ଗାଇଡଲାଇନ୍‌ସରେ ୨୩ଟି ଜିଲ୍ଲାକୁ କାଟାଗୋରୀ-ଏ ଓ ୭ଟି ଜିଲ୍ଲାକୁ ବି’ରେ ରଖାଯାଇପାରେ। ସଂକ୍ରମଣ ଅଧିକ ରହୁଥିବାରୁ ଖୋର୍ଦ୍ଧା, କଟକ, ଯାଜପୁର, ପୁରୀ, ଭଦ୍ରକ, ବାଲେଶ୍ୱର ଓ ମୟୂରଭଂଜକୁ କାଟାଗୋରୀ-ବି ରେ ରହିପାରନ୍ତି। ସବୁଠୁ ଚିନ୍ତାଜନକ ସ୍ଥିତିରେ ରହିଛି ଖୋର୍ଦ୍ଧା ଓ କଟକ। ଖୋର୍ଦ୍ଧା ଜିଲ୍ଲାରେ ଆକ୍ଟିଭ୍ କେସ୍ ଏବେ ବି ୪ ହଜାର ଉପରେ ରହିଥିବାବେଳେ କଟକରେ ରହିଛି ୩ ହଜାର ଉପରେ।

Advertisment

ସେହିପରି ମୟୂରଭଂଜ, ବାଲେଶ୍ୱର, ଭଦ୍ରକ ଓ ଯାଜପୁରରେ ୧ ହଜାର ଉପରେ ରହିଛି ଆକ୍ଟିଭ କେସ୍। ତେବେ ଜୀବନ ଜୀବୀକାକୁ ଆଖି ଆଗରେ ରଖି ନୂଆ ଗାଇଡଲାଇନ୍‌ସରେ କଟକଣାକୁ ଆଉ ଟିକେ କୋହଳ କରାଯାଇପାରେ। ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ କୌଣସି ବି ଜନଗହଳି ବିଶେଷକରି ରାଜନୈତିକ, ସାମାଜିକ ଓ ସାଂସ୍କୃତିକ ସମାରୋହ ପାଇଁ ଏବେ ଅନୁମତି ଦେବା ଉଚିତ ନୁହେଁ।

ସେପଟେ ଓଡ଼ିଶାକୁ ଲାଗିଥିବା ରାଜ୍ୟଗୁଡ଼ିକରେ ସଂକ୍ରମଣ ଧିରେ ଧିରେ ବଢୁଥିବାରୁ ଏବେ ଫୋକସରେ ରହିଛି ସୀମାବର୍ତ୍ତି ଜିଲ୍ଲା। ନୂଆପଡ଼ା ହେଉ କି ନବରଙ୍ଗପୁର, କୋରାପୁଟ ହେଉ କି ମାଲକାନଗିରି ଭଳି ବର୍ଡର ଜିଲ୍ଲାଗୁଡ଼ିକ ଉପରେ ନଜର ରଖିଛି ପ୍ରଶାସନ। ଏଣେ କେନ୍ଦ୍ର ଗୃହ ସଚିବ ଅଜୟ ଭଲ୍ଲା ଆଜି ସବୁ ରାଜ୍ୟକୁ ଚିଠି କରି କୋଭିଡ ଗାଇଡଲାଇନ୍‌ କଡ଼ାକଡ଼ି ଭାବେ ପାଳନ କରିବାକୁ ଅପିଲ୍ କରିଛନ୍ତି। ସେ ଦର୍ଶାଇଛନ୍ତି ଯେ, ଲୋକମାନେ କୋଭିଡ୍ ନିୟମ ମାନୁନାହାଁନ୍ତି। ଲକଡାଉନ୍ କୋହଳ କରାଯାଇଥିବାରୁ ବିଭିନ୍ନ ସ୍ଥାନରେ ଭିଡ଼ ଜମୁଛି। ଏହାକୁ ନିୟନ୍ତ୍ରଣ କରିବାକୁ ରୋକଠୋକ୍‌ ଭାବେ କୁହାଯାଇଛି।

Advertisment

ଏପରିକି ଭିଡ଼ ନିୟନ୍ତ୍ରଣ କରିବାରେ ବିଫଳ ହେଲେ ଯେଉଁ ଅଧିକାରୀ ଦାୟିତ୍ୱରେ ଥିବେ ତାଙ୍କୁ ବ୍ୟକ୍ତିଗତ ଭାବେ ଏଥିପାଇଁ ଦାୟୀ କରାଯିବାକୁ ଦର୍ଶାଯାଇଛି। ଖୋଦ୍ ପ୍ରଧାନମନ୍ତ୍ରୀ ମଧ୍ୟ ଗତକାଲି ଉତ୍ତର-ପୂର୍ବ ରାଜ୍ୟ ମୁଖ୍ୟମନ୍ତ୍ରୀମାନଙ୍କ ସହ ଆଲୋଚନା ବେଳେ ଏହା ଉପରେ ଗୁରୁତ୍ୱ ଦେଇଥିଲେ।

କେନ୍ଦ୍ର ସରକାର ସବୁ ରାଜ୍ୟକୁ ଲେଖିଥିବା ଚିଠି, ପଡୋଶୀ ରାଜ୍ୟରେ ବଢୁଥିବା ସଂକ୍ରମଣ, ସମ୍ଭାବ୍ୟ ତୃତୀୟ ଲହର ଆଶଙ୍କା ଓ ରାଜ୍ୟରେ କରୋନାର ବର୍ତ୍ତମାନର ସ୍ଥିତିକୁ ଦେଖି ରାଜ୍ୟ ସରକାର ଅନଲକ୍‌ ନିଷ୍ପତ୍ତି ନେବେ।

Odisha News Coronavirus COVID-19
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ