Advertisment

ଉପରମୁହାଁ ହେଉଛି ଓମିକ୍ରନ୍: ସଂକ୍ରମଣ ହଜାର ଟପିଲା

ହୁ ହୁ ହୋଇ ମାଡି ଚାଲିଛି ଓମିକ୍ରନ୍ । ଦେଶରେ ହଜାରେ ଟପିଲା ଓମିକ୍ରନ ସଂକ୍ରମଣ। ଦେଶରେ ଏପର୍ଯ୍ୟନ୍ତ ୧୨୭୦ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇସାରିଲେଣି । ମହାରାଷ୍ଟ୍ରରେ ସର୍ବାଧିକ ୪୫୦, ଦିଲ୍ଲୀରେ ୩୨୦ ଚିହ୍ନଟ ହୋଇଛନ୍ତି ।

ଅଦ୍ୟତନ ହୋଇଛି
Omicron

Omicron

Advertisment

ହୁ ହୁ ହୋଇ ମାଡି ଚାଲିଛି ଓମିକ୍ରନ୍ । ଦେଶରେ ହଜାରେ ଟପିଲା ଓମିକ୍ରନ ସଂକ୍ରମଣ। ଦେଶରେ ଏପର୍ଯ୍ୟନ୍ତ ୧୨୭୦ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇସାରିଲେଣି । ମହାରାଷ୍ଟ୍ରରେ ସର୍ବାଧିକ ୪୫୦, ଦିଲ୍ଲୀରେ ୩୨୦ ଚିହ୍ନଟ ହୋଇଛନ୍ତି । ୨୩ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳକୁ ଓମିକ୍ରନ ବ୍ୟାପିବାରେ ଲାଗିଛି ।

Advertisment

କରୋନା ଅପଡେଟ୍ ଦେଇ ସ୍ୱାସ୍ଥ୍ୟ ବିଭାଗ ଯୁଗ୍ମ ସଚିବ ଲବ୍ ଅଗ୍ରୱାଲ କହିଛନ୍ତି ଯେ, ଗତ ସପ୍ତାହରେ ଦେଶରେ ଦୈନିକ ୮ ହଜାର ପଜିଟିଭ ବାହାରୁଥିଲେ, ଏବେ ତାହା ୧୦ ହଜାର ଟପିଛି। ୮ଟି ଜିଲ୍ଲାରେ କେସ୍ ପଜିଟିଭିଟି ହାର ୧୦%ରୁ ଅଧିକ ରହିଛି। ସେଥିମଧ୍ୟରୁ ମିଜୋରାମର ୬, ଅରୁଣାଚଳର ୧ ଓ ପଶ୍ଚିମବଙ୍ଗର ଗୋଟିଏ ଜିଲ୍ଲା ରହିଛି।

ଗତକାଲି ଓଡିଶାରେ ୫ ନୂଆ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ ହେବା ପରେ ରାଜ୍ୟ ସରକାରଙ୍କ ଚିନ୍ତା ବଢିବାରେ ଲାଗିଲାଣି । ଆକ୍ରାନ୍ତଙ୍କ ସମ୍ପର୍କରେ ରାଜ୍ୟ ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିସ୍ତୃତ ଭାବେ ସୂଚନା ଦେଇ କହିଛନ୍ତି- ଏମାନଙ୍କ ମଧ୍ୟରୁ ୪ ଜଣ ବିଦେଶ ଫେରନ୍ତା। କତାର, କଙ୍ଗୋ, ୟୁଏଇ ଆଦି ଦେଶରୁ ଫେରିଛନ୍ତି। ପଞ୍ଚମ ବ୍ୟକ୍ତି କୌଣସି ବିଦେଶ ଗସ୍ତ କରିନାହାନ୍ତି। ତେବେ ସେ ରାୟପୁର ଓ ହାଇଦ୍ରାବାଦ ଗସ୍ତ କରିଥିଲେ। ସମସ୍ତ ୫ ଜଣଙ୍କର କଣ୍ଟାକ୍ଟ ଟ୍ରେସିଂ କରାଯାଇଛି। ସେଥିରୁ ଜଣକର ପଜିଟିଭ ମିଳିଛି, ଜିନମ ସିକ୍ୟୁଏନସିଂ ପାଇଁ ଯାଇଛି। ସମସ୍ତ ଆକ୍ରାନ୍ତମାନଙ୍କର ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି ।

Advertisment

ସେପଟେ ରାଜ୍ୟରେ ମାସକ ଭିତରେ ପିଲାଙ୍କୁ ଟିକାକରଣ ସାରିବାକୁ ଲକ୍ଷ୍ୟ ରଖିଛି ସ୍ୱାସ୍ଥ୍ୟ ବିଭାଗ। ପରିବାର କଲ୍ୟାଣ ନିର୍ଦ୍ଦେଶକ କହିଛନ୍ତି- ୧୫ରୁ ୧୮ ବର୍ଷର ୨୩ ଲକ୍ଷ ୬୫ ହଜାର ପିଲା ଟିକା ନେବେ। ଜାନୁଆରୀ ୧ରୁ ପଞ୍ଜୀକରଣ ଆରମ୍ଭ ହେବ। ଏଥିପାଇଁ ପ୍ରାୟ ୧୪ ଲକ୍ଷ କୋଭାକ୍ସିନ ଡୋଜ୍ ଉପଲବ୍ଧ ଅଛି। ସେହିପରି ଆବଶ୍ୟକ ଅନୁସାରେ ଟିକାକରଣ କେନ୍ଦ୍ର ଖୋଲିବାକୁ ସବୁ ଜିଲ୍ଲାକୁ ନିର୍ଦ୍ଦେଶ ଦିଆଯିବା ସହ ପିଲାଙ୍କ ସାଙ୍ଗରେ ଅଭିଭାବକ ଆସିବାକୁ ପରାମର୍ଶ ଦିଆଯାଇଛି।

ତେବେ କରୋନା ବୃଦ୍ଧିକୁ ଆଖି ଆଗରେ ରଖି ନୂଆ ଗାଇଡଲାଇନ ଜାରି କରିଛନ୍ତି ରାଜ୍ୟ ସରକାର ।

Advertisment

ପୂର୍ବ ମାସ ଭଳି ସମସ୍ତ ସହରାଞ୍ଚଳରେ ଜାରି ରହିବ ନାଇଟ କର୍ଫ୍ୟୁ।

ରାତି ୧୦ଟାରୁ ସକାଳ ୫ଟା ପର୍ଯ୍ୟନ୍ତ ସମସ୍ତ ସହରାଞ୍ଚଳରେ ନାଇଟ କର୍ଫ୍ୟୁ।

ସକାଳ ୫ରୁ ରାତି ୧୦ ପର୍ଯ୍ୟନ୍ତ ସମସ୍ତ ପ୍ରକାର ଦୋକାନ ଖୋଲା ରହିବ।

ସମସ୍ତ ପ୍ରକାର ସାମାଜିକ ଓ ଧାର୍ମିକ ସମାବେଶକୁ ବାରଣ।

ରାଜନୈତିକ ସମାବେଶରେ ସର୍ବାଧିକ ୧୦୦ ଲୋକଙ୍କୁ ଅନୁମତି।

ପ୍ରଦର୍ଶନୀ, ବାଣିଜ୍ୟ ମେଳା, ମେଳା ଆଦି ଆୟୋଜନ ମନା।

ପାର୍କ, ବେଳାଭୂମି, ଅନ୍ୟ ପିକନିକ୍‌ ସ୍ପଟରେ ପିକନିକ୍‌ ମନା।

ହୋଟେଲ, ପାର୍କ, ମଲ୍‌ରେ ସାଂସ୍କୃତିକ, ନୃତ୍ୟ କାର୍ଯ୍ୟକ୍ରମକୁ ବାରଣ।

ଜାନୁଆରୀ ମାସରେ କୌଣସି ଶିକ୍ଷାନୁଷ୍ଠାନ ପିକନିକ ଯାଇପାରିବେନି।

ଶିକ୍ଷାନୁଷ୍ଠାନ ବାର୍ଷିକ ଉତ୍ସବ, ଆନିଭର୍ସାରୀ ପାଳନ ମଧ୍ୟ ସଂପୂର୍ଣ୍ଣ ଭାବେ ମନା।

କୋଭିଡ଼ ନିୟମ ମାନି ଯାତ୍ରା, ମେଲୋଡ଼ି, ସାଂସ୍କୃତିକ କାର୍ଯ୍ୟକ୍ରମ ହୋଇପାରିବ।

ସର୍ବାଧିକ ୧ ହଜାର ଦର୍ଶକଙ୍କୁ ନେଇ ଅନୁମତିରେ ଚାଲିପାରିବ ଯାତ୍ରା।

୫୦ ପ୍ରତିଶତ ଦର୍ଶକ କ୍ଷମତାକୁ ନେଇ ଚାଲିପାରିବ ସିନେମା ହଲ୍।

ସିନେମା ହଲକୁ ଯିବାକୁ ଡବଲ ଡୋଜ୍ ଟିକା ବା ଟେଷ୍ଟ ରିପୋର୍ଟ ଜରୁରୀ।

India Omicron
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ