Advertisment

‘ପିଲାଙ୍କ ପାଇଁ ଓମିକ୍ରନ୍‌ ଆଦୌ ବିପଦଜ୍ଜନକ ନୁହେଁ’

ପିଲାଙ୍କ ପାଇଁ ଓମିକ୍ରନ୍‌ ଆଦୌ ବିପଦଜ୍ଜନକ ନୁହେଁ। ଓମିକ୍ରନ୍‌ ଗୋଟିଏ ପିଲାଠୁ ଆଉ ଜଣେ ପିଲାକୁ ସଂକ୍ରମିତ କରିବାର ନଜିର ନାହିଁ। ତେଣୁ କୌଣସି ଅଭିଭାବକ ଭୟଭୀତ ହୁଅନ୍ତୁନି

ଅଦ୍ୟତନ ହୋଇଛି
Omicron Is Not Dangerous For Children

Omicron Is Not Dangerous For Children

Advertisment

ପିଲାଙ୍କ ପାଇଁ ଓମିକ୍ରନ୍‌ ଆଦୌ ବିପଦଜ୍ଜନକ ନୁହେଁ। ବର୍ତ୍ତମାନ ସୁଦ୍ଧା ଓମିକ୍ରନ୍ ଦ୍ୱାରା କୌଣସି ପିଲା ଗୁରୁତର ହେବା ଘଟଣା ସାମ୍ନାକୁ ଆସିନାହିଁ। ଯଦି ବି କୌଣସି ପିଲା ସଂକ୍ରମିତ ହୋଇଛନ୍ତି, ସେମାନଙ୍କୁ ସାମାନ୍ୟ ଜ୍ୱର ହୋଇଛି ଏବଂ ସୁସ୍ଥ ମଧ୍ୟ ହୋଇଛନ୍ତି। ଓଟିଭି ନ୍ୟୁଜ୍‌ @9 ବିତର୍କରେ ଭାଗ ନେଇ ସ୍ୱାସ୍ଥ୍ୟ ବିଶେଷଜ୍ଞ ଡାକ୍ତର ସୁନୀଲ ଅଗ୍ରୱାଲ୍ ଏଭଳି ମତ ରଖିଛନ୍ତି। 

Advertisment

ଡାକ୍ତର ସୁନୀଲ ଅଗ୍ରୱାଲ୍ କହିଛନ୍ତି, ଓମିକ୍ରନ୍‌ ଗୋଟିଏ ପିଲାଠୁ ଆଉ ଜଣେ ପିଲାକୁ ସଂକ୍ରମିତ କରିବାର ନଜିର ନାହିଁ। ଯେଉଁମାନେ ବି ସଂକ୍ରମିତ ହୋଇଛନ୍ତି, ୮୦ରୁ ୯୫ ପ୍ରତିଶତଙ୍କ ପାଖରେ କୌଣସି ଲକ୍ଷଣ ଦେଖାଯାଇନି ବୋଲି ସେ କହିଛନ୍ତି। କାରଣ ଛୋଟ ପିଲାଙ୍କର ରୋଗ ପ୍ରତିରୋଧକ ଶକ୍ତି ତଥା ଇମ୍ୟୁନିଟି ଶକ୍ତି ଯଥେଷ୍ଟ ଥାଏ। କେବଳ ସେତିକି ନୁହେଁ, ପିଲାଙ୍କ ପାଖରେ ବହୁବିଧ ରୋଗ ବି ନଥାଏ। ତେଣୁ କୌଣସି ଅଭିଭାବକ ଭୟଭୀତ ହୁଅନ୍ତୁନି ବୋଲି ଡାକ୍ତର ସୁନୀଲ ଅଗ୍ରୱାଲ୍ କହିଛନ୍ତି।

ଆଉ ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇ ସେ କହିଛନ୍ତି ଯେ, ୧୨ରୁ ୧୫ ବର୍ଷର ପିଲାଙ୍କୁ ଆସନ୍ତା ମାସରୁ ଟିକାକରଣ କରାଯିବ। ଜାଇକୋଭ୍-ଡି ଟିକା ଏହି ବର୍ଗର ପିଲାଙ୍କୁ ଦିଆଯିବ। ଏନେଇ ପାଇଲଟ ପ୍ରୋଜେକ୍ଟରେ ୭ଟି ରାଜ୍ୟକୁ ଅନୁମତି ମିଳିଛି। ଓଡ଼ିଶାକୁ ବି ଖୁବଶୀଘ୍ର ଅନୁମତି ମିଳିବ ବୋଲି ଡାକ୍ତର ସୁନୀଲ ଅଗ୍ରୱାଲ୍ ସୂଚନା ଦେଇଛନ୍ତି।

Advertisment

ସେହିପରି ICMR ଗାଇଡଲାଇନ୍ସ ଅନୁଯାୟୀ, ୫ ବର୍ଷରୁ କମ୍ ବୟସର ପିଲାଙ୍କ ପାଇଁ ମାସ୍କର କୌଣସି ଆବଶ୍ୟକ ନାହିଁ। ତେବେ ୫ ବର୍ଷରୁ ୧୨ ବର୍ଷ ପିଲା ଅଭିଭାବକଙ୍କ ତଦାରଖରେ ମାସ୍କ ପିନ୍ଧିବେ। ଅସ୍ୱସ୍ତିକର ଅନୁଭବ କଲେ ମାସ୍କ କାଢ଼ି ଦେଇପାରିବେ। ତେବେ ୧୨ ବର୍ଷରୁ ଅଧିକ ପିଲା ଭଲ ଭାବେ ମାସ୍କ ପିନ୍ଧିବା ଜରୁରୀ ବୋଲି ଡାକ୍ତର ସୁନୀଲ ଅଗ୍ରୱାଲ୍ ପରାମର୍ଶ ଦେଇଛନ୍ତି। 

Omicron Omicron Variant
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ