Advertisment

ଓଡ଼ିଶାକୁ ଓମିକ୍ରନ୍‌ ଭୟ ! ଯୁଦ୍ଧକାଳୀନ ଭିତ୍ତିରେ ପ୍ରସ୍ତୁତି ଶେଷ କରିବାକୁ ପରାମର୍ଶ

ବର୍ତ୍ତମାନ ସୁଦ୍ଧା ଓଡ଼ିଶାରେ ୮ ଜଣ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଗକୁ ଏହି ସଂଖ୍ୟା ବଢ଼ିପାରେ। ତେଣୁ ଓମିକ୍ରନ୍‌ ଲହରି ଆସିବା ପୂର୍ବରୁ ଯୁଦ୍ଧକାଳୀନ ଭିତ୍ତିରେ ସମସ୍ତ ପ୍ରସ୍ତୁତି ଶେଷ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପରାମର୍ଶ ଦେଇଛନ୍ତି।

ଅଦ୍ୟତନ ହୋଇଛି
omicron Variant

omicron Variant

Advertisment

ଭୁବନେଶ୍ୱର: ବର୍ତ୍ତମାନ ସୁଦ୍ଧା ଓଡ଼ିଶାରେ ୮ ଜଣ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଗକୁ ଏହି ସଂଖ୍ୟା ବଢ଼ିପାରେ। ତେଣୁ ଓମିକ୍ରନ୍‌ ଲହରି ଆସିବା ପୂର୍ବରୁ ଯୁଦ୍ଧକାଳୀନ ଭିତ୍ତିରେ ସମସ୍ତ ପ୍ରସ୍ତୁତି ଶେଷ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପରାମର୍ଶ ଦେଇଛନ୍ତି।  କୋଭିଡ୍ ଏବଂ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ସମୀକ୍ଷା କରି ମୁଖ୍ୟମନ୍ତ୍ରୀ ଏହି ପରାମର୍ଶ ଦେଇଛନ୍ତି।

Advertisment

ଟିକାକରଣକୁ ତ୍ୱରାନ୍ୱିତ କରିବାକୁ ଜିଲ୍ଲା ପ୍ରଶାସନ ଦ୍ୱାରା ସ୍ୱତନ୍ତ୍ର ଅଭିଯାନ କରିବାକୁ ନିର୍ଦ୍ଦେଶ ସହ ଦ୍ୱିତୀୟ ଲହରିବେଳେ ଯେଉଁ ବ୍ୟବସ୍ଥା ଓ ସୁବିଧା କରାଯାଇଥିଲା, ସେସବୁକୁ ପୁନଃ କାର୍ଯ୍ୟକ୍ଷମ କରି ପ୍ରସ୍ତୁତ ରଖିବାକୁ ମୁଖ୍ୟମନ୍ତ୍ରୀ କହିଛନ୍ତି। କୋଭିଡ୍ ହସ୍ପିଟାଲ୍‌ ଗୁଡିକରେ ରୋଗୀଙ୍କ ତୁରନ୍ତ ଚିକିତ୍ସା ସହ ପିଲାଙ୍କୁ ଅଧିକ ହସ୍ପିଟାଲ ଆବଶ୍ୟକ ହେଉଥିବା ଜଣାପଡ଼ିଛି। ତେଣୁ ସ୍ୱାସ୍ଥ୍ୟ ବିଭାଗ ରାଜ୍ୟରେ ଶିଶୁଙ୍କ ଚିକିତ୍ସା ପାଇଁ ପର୍ଯ୍ୟାପ୍ତ ବ୍ୟବସ୍ଥା କାର୍ଯ୍ୟକାରୀ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।

ଏହାବ୍ୟତୀତ ପୋଲିସକୁ କୋଭିଡ ନିୟମର ଦୃଢ଼ ଅନୁପାଳନ ସୁନିଶ୍ଚିତ କରିବାକୁ ମୁଖ୍ୟମନ୍ତ୍ରୀ କହିଛନ୍ତି। ପ୍ରଥମ ଓ ଦ୍ୱିତୀୟ ଲହରିରେ ଯେଭଳି ଭଲ କାର୍ଯ୍ୟ ହୋଇଥିଲା ସେପରି ଏଥର ବି ଦୃଢ଼ ପଦକ୍ଷେପ ଗ୍ରହଣ କରାଯାଉ।  ଏହାସହ BSKY ଯୋଜନାର ସଫଳ କାର୍ଯ୍ୟକାରିତା ପାଇଁ ଜିଲ୍ଲାପାଳ ଓ ଏସ୍‌ପିଙ୍କୁ ଘରୋଇ ହସ୍ପିଟାଲ ଗୁଡିକରେ ନିୟମିତ ତଦାରଖ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। 

Advertisment

ଅନ୍ୟପକ୍ଷେ, ଦେଶରେ କାୟା ବଢ଼ାଉଛି ଓମିକ୍ରନ୍‌। ଏବେ ଆକ୍ରାନ୍ତଙ୍କ ସଂଖ୍ୟା ୬ ଶହ ମୁହାଁ ହୋଇଛି। ନୂଆ ଭାରିଏଣ୍ଟ୍‌ର କ୍ଷୀପ୍ର ସଂକ୍ରମଣକୁ ଚେକ୍ ଦେବାକୁ ପୁଣି ସକ୍ରିୟ ହୋଇଛନ୍ତି ସରକାର। କୋଭିଡର ୫ ସୂତ୍ରୀ ନିୟମ ପାଳନ ପାଇଁ ସବୁ ରାଜ୍ୟର ମୁଖ୍ୟ ସଚିବମାନଙ୍କୁ କେନ୍ଦ୍ର ଗୃହ ସଚିବ ଚିଠି ଲେଖିଛନ୍ତି। ଏଣେ କିଶୋର ଟିକାକରଣକୁ ନେଇ ବି ବଢ଼ିଛି ତତ୍ପରତା।

Odisha Omicron Omicron Variant
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ