Advertisment

ଓଡ଼ିଶାରେ ୨ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ

ଓଡ଼ିଶାରେ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୨ ଜଣଙ୍କଠାରେ ଚିହ୍ନଟ ହେଲା ଭୂତାଣୁ। ଆଇଏଲଏସ୍ ପକ୍ଷରୁ ଦିଆଯାଇଛି ସୂଚନା

ଅଦ୍ୟତନ ହୋଇଛି
Corona

Corona

Advertisment

ଭୁବନେଶ୍ୱର: ଓଡିଶାରେ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ । ଓଡ଼ିଶାରୁ ୨ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ନେଇ ILS ପକ୍ଷରୁ ସୂଚନା ଦିଆଯାଇଛି । ସୂଚନା ଅନୁସାରେ, ନାଇଜେରିଆ ଓ କତାରରୁ ଫେରିଥିବା ୨ ଜଣ ବ୍ୟକ୍ତିଙ୍କ ଠାରେ ଏହି ଭୂତାଣୁ ଚିହ୍ନଟ ହୋଇଛି। ଜିନମ ସ୍ୱିକେନ୍ସିଂ ପରେ ଏହି ଦୁଇ ଆକ୍ରାନ୍ତଙ୍କ ଶରୀରରେ ଓମିକ୍ରନ ଭୂତାଣୁ ଥିବା ଜଣାପଡିଛି । ଦୁଇ ଆକ୍ରାନ୍ତଙ୍କ ସମ୍ପର୍କରେ ସବିଶେଷ ତଥ୍ୟ ମିଳିପାରି ନାହିଁ। ତେବେ ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ଜଣାପଡିଛି। ବିଦେଶ ଫେରନ୍ତା ସାତ ଜଣଙ୍କ ମଧ୍ୟରୁ ଚାରିଜଣ ନେଗେଟିଭ ଅଛନ୍ତି ।

Advertisment

ପୂର୍ବରୁ ସମଗ୍ର ଦେଶରେ ଓମିକ୍ରନ୍‌ ଭାରିଏଣ୍ଟ ଚିହ୍ନଟ ହେବା ପରେ ରାଜ୍ୟ ସରକାରଙ୍କ ପକ୍ଷରୁ କଡା ପଦକ୍ଷେପ ଗ୍ରହଣ କରାଯାଇଥିଲା। ଏପରିକି ଓମିକ୍ରନ୍‌ ଆକ୍ରାନ୍ତ ଦେଶରୁ ଫେରୁଥିବା ଯାତ୍ରୀଙ୍କ ପାଇଁ ଆର୍‌ଟିପିସିଆର୍‌ ଟେଷ୍ଟକୁ ବାଧ୍ୟତା ମୂଳକ କରାଯାଇଥିଲା। ସେମାନଙ୍କ ସବିଶେଷ ଡାଟା ରାଜ୍ୟ ସରକାର ରଖିବା ସହ ସେମାନଙ୍କ ଉପରେ କଡା ନଜର ରଖାଯାଇଥିଲା। ଏହା ସତ୍ତ୍ୱେ ରାଜ୍ୟରେ ୨ ଓମିକ୍ରନ୍‌ ଆକ୍ରାନ୍ତ ଚିହ୍ନଟ ହେବା ପରେ ରାଜ୍ୟବାସୀଙ୍କ ମନରେ ଛନକା ପଶିଛି।

ସେପଟେ, ବିଶ୍ୱରେ ଦିନକୁ ଦିନ ଚିନ୍ତା ବଢାଉଛି କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ୍ । ଯେକୌଣସି ପରିସ୍ଥିତିର ମୁକାବିଲା ଲାଗି ପ୍ରସ୍ତୁତ ରହିବାକୁ ସତର୍କ କରାଇସାରିଛନ୍ତି ଦିଲ୍ଲୀ ଏମ୍ସ ନିର୍ଦ୍ଦେଶକ ଡାକ୍ତର ରଣଦୀପ ଗୁଲେରିଆ । ଭାରତରେ ବର୍ତ୍ତମାନ ଆକ୍ରାନ୍ତଙ୍କ ସଂଖ୍ୟା ୧୫୦ ଉପରେ ବିଶ୍ୱର ପ୍ରଥମ ଦେଶ ଭାବେ ଓମିକ୍ରନ ସଂକ୍ରମଣ ରୋକିବାକୁ ଲକ୍‌ଡାଉନ୍ କରିଛି ନେଦରଲ୍ୟାଣ୍ଡସ୍ । ଖ୍ରୀଷ୍ଟମାସ ବେଳେ ସଂକ୍ରମଣ ବଢିବା ଆଶଙ୍କା ଥିବାରୁ ଆସନ୍ତା ଜାନୁଆରୀ ୧୪ ଯାଏଁ ଦେଶରେ ଲାଗୁ ହୋଇଛି ଲକ୍‌ଡାଉନ୍ ।

Advertisment
Omicron Cases In Odisha Coronavirus
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ