Advertisment

ରାଜ୍ୟରେ ଦିନକରେ ୪,୮୨୯ କରୋନା ଆକ୍ରାନ୍ତ ଚିହ୍ନଟ: ଖୋର୍ଦ୍ଧାରୁ କେବଳ ବାହାରିଲେ ୯୩୩

ଓଡ଼ିଶାରେ ଦୈନିକ କରୋନା ସଂକ୍ରମଣ ଆଜି ବି ୪ ହଜାର ପାର୍‌ କରିଛି। ରାଜ୍ୟରେ ଗତ ୨୪ ଘଣ୍ଟାରେ ୪,୮୨୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଅଦ୍ୟତନ ହୋଇଛି
undefined

coronavirus

Advertisment

ଓଡ଼ିଶାରେ ଦୈନିକ କରୋନା ସଂକ୍ରମଣ ଆଜି ବି ୪ ହଜାର ପାର୍‌ କରିଛି। ରାଜ୍ୟରେ ଗତ ୨୪ ଘଣ୍ଟାରେ ୪,୮୨୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟିନରୁ ୨,୮୨୩ ଚିହ୍ନଟ ହୋଇଥିବା ବେଳେ ଲୋକାଲ୍ କେସ୍ ୨,୦୦୬ ରହିଛି।

Advertisment

ଚିହ୍ନଟ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୧୮ ବର୍ଷରୁ କମ୍ ବର୍ଗର ୪୪୮ ଜଣ ଚିହ୍ନଟ ହୋଇଛନ୍ତି। ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୯୩୩ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ କଟକରୁ ୪୦୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୧୦,୭୫,୬୯୮ରେ ପହଞ୍ଚଛି। ସେଥି ମଧ୍ୟରୁ ୧୦,୪୬,୬୧୭ ଜଣ ସୁସ୍ଥ ହୋଇଥିବା ବେଳେ ଆକ୍ଟିଭ୍‌ କେସ୍‌-୨୦,୫୬୦ ରହିଛି। 

Advertisment


— I & PR Department, Odisha (@IPR_Odisha) January 10, 2022


Advertisment

— I & PR Department, Odisha (@IPR_Odisha) January 10, 2022

ଦେଶରେ ପୁଣି ଥରେ କାୟା ମେଲାଉଛି କରୋନା। ସଂକ୍ରମଣର ସାଂଘାତିକ ସ୍ଥିତି ଭିତରେ ଆଜିଠୁ ଆରମ୍ଭ ହେଉଛି ପ୍ରିକସନ୍ ଡୋଜ୍। ପ୍ରଥମ ପର୍ଯ୍ୟାୟରେ ସ୍ୱାସ୍ଥ୍ୟକର୍ମୀ, ସମ୍ମୁଖ ଯୋଦ୍ଧା ଏବଂ ୬୦ବର୍ଷରୁ ଊର୍ଦ୍ଧ୍ୱ ବହୁବିଧ ଆକ୍ରାନ୍ତଙ୍କୁ ଏହି ଡୋଜ୍ ଦିଆଯିବ। ଯେଉଁମାନେ ଟିକାର ଡବଲ ଡୋଜ୍ ନେଇ ସାରିଛନ୍ତି, ସେମାନେ ପ୍ରିକସନ୍‌ ଡୋଜ୍ ନେଇପାରିବେ। ହେଲେ ଦ୍ୱିତୀୟ ଡୋଜ୍ ଟିକା ନେବାର ୯ ମାସ ବା ୩୯ ସପ୍ତାହ ପରେ ହିଁ ଏହି ଡୋଜ୍ ନେଇ ହେବ। ଯିଏ ପୂର୍ବରୁ ଯେଉଁ ଟିକା ନେଇଛନ୍ତି, ପ୍ରିକସନ୍ ଡୋଜ୍ ଭାବେ ସମାନ ଟିକା ଦିଆଯିବ।

COVID19 Corona Cases Odisha
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ