Advertisment

"ସ୍ଥିର ଅଛି ଓଡିଶାରେ କରୋନା ସଂକ୍ରମଣ"

ରାଜ୍ୟରେ କରୋନା ସଂକ୍ରମଣ ଦିନକୁ ଦିନ କମିବାରେ ଲାଗିଛି । ଗତ ୭ଦିନ ଭିତରେ ସଂକ୍ରମଣ ୪ଶହରୁ ୬ଶହ ଭିତରେ ରହୁଛି । ଡବଲିଙ୍ଗ ଟାଇମ୍ କମିଲେ ସଂକ୍ରମଣ ବି କମିବ ବୋଲି DMET ପକ୍ଷରୁ କୁହାଯାଇଛି ।

covid 19

covid 19

Advertisment

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ଦିନକୁ ଦିନ କମିବାରେ ଲାଗିଛି । ଗତ ୭ଦିନ ଭିତରେ ସଂକ୍ରମଣ ୪ଶହରୁ ୬ଶହ ଭିତରେ ରହୁଛି । ଡବଲିଙ୍ଗ ଟାଇମ୍ କମିଲେ ସଂକ୍ରମଣ ବି କମିବ ବୋଲି DMET ପକ୍ଷରୁ କୁହାଯାଇଛି । ଆଜି ଗଣମାଧ୍ୟମକୁ ଏହି ସୂଚନା ଦେଇ ଡିଏମ୍ଇଟି ସିବିକେ ମହାନ୍ତି କହିଛନ୍ତି ଯେ, ସଂକ୍ରମଣ ବଢିବାରେ ୨ଟି ସୂତ୍ର ହୋଇପାରେ । ଗୋଟିଏ ହେଉଛି, ଲୋକେ କିପରି ନିୟମ ମାନୁଛନ୍ତି ଓ ଆଉ ଗୋଟିଏ ହେଉଛି ଭାଇରସର ଗୁଣ ସୂତ୍ର ପରିବର୍ତ୍ତନ ।

Advertisment

ପୃଥିବୀର କେତୋଟି ଦେଶରେ ସଂକ୍ରମଣ ଦିନକୁ ଦିନ ବଢୁଥିବା ବେଳେ, ଓଡିଶାରେ ସଂକ୍ରମଣ ସ୍ଥିର ରହିଛି l ଯେ ପଯର୍ୟନ୍ତ କରୋନା ପୂର୍ଣ୍ଣ ରୂପେ ପ୍ରତିହତ ନ ହୋଇଛି ସେ ପଯର୍ୟନ୍ତ କଡାକଡ଼ି ନିୟମ ପାଳନ କରିବାକୁ ପଡିବ ବୋଲି କହିଛନ୍ତି ଡିଏମ୍ଇଟି ମୁଖ୍ୟ ସିବିକେ ମହାନ୍ତି କହିଛନ୍ତି l ଟ୍ରାଭେଲ କ୍ଷେତ୍ରରେ ଯେହେତୁ ସେତେଟା କଟକଣା ନାହିଁ, କିନ୍ତୁ ଏଦିଗରେ ବି ଧ୍ୟାନ ଦେବାକୁ ପଡିବ ବୋଲି କହିଛନ୍ତି l

Advertisment

ଯେହେତୁ ଅନ୍ୟ ରାଜ୍ୟରେ ଓ ଅନ୍ୟ ଦେଶ ମାନଙ୍କରେ ସଂକ୍ରମଣ ବଢୁଛି, ତେଣୁ ଓଡିଶାରେ ସର୍ଭେଲାନ୍ସକୁ ଆହୁରି ଅଧିକ କଡାକଡି କରିବାକୁ ପଡିବ l ଟେଷ୍ଟିଂ, ଟ୍ରାକିଂ ଏବଂ ଟ୍ରିଟମେଣ୍ଟ ଉପରେ ଆହୁରି ଅଧିକ ଗୁରୁତ୍ୱ ଦେବାକୁ ପଡିବ, ଯେଉଁଥିପାଇଁ ଆମେ ସବୁ କ୍ଷେତ୍ର ଲାଗି ପ୍ରସ୍ତୁତ ବୋଲି କହିଛନ୍ତି ଡିଏମ୍ଇଟି ମୁଖ୍ୟ ସିବିକେ ମହାନ୍ତି ।

ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୪,୬୭୩ ଆକ୍ଟିଭ କେସ ରହିଛି । ଆଜି ରାଜ୍ୟରେ ୫୪୯ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ୭୦ ଜଣ ୧୮ ବର୍ଷରୁ କମ୍‌ ବୟସ୍କ ରହିଛନ୍ତି । ଏପଟେ ମହାମାରୀ ଏବେ ଏଣ୍ଡେମିକ୍ ଷ୍ଟେଜ୍‌ରେ। ଏଣ୍ଡେମିକ୍ ଷ୍ଟେଜରେ ବି ସଂକ୍ରମଣ ବଢ଼ିବ। କୋଭିଡ୍ ଟିକାର ବୁଷ୍ଟର ଡୋଜ୍ ଆବଶ୍ୟକତା ଥିବା ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି । ଭୁବନେଶ୍ୱରରେ ତଳ ଉପର ହୋଇ ପ୍ଲାଟୋ ଷ୍ଟେଜରେ ରହିଛି ସଂକ୍ରମଣ। ବୁଷ୍ଟର ଡୋଜର ଆବଶ୍ୟକତା ଅଛି, କିନ୍ତୁ ଟେକ୍ନିକାଲ ଟିମର ଷ୍ଟଡି ରିପୋର୍ଟ ଆସିନି ବୋଲି କହିଛନ୍ତି ବିଜୟ ମହାପାତ୍ର। ତାସହ ଦୀପାବଳିରେ ବାଣ ଫୁଟିଲେ ଫୁସଫୁସ୍ ଆକ୍ରାନ୍ତ ହେବ ବୋଲି ସେ ଚେତାଇ ଦେଇଛନ୍ତି।

Advertisment
Odisha COVID-19 DMET
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ