Coronavirus
କରୋନା ମାଡ଼ୁଛି, ଭୟ ବଢ଼ୁଛି । ରାଜ୍ୟରେ ଆଜି ୮ ହଜାର ଟପିଛି ଦୈନିକ ସଂକ୍ରମଣ । ଦିନକରେ ୮ ହଜାର ୭୭୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ନୂତନ ସଂକ୍ରମିତଙ୍କ ମଧ୍ୟରୁ କ୍ୱାରେଣ୍ଟିନରୁ ୫ ହଜାର ୯୬ ଜଣ ଚିହ୍ନଟ ହୋଇଥିବା ବେଳେ ଲୋକାଲ୍ କେସ୍ ୩ ହଜାର ୬୮୨ ରହିଛି । ଆକ୍ରାନ୍ତଙ୍କ ମଧ୍ୟରୁ ୧୮ ବର୍ଷରୁ କମ୍ ବର୍ଗର ୭୯୨ ଜଣ ଅଛନ୍ତି । ସେହିପରି ମୋଟ୍ ଆକ୍ରାନ୍ତ ସଂଖ୍ୟା ୧୦ ଲକ୍ଷ ୯୧ ହଜାର ୫୪୭କୁ ବୃଦ୍ଧି ପାଇଛି ।
ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧତ୍କ ୨ ହଜାର ୬୧୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସୁନ୍ଦରଗଡ଼ ଜିଲ୍ଲାରୁ ୧ ହଜାର ୨୫୨, କଟକରୁ ୭୬୬ ଏବଂ ସମ୍ବଲପୁରରୁ ୫୯୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଷ୍ଟେଟ୍ ପୁଲରୁ ୫୭୫ ବାହାରିଥିବା ବେଳେ ମୟୂରଭଞ୍ଜରୁ ୩୩୮ ଏବଂ ପୁରୀରୁ ୨୧୬ ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।
ସେହିପରି ଅନୁଗୋଳ ଜିଲ୍ଲାରୁ ୧୦୭, ବାଲେଶ୍ୱର ଜିଲ୍ଲାରୁ ୨୩୧, ବରଗଡ଼ ଜିଲ୍ଲାରୁ ୧୩୬, ଭଦ୍ରକ ଜିଲ୍ଲାରୁ ୧୦୩, ବଲାଙ୍ଗିର ଜିଲ୍ଲାରୁ ୨୧୬, ବୌଦ୍ଧ ଜିଲ୍ଲାରୁ ୧୨, ଦେବଗଡ଼ ଜିଲ୍ଲାରୁ ୨୫, ଢେଙ୍କାନାଳ ଜିଲ୍ଲାରୁ ୭୮, ଗଜପତି ଜିଲ୍ଲାରୁ ୭୨, ଗଞ୍ଜାମ ଜିଲ୍ଲାରୁ ୧୦୬, ଜଗତସିଂହପୁରଜିଲ୍ଲାରୁ ୧୪୪, ଯାଜପୁର ଜିଲ୍ଲାରୁ ୧୯୧ ଜଣ ଚିହ୍ନଟ ହୋଇଛନ୍ତି ।
ଅନ୍ୟପଟେ ଝାରସୁଗୁଡ଼ା ଜିଲ୍ଲାରୁ ୨୦୩, କଳାହାଣ୍ଡି ଜିଲ୍ଲାରୁ ୮୬, କନ୍ଧମାଳ ଜିଲ୍ଲାରୁ ୨୦, କେନ୍ଦ୍ରାପଡ଼ା ଜିଲ୍ଲାରୁ ୪୬, କେନ୍ଦୁଝର ଜିଲ୍ଲାରୁ ୯୫,କୋରାପୁଟ ଜିଲ୍ଲାରୁ ୧୬୧, ମାଲକାନଗିରି ଜିଲ୍ଲାରୁ ୧୨, ନବରଙ୍ଗପୁର ଜିଲ୍ଲାରୁ ୧୧୨, ନୂଆପଡ଼ା ଜିଲ୍ଲାରୁ ୬୭, ରାୟଗଡ଼ା ଜିଲ୍ଲାରୁ ୬୫, ସମ୍ବଲପୁର ଜିଲ୍ଲାରୁ ୫୯୬, ସୋନପୁର ଜିଲ୍ଲାରୁ ୮୭ଜଣ ସଂକ୍ରମିତ ବାହାରିଛନ୍ତି ।
New recoveries: 752
Cumulative tested: 26322602
Positive: 1091547
Recovered: 1047783
Active cases: 35242
— I & PR Department, Odisha (@IPR_Odisha) January 12, 2022
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1639636645.jpg)