Advertisment

କାୟା ମେଲାଉଛି ଓମିକ୍ରନ: ବୁଷ୍ଟର ଡୋଜ୍‌ ପାଇଁ ଅଣ୍ଟା ଭିଡ଼ୁଛି ଭାରତ

କୋଭିଡ୍ ଟିକାର ବୁଷ୍ଟର ଡୋଜ୍ ପାଇଁ ଅଂଟା ଭିଡିଛି ଭାରତ ବାୟୋଟେକ୍। ଇଂଟ୍ରା ନାଜାଲ୍ ବା ନାକରେ ଦିଆଯିବାକୁ ଥିବା ଏହି ଟିକାର ତୃତୀୟ ପର୍ଯ୍ୟାୟ କ୍ଲିନିକାଲ୍ ଟ୍ରାଏଲ ତଥ୍ୟ ଡିସିଜିଆଇକୁ ଦିଆଯାଇଛି

Corona

Corona

Advertisment

ନୂଆଦିଲ୍ଲୀ: ୧୬୧ରେ ପହଞ୍ଚିଲା ଦେଶରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା। ଗତକାଲି ରାଜଧାନୀ ଦିଲ୍ଲୀରେ ୬ଟି ଓମିକ୍ରନ୍ ଭ୍ୟାରିଆଣ୍ଟ୍ ମାମଲା ଚିହ୍ନଟ ହେବା ପରେ ଆକ୍ରାନ୍ତଙ୍କ ସଂଖ୍ୟା ୨୮କୁ ବୃଦ୍ଧି ପାଇଥିବାବେଳେ ୧୨ ଜଣଙ୍କୁ ଡିସଚାର୍ଜ କରାଯାଇଛି। ଏପଟେ କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ୍ ତୃତୀୟ ଲହର ଆଣିପାରେ ବୋଲି ଚର୍ଚ୍ଚା ହେଉଛି। ତୃତୀୟ ଲହର ଆସିଲେ ଏହାର ମୁକାବିଲା ପାଇଁ ଆମେ ପ୍ରସ୍ତୁତ ବୋଲି ସଂସଦରେ ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭ୍ୟ।

Advertisment

ଏପଟେ କୋଭିଡ୍ ଟିକାର ବୁଷ୍ଟର ଡୋଜ୍ ପାଇଁ ଅଂଟା ଭିଡିଛି ଭାରତ ବାୟୋଟେକ୍। ଇଂଟ୍ରା ନାଜାଲ୍ ବା ନାକରେ ଦିଆଯିବାକୁ ଥିବା ଏହି ଟିକାର ତୃତୀୟ ପର୍ଯ୍ୟାୟ କ୍ଲିନିକାଲ୍ ଟ୍ରାଏଲ ତଥ୍ୟ ଡିସିଜିଆଇକୁ ଦିଆଯାଇଛି। BBV154 ନାମକ ଏହି ଟିକାକୁ ବୁଷ୍ଟର ଡୋଜ୍ ଭାବେ ବ୍ୟବହାର କରାଯାଇପାରିବ ବୋଲି ସୂଚନା ମିଳିଛି। ସବୁଠାରୁ ବଡ ତଥା ଗୁରୁତ୍ୱପୂର୍ଣ୍ଣ ହେଉଛି ଯେ, ଏହି ଟିକାକୁ ସମସ୍ତେ ନେଇପାରିବେ।

ଅର୍ଥାତ୍, କୋଭାକ୍ସିନ ଏବଂ କୋଭିସିଲ଼ଡ ଟିକାର ଦୁଇଟି ଡୋଜ୍ ନେଇଥିବା ସମସ୍ତ ବ୍ୟକ୍ତି ଏହାକୁ ବୁଷ୍ଟର ଡୋଜ୍ ଭାବେ ନେଇପାରିବେ। ଭାରତ ବାୟୋଟେକ ଅଧ୍ୟକ୍ଷ କ୍ରିଷ୍ଣା ଏଲ୍ଲା କୋଭିଡ୍ ଟିକାର ଦ୍ୱିତୀୟ ଡୋଜ୍ ନେବାର ୬ ମାସ ପରେ ତୃତୀୟ ତଥା ବୁଷ୍ଟର ଡୋଜ୍ ନେବା ଉପରେ ଗୁରୁତ୍ୱ ଦେଇଛନ୍ତି।

Advertisment
Coronavirus Omicron
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ