Advertisment

ସାବଧାନ ! ଓଡ଼ିଶାରେ ଖୁବ୍‌ ଶୀଘ୍ର ଓମିକ୍ରନ୍‌ ଗୋଷ୍ଠୀ ସଂକ୍ରମଣ ହେବା ଆଶଙ୍କା

ଦେଶରେ ବହୁ ସ୍ଥାନରେ ଓମିକ୍ରନ୍‌ ଗୋଷ୍ଠୀ ସଂକ୍ରମଣ ହେଲାଣି। ଓଡ଼ିଶାରେ ବି ଗୋଷ୍ଠୀ ସଂକ୍ରମଣ ହେବାର ସମ୍ଭାବନା ଅଧିକ ରହିଛି। ଖୁବ୍‌ ଶୀଘ୍ର ଗୋଷ୍ଠୀ ସଂକ୍ରମଣ ହୋଇଯିବ ବୋଲି ଆଶଙ୍କା କରାଯାଉଛି।

ଅଦ୍ୟତନ ହୋଇଛି
Omicron Cases In Odisha

Omicron Cases In Odisha

Advertisment

ଦେଶରେ ଓମିକ୍ରନ୍‌ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଛି। ମେଟ୍ରୋ ସହରରେ ୮୦ରୁ ୯୦% ଓମିକ୍ରନ୍‌ ଷ୍ଟ୍ରେନ ଆସିଗଲାଣି। ଆମ ରାଜ୍ୟରେ ସେ ତଥ୍ୟ ପାଇଁ ଅପେକ୍ଷା କରିବାକୁ ପଡିବ ବୋଲି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି। ଶେଷ ଥର ପାଇଁ ଜିନୋମ ସିକ୍ୟୁଏନ୍ସ ତଥ୍ୟରୁ ଜଣା ପଡ଼ିଥିଲା, ରାଜ୍ୟରେ ୬୦% ସ୍ଥାନୀୟ ସଂକ୍ରମଣ ଥିଲା। ହେଲେ ଏବେ ନିଶ୍ଚୟ ବଢିଥିବ। କିନ୍ତୁ ଏହା ଜାଣିବା ପାଇଁ ତଥ୍ୟକୁ ଅପେକ୍ଷା କରିବାକୁ ପଡ଼ିବ ବୋଲି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି।

Advertisment

ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି, ଅନ୍ତର୍ଜାତୀୟ ଟ୍ରାଭେଲ ତଥ୍ୟ ନଥାଇ ଯଦି କୌଣସି ଅଞ୍ଚଳରୁ ବହୁ ସଂଖ୍ୟାରେ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି ତେବେ ଗୋଷ୍ଠୀ ସଂକ୍ରମଣ କୁହାଯିବ। ଦେଶରେ ବହୁ ସ୍ଥାନରେ ଓମିକ୍ରନ୍‌ ଗୋଷ୍ଠୀ ସଂକ୍ରମଣ ହେଲାଣି। ଓଡ଼ିଶାରେ ବି ଗୋଷ୍ଠୀ ସଂକ୍ରମଣ ହେବାର ସମ୍ଭାବନା ଅଧିକ ରହିଛି। ଖୁବ୍‌ ଶୀଘ୍ର ଗୋଷ୍ଠୀ ସଂକ୍ରମଣ ହୋଇଯିବ ବୋଲି ଆଶଙ୍କା କରାଯାଉଛି।

ବର୍ତ୍ତମାନ ସୁଦ୍ଧା ୨%ରୁ କମ୍‌ ଲୋକ ଡାକ୍ତରଖାନାରେ ଅଛନ୍ତି। ବହୁତ କମ୍‌ ଲକ୍ଷଣ ଓ କୌଣସି ଲକ୍ଷଣ ଦେଖା ଯାଉନଥିବାରୁ ଲୋକ ଘରେ ରହୁଛନ୍ତି। କମ୍‌ ଲକ୍ଷଣ ରହୁଥିବା ଭାବି ଟେଷ୍ଟ ନ କଲେ ଅସୁବିଧା ବୋଲି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ସତର୍କ କରାଇଛନ୍ତି। ସେ କହିଛନ୍ତି, ଥଣ୍ଡା କାଶ ହେଲେ ନିଜକୁ କ୍ୱାରେଣ୍ଟିନ କରିବା ସହ ପରୀକ୍ଷା କରନ୍ତୁ। ନଚେତ୍‌ ଘରେ ବ୍ୟାପିବ। ଗତ ୪ ଦିନ ହେବ ରାଜ୍ୟରେ ୧୦ ହଜାର ତଳକୁ ଖସିଛି ସଂକ୍ରମଣ। ଏହି  ତଥ୍ୟକୁ ଦୃଷ୍ଟିରେ ରଖି କିଛି ଆକଳନ କରି ହେବ ନାହିଁ।’

Advertisment

ଓମିକ୍ରନ୍‌ର ଟ୍ରାନ୍ସମିଶନ ରେଟ୍ ଅଧିକ ରହୁଥିବାରୁ କେଉଁ ମୁହୂର୍ତ୍ତରେ ବି ସଂକ୍ରମଣ ବଢ଼ିପାରେ। ଏଥିପାଇଁ କ୍ରମାଗତ ଭାବେ ଜିନୋମ ସିକ୍ୟୁଏନ୍ସ କରାଯାଉଛି। ତେବେ ଗୋଷ୍ଠୀ ସଂକ୍ରମଣ ହୋଇଛି ନା ନାହିଁ ସମ୍ପୂର୍ଣ୍ଣ ତଥ୍ୟକୁ ଅପେକ୍ଷା କରିବାକୁ ପଡିବ ବୋଲି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି।  

Omicron Omicron Cases In Odisha
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ