Advertisment

ରାଜ୍ୟରେ କମିଛି କରୋନା; ଗୋଟିଏ ଦିନରେ ୫୮୯୧ ଆକ୍ରାନ୍ତ ଚିହ୍ନଟ

ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୫୮୯୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ୍‌ରୁ ୩,୪୧୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳରୁ ୨୪୭୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଅଦ୍ୟତନ ହୋଇଛି
corona update

corona update

Advertisment

ରାଜ୍ୟରେ ଆଜି ମଧ୍ୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ସାମାନ୍ୟ କମିଥିବାର ଜଣାପଡିଛି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୫୮୯୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ୍‌ରୁ ୩,୪୧୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳରୁ ୨୪୭୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଉ ଏହାରି ମଧ୍ୟରେ ୦ରୁ ୧୮ ବୟସ୍କଙ୍କ ମଧ୍ୟରେ ୮୫୨ ଜଣ କରୋନାରେ ସଂକ୍ରମିତ ହୋଇଥିବା ସୂଚନା ମିଳିଛି। ଆଜିର ସଂକ୍ରମଣ ସଂଖ୍ୟାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତ ସଂଖ୍ୟା ୧୨ ଲକ୍ଷ ୧୭ ହଜାର ୮୪୨କୁ ବୃଦ୍ଧି ପାଇଛି ।

Advertisment

ତେବେ ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ ୧,୫୦୦ ଜଣ ଚିହ୍ନଟ ହୋଇଥିବାବେଳେ, ଅନୁଗୁଳରୁ ୧୦୬ , ବାଲେଶ୍ୱରରୁ ୨୩୪ , ବରଗଡ଼ରୁ ୮୫ , ଭଦ୍ରକରୁ ୯୪ , ବଲାଙ୍ଗିରରୁ ୧୩୮ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ବୌଦ୍ଧରୁ ୯୩ , କଟକରୁ ୪୮୨ , ଦେବଗଡ଼ରୁ ୬୧ , ଢେଙ୍କାନାଳରୁ ୧୩୩ , ଗଜପତିରୁ ୯୬ ଜଣ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି।

Advertisment

ଠିକ୍‌ ସେହିପରି ଗଞ୍ଜାମରୁ ୭୫, ଜଗତସିଂହପୁରରୁ ୧୦୮, ଯାଜପୁରରୁ ୨୧୯ , ଝାରସୁଗୁଡ଼ାରୁ ୩୫ , କଳାହାଣ୍ଡିରୁ ୧୮୮, କନ୍ଧମାଳରୁ ୭୩ ଓ କେନ୍ଦ୍ରାପଡ଼ାରୁ ୧୧୪ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

କେବଳ ଏତିକି ନୁହେଁ କେନ୍ଦୁଝରରୁ ୧୩୭, କୋରାପୁଟରୁ ୧୨୮, ମାଲକାନଗିରିରୁ ୫୨ ଜଣ ପଜିଟିଭ୍‌ ଚିହ୍ନଟ ହୋଇଥିବା ବେଳେ ମୟୂରଭଞ୍ଜରୁ ୨୧୮ , ନବରଙ୍ଗପୁରରୁ ୯୫ , ନୟାଗଡରୁ ୨୦୫, ନୂଆପଡ଼ାରୁ ୫୬, ପୁରୀରୁ ୬୩ , ରାୟଗଡ଼ାରୁ ୧୨୫ , ସମ୍ବଲପୁରରୁ ୧୫୮ , ସୋନପୁରରୁ ୨୦, ସୁନ୍ଦରଗଡରୁ ୫୦୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଷ୍ଟେଟପୁଲରୁ ୨୯୯ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।

Advertisment
Odisha COVID-19 Update
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ