Advertisment

ଓଡ଼ିଶାରେ ଚିହ୍ନଟ ହେଲେ ଆଉ ଜଣେ ଓମିକ୍ରନ୍‌ ଆକ୍ରାନ୍ତ

ରାଜ୍ୟରେ ଆଉ ଜଣେ ଓମିକ୍ରନ୍‌ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ଓମିକ୍ରନ୍‌ ଆକ୍ରାନ୍ତ ଜଣକ UAE ଫେରନ୍ତା ବୋଲି ସୂଚନା ମିଳିଛି।

ଅଦ୍ୟତନ ହୋଇଛି
omicron Variant

omicron Variant

Advertisment

ରାଜ୍ୟରେ ଆଉ ଜଣେ ଓମିକ୍ରନ୍‌ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ILS ପକ୍ଷରୁ ସ୍ୱାସ୍ଥ୍ୟ ବିଭାଗକୁ ଜଣାଇ ଦିଆଯାଇଛି। ଚିହ୍ନଟ ଓମିକ୍ରନ୍‌ ଆକ୍ରାନ୍ତ ଜଣକ UAE ଫେରନ୍ତା ବୋଲି ସୂଚନା ମିଳିଛି।   UAEରୁ ଫେରିଥିବା ବ୍ୟକ୍ତି ଜଣଙ୍କ କରୋନା ପଜିଟିଭ ହେବା ପରେ ତାଙ୍କର ଜିନୋମ୍‌ ସିକ୍ୱେନସିଂ କରାଯାଇଥିଲା। ଜିନୋମ୍‌ ସିକ୍ୱେନସିଂ ପରେ ସେ ଓମିକ୍ରନ୍ ‌ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ରହିଛି। ତାଙ୍କଠାରେ ସ୍ୱଳ୍ପ ଲକ୍ଷଣ ରହିଛି। ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ତାଙ୍କ ବାପାଓ ମାଙ୍କ ସ୍ୱାସ୍ଥ୍ୟାବସ୍ଥା ଉପରେ ନଜର ରଖାଯାଇଛି। ସେମାନଙ୍କ ପ୍ରାଥମିକ ରିପୋର୍ଟ ନେଗେଟିଭ୍ ଆସିଛି।  

Advertisment

ପୂର୍ବରୁ ଚିହ୍ନଟ ୮ ଆକ୍ରାନ୍ତଙ୍କୁ ମିଶାଇ ସଂଖ୍ୟା ୯କୁ ବୃଦ୍ଧି ପାଇଛି। କିଛିଦିନ ପୂର୍ବେ ରାଜ୍ୟରେ ୪ ଓମିକ୍ରନ୍‌ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଏହାପୂର୍ବରୁ ଆଉ ୪ ଓମିକ୍ରନ୍‌ ସଂକ୍ରମିତ ଚିହ୍ନଟ ହୋଇଥିଲେ।  ସେପଟେ ଦେଶରେ ଏଯାବତ୍ ୭୮୧ ଜଣ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଦିଲ୍ଲୀରୁ ସର୍ବାଧିକ ୨୩୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଓ ମହାରାଷ୍ଟ୍ରରୁ ୧୬୭ ଜଣ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଆଗକୁ ଓମିକ୍ରନ୍‌ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିପାରେ। ତେଣୁ ଓମିକ୍ରନ୍‌ ଲହରି ଆସିବା ପୂର୍ବରୁ ଯୁଦ୍ଧକାଳୀନ ଭିତ୍ତିରେ ସମସ୍ତ ପ୍ରସ୍ତୁତି ଶେଷ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପରାମର୍ଶ ଦେଇଛନ୍ତି।ଟିକାକରଣକୁ ତ୍ୱରାନ୍ୱିତ କରିବାକୁ ଜିଲ୍ଲା ପ୍ରଶାସନ ଦ୍ୱାରା ସ୍ୱତନ୍ତ୍ର ଅଭିଯାନ କରିବାକୁ ନିର୍ଦ୍ଦେଶ ସହ ଦ୍ୱିତୀୟ ଲହରିବେଳେ ଯେଉଁ ବ୍ୟବସ୍ଥା ଓ ସୁବିଧା କରାଯାଇଥିଲା, ସେସବୁକୁ ପୁନଃ କାର୍ଯ୍ୟକ୍ଷମ କରି ପ୍ରସ୍ତୁତ ରଖିବାକୁ ମୁଖ୍ୟମନ୍ତ୍ରୀ କହିଛନ୍ତି। 

Advertisment
Omicron Omicron Variant
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ