Advertisment

ଓଡ଼ିଶାରେ କରୋନା ସଂକ୍ରମଣ କମିବାର ସଙ୍କେତ ମିଳୁଛି: SRC

ଗତ କିଛି ଦିନ ହେବ ରାଜ୍ୟରେ ସଂକ୍ରମଣ ହାର ୧୦ ହଜାର ତଳେ ରହୁଛି। ତେଣୁ ରାଜ୍ୟରେ କୋଭିଡ ସ୍ଥିତିରେ ଉନ୍ନତି ଆସିବ ବୋଲି ଆଶା କରାଯାଉଥିବା ଏସ୍ଆରସି କହିଛନ୍ତି।

undefined

Coronavirus

Advertisment

ରାଜ୍ୟରେ ଦିନକୁ ଦିନ ଖସୁଛି କରୋନା ସଂକ୍ରମଣ ହାର। ଗତ କିଛି ଦିନ ହେବ ସଂକ୍ରମଣ ହାର ୧୦ ହଜାର ତଳେ ରହୁଛି। ତେଣୁ ରାଜ୍ୟରେ କୋଭିଡ ସ୍ଥିତିରେ ଉନ୍ନତି ଆସିବ ବୋଲି ଆଶା କରାଯାଉଥିବା ଏସ୍ଆରସି ପ୍ରଦୀପ ଜେନା କହିଛନ୍ତି। ରାଜ୍ୟରେ କରୋନା ସଂକ୍ରମଣ କମିବାର ସଙ୍କେତ ମିଳୁଛି। ଯଦି ଜନସାଧାରଣ କୋଭିଡ ନିୟମ ମାନିବେ, କୋଭିଡର ତୃତୀୟ ଲହର କମ୍‌ ଦିନରେ ସରିଯିବ। 

Advertisment

ତେଣୁ ଲୋକମାନେ ସଜାଗ ଓ ସତର୍କ ରହିଲେ ବର୍ତ୍ତମାନର ପରିସ୍ଥିତିରୁ ରାଜ୍ୟରେ କରୋନା ସ୍ଥିତି ଭଲ ପରିସ୍ଥିତିକୁ ଆସିଯିବ ବୋଲି SRC କହିଛନ୍ତି।  

ରାଜ୍ୟରେ ଗତ ୨୪ ଘଣ୍ଟାରେ ୭ ହଜାର୪୨୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥି ମଧ୍ୟରେ କ୍ୱାରେଣ୍ଟିନରୁ ୪ ହଜାର ୩୦୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଥିବା ବେଳେ ଲୋକାଲ୍ କେସ୍ ୩ ହଜାର ୧୨୦ ଚିହ୍ନଟ ହୋଇଛନ୍ତି । ଆକ୍ରାନ୍ତଙ୍କ ମଧ୍ୟରେ ୧୮ ବର୍ଷରୁ କମ୍ ବର୍ଗର ୮୬୭ ଚିହ୍ନଟ ହୋଇଛନ୍ତି। 

Advertisment

ସେପଟେ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି, ଅନ୍ତର୍ଜାତୀୟ ଟ୍ରାଭେଲ ତଥ୍ୟ ନଥାଇ ଯଦି କୌଣସି ଅଞ୍ଚଳରୁ ବହୁ ସଂଖ୍ୟାରେ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି ତେବେ ଗୋଷ୍ଠୀ ସଂକ୍ରମଣ କୁହାଯିବ। ଦେଶରେ ବହୁ ସ୍ଥାନରେ ଓମିକ୍ରନ୍‌ ଗୋଷ୍ଠୀ ସଂକ୍ରମଣ ହେଲାଣି। ଓଡ଼ିଶାରେ ବି ଗୋଷ୍ଠୀ ସଂକ୍ରମଣ ହେବାର ସମ୍ଭାବନା ଅଧିକ ରହିଛି। ଖୁବ୍‌ ଶୀଘ୍ର ଗୋଷ୍ଠୀ ସଂକ୍ରମଣ ହୋଇଯିବ ବୋଲି ଆଶଙ୍କା କରାଯାଉଛି।

Corona Cases In Odisha Coronavirus
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ