Advertisment

ଘାଇଁ ଘାଇଁ ହୋଇ ମାଡୁଛି କରୋନା; ଏଣେ ଟେନସନ୍‌ରେ କେନ୍ଦ୍ର ସରକାର

ୟୁରୋପରେ ପୁଣି ଭୟଙ୍କର ସ୍ଥିତି ସୃଷ୍ଟି କଲାଣି କରୋନା । ଭାରତରେ ବି ବେକାବୁ ହେଉଛି କରୋନା । ଏଭଳି ସ୍ଥିତିରେ ଗତ ୨୪ ଘଣ୍ଟାରେ ଦେଶରେ ଚିହ୍ନଟ ହୋଇଛନ୍ତି ୩୩,୭୫୦ ନୂଆ କରୋନା ଆକ୍ରାନ୍ତ । ଆଜିର ତଥ୍ୟ ସହ ଗତ ୬ଦିନର ସଂକ୍ରମଣ ତଥ୍ୟକୁ ହିସାବକୁ ନେଲେ ପାଖାପାଖି ୪ଗୁଣା ଲମ୍ବା ଡିଆଁ ମାରିଛି ମହାମାରୀ ।

ଅଦ୍ୟତନ ହୋଇଛି
undefined

Covid 19

Advertisment

ଦେଶ ହେଉ କି ରାଜ୍ୟ ପୁଣି ଥରେ କାୟା ବିସ୍ତାରିଲାଣି କରୋନା । ଦେଶରେ ନୂଆ ସଂକ୍ରମିତଙ୍କ ସଂଖ୍ୟା ହଠାତ୍ ପ୍ରାୟ ୪ଗୁଣା ବଢିଥିବାବେଳେ ରାଜ୍ୟରେ ବି ୪୨ ପ୍ରତିଶତ ପଜିଟିଭ୍ ହାର ବିଢିଛି। ରାଜଧାନୀ ଦିଲ୍ଲୀରେ କେବଳ ୪ ହଜାରରୁ ଅଧିକ ରୋଗୀ ଦିନକରେ ଚିହ୍ନଟ ହୋଇଛନ୍ତି। ଏଣେ ଓମିକ୍ରନ୍ ବି ମାଡ଼ି ମାଡ଼ି ଦେଶରେ ୧୭ଶହ ଡେଇଁଲାଣି । ରାଜ୍ୟରେ ଆଜି ନୂଆ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ ହୋଇନଥିଲେ ବି ସ୍ୱାସ୍ଥ୍ୟ ବିଭାଗ କିନ୍ତୁ ସଜାଗ ହୋଇ ରହିଛି। ସ୍ୱାସ୍ଥମନ୍ତ୍ରୀ ସ୍ଥିତି ସମୀକ୍ଷା କରି କେବଳ ଶିଶୁଙ୍କ ପାଇଁ ୧୧୭୯ଟି ବେଡ୍ ପ୍ରସ୍ତୁତ ରଖାଯାଇଥିବା କଥା କହିଛନ୍ତି । ତେଣେ କିଶୋର ବର୍ଗଙ୍କୁ ଟିକାକରଣର ପ୍ରଥମ ଦିନରେ ୧୬ ଲକ୍ଷରୁ ଅଧିକ ପିଲା ଭ୍ୟାକ୍ସିନ ଦିଆଯାଇଛି ।

Advertisment

ୟୁରୋପରେ ପୁଣି ଭୟଙ୍କର ସ୍ଥିତି ସୃଷ୍ଟି କଲାଣି କରୋନା । ଭାରତରେ ବି ବେକାବୁ ହେଉଛି କରୋନା । ଏଭଳି ସ୍ଥିତିରେ ଗତ ୨୪ ଘଣ୍ଟାରେ ଦେଶରେ ଚିହ୍ନଟ ହୋଇଛନ୍ତି ୩୩,୭୫୦ ନୂଆ କରୋନା ଆକ୍ରାନ୍ତ । ଆଜିର ତଥ୍ୟ ସହ ଗତ ୬ଦିନର ସଂକ୍ରମଣ ତଥ୍ୟକୁ ହିସାବକୁ ନେଲେ ପାଖାପାଖି ୪ଗୁଣା ଲମ୍ବା ଡିଆଁ ମାରିଛି ମହାମାରୀ ।

ଡିସେମ୍ବର ୨୯ରେ ୯,୧୯୫ ନୂଆ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ଗଲାକାଲି ଚିହ୍ନଟ ୨୭, ୫୫୩ ହୋଇଥିଲେ । ଏଣେ ଆକ୍ଟିଭ୍ କେସ୍ ୧ଲକ୍ଷ ୪୫ ହଜାର ଉପରେ ରହିଛି । ଓମିକ୍ରନ୍ ବି ବେକାବୁ ହେବାରେ ଲାଗିଛି । ଦେଶର ୨୩ ରାଜ୍ୟକୁ ମାଡ଼ି ସାରିଥିବା ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ଇତିମଧ୍ୟରେ ୧୭୦୦କୁ ବୃଦ୍ଧି ପାଇଛି । କେବଳ ମହାରାଷ୍ଟ୍ରରେ ସଂଖ୍ୟା ୫ଶହ ଉପରେ ଥିବାବେଳେ ଦିଲ୍ଲୀରେ ୪ଶହ ମୁହାଁ ହେଲାଣି । ଓଡ଼ିଶାରେ ଯଦିଓ ଆଜି ଆଉ ନୂଆ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ ହୋଇନାହାନ୍ତି, ତେବେ କରୋନା କାୟା କିନ୍ତୁ ବଢ଼ି ଚାଲିଛି ।

Advertisment

୨୪ଘଣ୍ଟାରେ ରାଜ୍ୟରୁ ପୁଣି ଚିହ୍ନଟ ହୋଇଛନ୍ତି ୪୨୪ ନୂଆ ଆକ୍ରାନ୍ତ । ତେବେ ଗତକାଲି ସୁଦ୍ଧା ରାଜ୍ୟରେ ୨୭ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହେବା ପରେ ଏହାର ମୁକାବିଲା ନେଇ ଅଣ୍ଟା ଭିଡ଼ିଛି ସ୍ୱାସ୍ଥ୍ୟ ବିଭାଗ ।ସ୍ଥିତିର ସମୀକ୍ଷା କରି ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ କହିଛନ୍ତି-ରାଜ୍ୟରେ କୋଭିଡ୍ ରୋଗୀଙ୍କ ପାଇଁ ଅକ୍ସିଜେନ୍ ଅଭାବ ହେବନାହିଁ । ଶିଶୁଙ୍କ ପାଇଁ ୧୧୭୯ଟି ବେଡ୍ ପ୍ରସ୍ତୁତ ରଖାଯାଇଛି । ଯାହା ମଧ୍ୟରୁ ୯୩୭ଟି ଜେନେରାଲ୍ ବେଡ୍ ଥିବାବେଳେ ୨୪୨ଟି ICU, ୧୧୦ଟି ଭେଣ୍ଟିଲେଟର ମଧ୍ୟ ପ୍ରସ୍ତୁତ ରଖାଯାଇଛି । ଆବଶ୍ୟକ ହେଲେ ବେଡ୍ ସଂଖ୍ୟା ବଢ଼ାଇବାକୁ ପ୍ରଶାସନକୁ କୁହାଯାଇଛି । ଜିନମ ସିକୁ୍ୟଏନି୍ସଂ ILS ବାଦ୍ ଅନ୍ୟ କେଉଁଠି ହୋଇପାରିବ ସେ ନେଇ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି ।

ଏଣେ ଓମିକ୍ରନ ସଂକ୍ରମଣ ବୃଦ୍ଧି ନେଇ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି ଯେ, ଗତକାଲି ଚିହ୍ନଟ ୨୩ ଓମିକ୍ରନ ଆକ୍ରାନ୍ତଙ୍କ ମଧ୍ୟରୁ ୧୯ ଜଣଙ୍କ ଲକ୍ଷଣ ନାହିଁ, ତେବେ ଏହି ଭୂତାଣୁ ଅଧିକ ସଂକ୍ରମଣ କରୁଥିଲେ ବି ସିଭିଅରିଟି ନାହିଁ ବୋଲି କହିବା ସହ ଲୋକାଲରେ ଓମିକ୍ରନ ଅଛି ଓ ଏହା ଚିହ୍ନଟ ହେଉଛି ବୋଲି ମଧ୍ୟ କହିଛନ୍ତି ।

Advertisment

ଏପଟେ ଆଜିଠୁ ସାରା ଦେଶରେ ଆରମ୍ଭ ହୋଇଛି କିଶୋର ଟିକାକରଣ ଅଭିଯାନ । ୧୫ରୁ ୧୮ ବର୍ଷ ପିଲାଙ୍କୁ ଦିଆଯାଉଛି କୋଭିଡ୍ ସଂଜୀବନୀ । ଭୁବନେଶ୍ୱର, କଟକ, ଜୟପୁର ଓ ରାଉରକେଲାର ସବୁଠି ଟିକାନେବାକୁ ସକାଳ ୮ଟାରୁ ଲାଗିଥିଲା ଲାଇନ୍ ସାଙ୍ଗକୁ ୱେଟିଂ ଦେଖିବାକୁ ମିଳିଥିଲା । ଦିନ ଗୋଟାଏ ଯାଏଁ ଟିକାରରଣ ଚାଲିଥିଲା । ନିୟମିତ ଏହି ସମୟରେ ଭ୍ୟାକ୍ସିନେସନ ଚାଲିବ । ତେବେ ପିଲାଙ୍କୁ କେବଳ କୋଭାକ୍ସିନ ଟିକା ଦିଆଯାଉଛି ।

ଏହାବାଦ୍ ଓଡ଼ିଶାରେ କିଶୋର ବର୍ଗଙ୍କ ଟିକାକରଣ ପାଇଁ ୯୩୯ଟି ସ୍ୱତନ୍ତ୍ର କେନ୍ଦ୍ର ପ୍ରସ୍ତୁତ କରାଯାଇଛି । ମାସକ ଭିତରେ ପ୍ରଥମ ଡୋଜ୍ ସାରିବାକୁ ଲକ୍ଷ୍ୟ ରଖାଯାଇଥିବା କଥା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି । ଭୁବନେଶ୍ୱର ମହାନଗର ଅଞ୍ଚଳରେ ଟିକାକରଣ ନେଇ BMC ଅତିରିକ୍ତ କମିଶନର କହିଛନ୍ତି ଯେ, ଭିଡ଼ ବଢ଼ିଲେ ଅପରାହ୍ନରେ ବି ଟିକାକରଣ ବ୍ୟବସ୍ଥା କରାଯିବ । ଏବେ ୩୫ଟି କେନ୍ଦ୍ରରେ ଟିକାକରଣ ପାଇଁ ଉଭୟ ଅନଲାଇନ ଓ ଅଫଲାଇନରେ ବୁକିଂ ଚାଲିଛି ।

ଏପଟେ ମାଡି ଚାଲିଥିବା କରୋନା କବଜାରେ ଛାତ୍ରଛାତ୍ରୀ, କଳାକାର ଓ ବ୍ୟାଙ୍କ କର୍ମଚାରୀ । ରାଉରକେଲା NITର ୩ ଛାତ୍ରଛାତ୍ରୀ କରୋନା ଆକ୍ରାନ୍ତ ହୋଇଛନ୍ତି । ଯାହାଙ୍କ ମଧ୍ୟରେ ଜଣେ ଛାତ୍ରୀ ଅନ୍ତର୍ଭୁକ୍ତ । ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି ଓ ସମସ୍ତେ ଆଇସୋଲେସନରେ ରହିଛନ୍ତି । ସେହିପରି ନବରଙ୍ଗପୁର SBI ମୁଖ୍ୟ ଶାଖାରେ ୨ କର୍ମଚାରୀ କରୋନା ପଜିଟିଭ ଚିହ୍ନଟ ହେବା ପରେ ଆଜି ଓ ଆସନ୍ତାକାଲି ବ୍ୟାଙ୍କ ବନ୍ଦ ରଖାଯାଇଛି । ତେଣେ ବଲିଉଡ୍ ଅଭିନେତା ଜନ୍ ଆବ୍ରାହମ ଓ ତାଙ୍କ ପତ୍ନୀ ବି କରୋନାରେ ଆକ୍ରାନ୍ତ ହୋଇଛନ୍ତି ।

COVID-19 Omicron
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ