ରବିବାରଠୁ ବୁଷ୍ଟର ଡୋଜ୍‌ : ପ୍ରାଇଭେଟ୍‌ରେ ନେବ ତ ପଇସା ଦେବ

ଘରୋଇ ଟିକାକରଣ କେନ୍ଦ୍ରରେ ଏହି ପ୍ରିକସନାରୀ ଡୋଜ୍ ଟିକା ମାଗଣାରେ ଉପଲବ୍ଧ ହେବ ନାହିଁ । ଏଥିପାଇଁ ଦେୟ ପୈଠ କରିବାକୁ ପଡ଼ିବ । ବିଶ୍ୱସ୍ତରରେ କରୋନାର ନୂଆ XE ଭ୍ୟାରିଆଣ୍ଟ୍ ପ୍ରକୋପ ବୃଦ୍ଧିକୁ ଦୃଷ୍ଟିରେ ରଖି ସରକାର ଏଭଳି ନିଷ୍ପତ୍ତି ନେଇଥିବା କୁହାଯାଉଛି ।

ଇଞ୍ଜେକ୍‌ସନ୍‌ ନେବାକୁ ଭୟ ଲାଗୁଛି...ହେଲେ ସ୍ୱାସ୍ଥ ପ୍ରତି ସୁରକ୍ଷା ଦାୟକ...

ଏପ୍ରିଲ ୧୦ ଅର୍ଥାତ୍ ଆସନ୍ତା ରବିବାର ଠାରୁ ସବୁ ପ୍ରାପ୍ତବୟସ୍କଙ୍କୁ ମିଳିବ କରୋନାର ପ୍ରିକସନ୍ ଡୋଜ୍ ବା ବୁଷ୍ଟର୍ ଡୋଜ୍ । ତେବେ ଏହା କେବଳ ଘରୋଇ ଟିକାକରଣ କେନ୍ଦ୍ରରେ ଉପଲବ୍ଧ ହେବ । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଛି ।

ତେବେ ଘରୋଇ ଟିକାକରଣ କେନ୍ଦ୍ରରେ ଏହି ପ୍ରିକସନାରୀ ଡୋଜ୍ ଟିକା ମାଗଣାରେ ଉପଲବ୍ଧ ହେବ ନାହିଁ । ଏଥିପାଇଁ ଦେୟ ପୈଠ କରିବାକୁ ପଡ଼ିବ । ବିଶ୍ୱସ୍ତରରେ କରୋନାର ନୂଆ XE ଭ୍ୟାରିଆଣ୍ଟ୍ ପ୍ରକୋପ ବୃଦ୍ଧିକୁ ଦୃଷ୍ଟିରେ ରଖି ସରକାର ଏଭଳି ନିଷ୍ପତ୍ତି ନେଇଥିବା କୁହାଯାଉଛି । ତେବେ ୬୦ ବର୍ଷରୁ ଅଧିକ ବୟସ୍କ, ସ୍ୱାସ୍ଥ୍ୟ କର୍ମୀ ଏବଂ କରୋନା ସମ୍ମୁଖ ଯୋଦ୍ଧାଙ୍କ ପାଇଁ ମାଗଣା ବୁଷ୍ଟର୍ ଡୋଜ୍ ଟିକାକରଣ କାର୍ଯ୍ୟକ୍ରମ ଜାରି ରଖିଛନ୍ତି ସରକାର ।

ସୂଚନା ଅନୁସାରେ, ଏବେସୁଦ୍ଧା ଦେଶର ପ୍ରାୟ ୯୬ ପ୍ରତିଶତ ୧୫ ବର୍ଷରୁ ଅଧିକ ବୟସ୍କ ଅତିକମ୍‌ରେ ଗୋଟିଏ ଡୋଜ୍ ଟିକା ନେଇସାରିଥିବା ବେଳେ, ୮୩ ପ୍ରତିଶତ ଜନସଂଖ୍ୟା ୨ଟି ଯାକ ଡୋଜ୍ ଟିକା ନେଇସାରିଛନ୍ତି । ଇସ୍ରାଏଲ୍ ପରି ଦେଶଗୁଡ଼ିକ ବୁଷ୍ଟର୍ ଡୋଜ ନେଇ ନଥିଲେ ଟୀକାକରଣକୁ ସମ୍ପୂର୍ଣ୍ଣ ବୋଲି ବିଚାରକୁ ନିଆଯାଉନାହିଁ ।

XE ଭାରିଆଣ୍ଟ ସମେତ କରୋନା ଭାଇରସର ପୁରୁଣା ଭାରିଆଣ୍ଟକୁ ନେଇ ଚିନ୍ତା କମିଥିଲେ ମଧ୍ୟ ଭାରତରେ ସଂକ୍ରମଣ ହାର ବର୍ଷରୁ ଅଧିକ ସମୟ ଧରି ସର୍ବନିମ୍ନ ସ୍ତରରେ ରହିଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧,୧୦୯ ଟି ନୂଆ ପଜିଟିଭ୍‌ ଚିହ୍ନଟ ହୋଇଥିବା ବେଳେ ୪୩ ଜଣଙ୍କ ମୃତ୍ୟୁ ଘଟିଛି। ବର୍ତ୍ତମାନ ପର୍ଯ୍ୟନ୍ତ ଦେଶରେ ମୋଟ ୪.୩ କୋଟି ଲୋକ କୋଭିଡ୍‌ ଆକ୍ରାନ୍ତ ହୋଇଥିବା ବେଳେ ୫.୨୧ ଲକ୍ଷ ଲୋକହ୍କ ମୃତ୍ୟୁ ଘଟିଛି ।