Advertisment

ରାଜ୍ୟରେ ଖସିଲା ଆକ୍ରାନ୍ତ ସଂଖ୍ୟା: ୨୪ ଘଣ୍ଟାରେ ୮୭୨ ପଜିଟିଭ୍ ଚିହ୍ନଟ

ରାଜ୍ୟରେ ସାମାନ୍ୟ କମିଲା କରୋନା । ଦିନକରେ ୮୭୨ ଆକ୍ରାନ୍ତ ଚିହ୍ନଟ...

ଅଦ୍ୟତନ ହୋଇଛି
Odisha reports 872 Covid19 cases in last 24 hours

Odisha reports 872 Covid19 cases in last 24 hours

Advertisment

ହଜାରେ ତଳକୁ ଖସିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଗତ ଦୁଇ ଦିନ ଧରି ହଜାରେ ପାର କରୁଥିବା ପଜିଟିଭ୍ ଟ୍ରେଣ୍ଡ ଆଜି ଖସିଛି । ଗତ ୨୪ ଘଣ୍ଟାରେ ରାଜ୍ୟରେ ୮୭୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆଜି ବି ସର୍ବାଧିକ ପଜିଟିଭ୍ ଖୋର୍ଦ୍ଧାରୁ ଚିହ୍ନଟ ହୋଇଛନ୍ତି । କେବଳ ଖୋର୍ଦ୍ଧା ଜିଲ୍ଲାରୁ ୨୮୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇଲେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨,୯୯,୧୧୨କୁ ବୃଦ୍ଧି ପାଇଛି ।

Advertisment

ତେବେ ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ଅନୁଗୁଳରୁ ୪, ବାଲେଶ୍ୱରରୁ ୮, ବରଗଡ଼ରୁ ୯ , ଭଦ୍ରକରୁ ୬, ବଲାଙ୍ଗିରରୁ ୭,ବୌଦ୍ଧରୁ ୧୧,କଟକରୁ ୯୬, ଦେବଗଡ଼ରୁ ୨, ଗଜପତିରୁ ୩, ଜଗତସିଂହପୁରରୁ ୧୬, ଯାଜପୁରରୁ ୧୨, ଝାରସୁଗୁଡ଼ାରୁ ୧୨, କଳାହାଣ୍ଡିରୁ ୫, କନ୍ଧମାଳରୁ ୫, କେନ୍ଦ୍ରାପଡ଼ାରୁ ୮, କେନ୍ଦୁଝରରୁ ୧, କୋରାପୁଟରୁ ୧୨, ମୟୂରଭଂଜରୁ ୫୯, ନୟାଗଡରୁ ୧୯, ନୂଆପଡ଼ାରୁ ୭, ପୁରୀରୁ ୧୯, ରାୟଗଡ଼ା ୬, ସମ୍ବଲପୁରରୁ ୨୩, ସୋନପୁରରୁ ୨୬, ସୁନ୍ଦରଗଡରୁ ୧୪୪, କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଷ୍ଟେଟପୁଲରୁ ୬୧ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।

Advertisment

ତେବେ ଗତ କିଛି ଦିନ ଧରି ଲଗାତାର ଭାବେ କରୋନା ସଂକ୍ରମଣ ବଢ଼ୁଥିବାବେଳେ ଆଜି ସାମାନ୍ୟ ଆଶ୍ୱସ୍ତିକର ଖବର ସାମ୍ନାକୁ ଆସିଛି । ସେପଟେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୋଭିଡ୍‌ କଟକଣା ମାନିବାକୁ ନିର୍ଦ୍ଦେଶ ଦିଆଯାଇଛି । ଶ୍ରାବଣ ମାସ ଚାଲିଥିବାରୁ ଶିବଙ୍କ ପାଖରେ ଜଳ ଲାଗି କରିବା ପାଇଁ ଭକ୍ତଙ୍କ ଭିଡ଼ ଜମିବ । ଏହି କାରଣରୁ ସଂକ୍ରମଣ ବଢ଼ିବାର ଆଶଙ୍କା ମଧ୍ୟ କରାଯାଉଛି ।

COVID-19 Odisha COVID-19 Update
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ