Coronavirus
ଭୁବନେଶ୍ୱର: ୨୪ ଘଣ୍ଟାରେ ରାଜ୍ୟରେ ୫୨୧ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୧୮ ବର୍ଷରୁ କମ୍ ବର୍ଗର ୬୫ ଆକ୍ରାନ୍ତ ଅଛନ୍ତି। ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟିନରୁ ୩୦୪ ଚିହ୍ନଟ ହୋଇଥିବା ବେଳେ ଲୋକାଲ କେସ୍ ୨୧୭ ରହିଛି। ଖୋର୍ଦ୍ଧାରୁ ସର୍ବାଧିକ ୨୪୯ ପଜିଟିଭ୍ ବାହାରିଛନ୍ତି। ରାଜ୍ୟର ଅନ୍ୟ ଜିଲ୍ଲାରେ କରୋନା ସଂକ୍ରମଣ ଧୀରେ ଧୀରେ କମୁ ଥିବାବେଳେ ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି।
ଚିହ୍ନଟ ନୂଆ ୫୨୧ ଆକ୍ରାନ୍ତଙ୍କ ମଧ୍ୟରୁ ଅନୁଗୁଳରୁ ୨ ଜଣ, ବାଲେଶ୍ୱରରୁ ୧୭ ଜଣ, ବରଗଡ଼ରୁ ୩ ଜଣ, ଭଦ୍ରକରୁ ୩ ଜଣ, ବଲାଙ୍ଗିରରୁ ୪ ଜଣ, ବୌଦ୍ଧରୁ ଜଣେ, କଟକରୁ ୬୦ ଜଣ, ଢେଙ୍କାନାଳରୁ ୨ ଜଣ, ଗଞ୍ଜାମରୁ ୩ ଜଣ, ଜଗତସିଂହପୁରରୁ ୧୫ ଜଣ, ଯାଜପୁରରୁ ୯ ଜଣ, ଝାରସୁଗୁଡ଼ାରୁ ୨ ଜଣ, କଳାହାଣ୍ଡିରୁ ୩ ଜଣ, କେନ୍ଦ୍ରାପଡ଼ାରୁ ୧୪ ଜଣ, କେନ୍ଦୁଝରରୁ ୪ ଜଣ, ଖୋର୍ଦ୍ଧାରୁ ୨୪୯ ଜଣ, କୋରାପୁଟରୁ ୬ ଜଣ, ମୟୁରଭଞ୍ଜରୁ ୨୧ ଜଣ, ନୟାଗଡ଼ରୁ ୯ ଜଣ, ପୁରୀରୁ ୧୩ ଜଣ, ରାୟଗଡ଼ାରୁ ଜଣେ, ସମ୍ବଲପୁରରୁ ୯ ଜଣ, ସୁନ୍ଦରଗଡ଼ରୁ ୮ ଜଣ ଓ ଷ୍ଟେଟ ପୁଲ୍ରୁ ୬୧ ଜଣ ଚିହ୍ନଟ ହୋଇଛନ୍ତି ।
6. Boudh: 1
7. Cuttack: 60
8. Dhenkanal: 2
9. Ganjam: 3
10. Jagatsinghpur: 15
11. Jajpur: 9
12. Jharsuguda: 2
13. Kalahandi: 3
14. Kandhamal: 1
15. Kendrapada: 14
16. Keonjhar: 4
17. Khurda: 249
18. Koraput: 6
19. Mayurbhanj: 21
20. Nayagarh: 9
21. Puri: 13
22. Rayagada: 1
— I & PR Department, Odisha (@IPR_Odisha) October 14, 2021
23. Sambalpur: 9
24. Sonepur: 1
25. Sundargarh: 8
26. State Pool: 61New recoveries: 404
Cumulative tested: 20892297
Positive: 1033809
Recovered: 1020168
Active cases: 5314
— I & PR Department, Odisha (@IPR_Odisha) October 14, 2021
ସେହିପରି ଆଉ ୬ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଖୋର୍ଦ୍ଧାରୁ ୩, କଟକ, ଭଦ୍ରକ ଓ ଯାଜପୁରରୁ ଜଣେ ଲେଖାଏ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଜନିତ ମୃତ୍ୟୁ ସଂଖ୍ୟା ୮,୨୭୪ରେ ପହଞ୍ଚିଛି।
ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୩୩ ହଜାର ୮୦୯ରେ ପହଞ୍ଚି ଥିବାବେଳେ ଆକ୍ଟିଭ୍ କେସ୍ ୫,୩୧୪ରହିଛି। ୧୦,୨୦,୧୬୮ ଜଣ ସୁସ୍ଥ ହୋଇଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1633497327.jpg)