Advertisment

ଚିନ୍ତା ବଢ଼ାଉଛି କରୋନା, ରାଜ୍ୟରେ ଆଜି ବି ୫ ଶହ ଉପରେ ଆକ୍ରାନ୍ତ ଚିହ୍ନଟ

ରାଜ୍ୟରେ  ଆଜି ବି କରୋନା ସଂକ୍ରମଣ ୫ ଶହ ଉପରେ। ୨୪ ଘଣ୍ଟାରେ ଆଉ ୫୭୬ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି।

undefined

Coronavirus

Advertisment

ରାଜ୍ୟରେ  ଆଜି ବି କରୋନା ସଂକ୍ରମଣ ୫ ଶହ ଉପରେ। ୨୪ ଘଣ୍ଟାରେ ଆଉ ୫୭୬ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। କ୍ୱାରେଣ୍ଟିନରୁ ୩୩୭ ଜଣ ଚିହ୍ନଟ ହୋଇଥିବାବେଳେ ଲୋକାଲ୍‌ କେସ୍‌ ୨୩୯ ରହିଛି। ତେବେ ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ ୧୮ ବର୍ଷରୁ କମ୍ ବର୍ଗର ୬୯ ଜଣ ଆକ୍ରାନ୍ତ ରହିଛନ୍ତି। ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୦୪ ଓ କଟକରୁ ୧୧୮ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୯୩ ହଜାର ୫୦୪କୁ ବୃଦ୍ଧି ପାଇଛି। ତେବେ ରାଜ୍ୟରେ ଆକ୍ଟିଭ୍‌ କେସ୍ ୩,୦୨୭ ରହିଛି। ଅନ୍ୟପକ୍ଷରେ ୧୨ ଲକ୍ଷ ୮୧ ହଜାର ୨୯୮ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

Advertisment


Advertisment

— I & PR Department, Odisha (@IPR_Odisha) July 10, 2022


— I & PR Department, Odisha (@IPR_Odisha) July 10, 2022

ରାଜ୍ୟରେ ଦୈନିକ ସଂକ୍ରମଣ ସପ୍ତାହକରେ ଦୁଇ ଗୁଣାରୁ ଅଧିକ ହୋଇ ୫୦୦ ଟପିଛି। ସପ୍ତାହକ ପୂର୍ବେ ଜୁଲାଇ ୨ରେ ରାଜ୍ୟର ଦୈନିକ ସଂକ୍ରମଣ ୨୩୧ ଥିଲା।  ଆଉ ଗତକାଲି ସୁଦ୍ଧା ସଂଖ୍ୟା ୫୧୨ରେ ପହଞ୍ଚିଛି। ରାଜ୍ୟରେ ଚିହ୍ନଟ ନୂଆ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୪୬ ପ୍ରତିଶତ ବା ୨୩୭ ଜଣ କେବଳ ଖୋର୍ଦ୍ଧା ଜିଲ୍ଲାର। ଫଳରେ ସକ୍ରିୟ ରୋଗୀ ସଂଖ୍ୟାରେ ଖୋର୍ଦ୍ଧା ଜିଲ୍ଲା ରେଡ୍‌ ଜୋନ୍‌କୁ  ଆସିଯାଇଛି। କୋଭିଡ୍ ସଂକ୍ରମଣରେ ଖୋର୍ଦ୍ଧା ଜିଲ୍ଲା ରେଡ୍ ଜୋନ୍‌କୁ ଫେରିବା ପରେ ଏବେ ଚିନ୍ତାରେ ଭୁବନେଶ୍ୱର ମହାନଗର ନିଗମ କର୍ତ୍ତୃପକ୍ଷ।

Advertisment

ସଂକ୍ରମଣରେ ବ୍ରେକ୍ ଲଗାଇବାକୁ କିଛିଦିନ ପୂର୍ବେ ଭୁବନେଶ୍ୱରରେ ମାସ୍କ ବାଧ୍ୟତାମୂଳକ ହୋଇଥିଲେ ବି ଲୋକମାନେ ନିୟମ ମାନୁନଥିବା ଦେଖିବାକୁ ମିଳୁଛି।  ଯଦି ଲୋକମାନେ ଏବେଠୁ ସଚେତନ ନ ହେବେ ଓ ମାସ୍କ ନ ପିନ୍ଧିଲେ ଫାଇନ୍ କଟାଯିବ ବୋଲି ଭୁବନେଶ୍ୱର ମେୟର କଡ଼ା ଚେତାବନୀ ଦେଇଛନ୍ତି। ସ୍ୱାସ୍ଥ୍ୟ ବିଶେଷଜ୍ଞ କହିଛନ୍ତି, ଅଧିକ ଟେଷ୍ଟ ହେଉଥିବାରୁ ଏବେ ଭୁବନେଶ୍ୱର ଓ କଟକରେ କେସ୍ ଲୋଡ଼ ଅଧିକ ରହୁଛି। ତେବେ ଲୋକମାନଙ୍କୁ କୋଭିଡ୍ ଭୂତାଣୁ ସହ ରହିବା ଶିଖିବାକୁ ହେବ। 

Coronavirus COVID19 Corona Cases In Odisha
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ