Advertisment

ରାଜ୍ୟରେ ୧,୯୧୭ ନୂଆ କରୋନା ପଜିଟିଭ୍‌ ଚିହ୍ନଟ, ୬୯ ଆକ୍ରାନ୍ତଙ୍କ ମୃତ୍ୟୁ

ରାଜ୍ୟରେ ପୁଣି ୨ ହଜାର ପାଖାପାଖି କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଗତ ୨୪ ଘଣ୍ଟାରେ ୧,୯୧୭ ନୂଆ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟିନରୁ ୧,୧୦୯ ଚିହ୍ନଟ ହୋଇଥିବା ବେଳେ ଲୋକାଲ କେସ୍- ୮୦୮ ରହିଛି।

ଅଦ୍ୟତନ ହୋଇଛି
ରାଜ୍ୟରେ ୧,୯୧୭ ନୂଆ କରୋନା ପଜିଟିଭ୍‌ ଚିହ୍ନଟ, ୬୯ ଆକ୍ରାନ୍ତଙ୍କ ମୃତ୍ୟୁ

covid test

Advertisment

ଭୁବନେଶ୍ୱର: ରାଜ୍ୟରେ ପୁଣି ୨ ହଜାର ପାଖାପାଖି କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଗତ ୨୪ ଘଣ୍ଟାରେ ୧,୯୧୭ ନୂଆ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟିନରୁ ୧,୧୦୯ ଚିହ୍ନଟ ହୋଇଥିବା ବେଳେ ଲୋକାଲ କେସ୍- ୮୦୮ ରହିଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଖୋର୍ଦ୍ଧାରୁ ସର୍ବାଧିକ ୫୧୮ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

Advertisment

ସେହିପରି ରାଜ୍ୟରେ ଆଉ ୬୯ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଏହାକୁ ମିଶାଇ ରାଜ୍ୟରେ ମୋଟ୍‌ କରୋନା ଜନିତ ମୃତ୍ୟୁ ସଂଖ୍ୟା ୫,୩୭୭ରେ ପହଞ୍ଚିଛି। ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୬ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ବାଲେଶ୍ୱରରୁ ୧୦, ସମ୍ବଲପୁରରୁ ୭, କେନ୍ଦ୍ରାପଡ଼ାରୁ ୬, ବରଗଡ଼ରୁ ୫ ଓ ସୁନ୍ଦରଗଡ଼ରୁ ୪, ବଲାଙ୍ଗିର, ଝାରସୁଗୁଡ଼ା, ରାୟଗଡ଼ା ଓ କନ୍ଧମାଳରୁ ୨ ଜଣ ଲେଖାଏ, ଢେଙ୍କାନାଳ, ସୁବର୍ଣ୍ଣପୁର ଓ ନୂଆପଡ଼ାରୁ ଜଣେ ଲେଖାଏ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। 

ଜୁଲାଇ ୨୧ ରିପୋର୍ଟ ଅନୁସାରେ, ରାଜ୍ୟରେ ୧୯୪୮ ସଂକ୍ରମିତ ଚିହ୍ନଟ ହୋଇଥିଲେ। କ୍ୱାରେଣ୍ଟିନରେ ୧,୧୨୦ ଜଣ ଥିବାବେଳେ ଲୋକାଲ କଣ୍ଟାକ୍ଟସ  ୮୨୮ଥିଲା।

Advertisment


Advertisment

— I & PR Department, Odisha (@IPR_Odisha) July 23, 2021


— I & PR Department, Odisha (@IPR_Odisha) July 23, 2021

ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୯,୬୩,୮୫୧ରେ ପହଞ୍ଚିଛି। ତେବେ ଆକ୍ଟିଭ୍‌ କେସ୍‌ ୧୯,୨୬୧ ଥିବାବେଳେ ୯,୩୯,୧୬୦ ଜଣ ସୁସ୍ଥ ହୋଇଛନ୍ତି।

କରୋନାର ଦ୍ୱିତୀୟ ଲହରରେ ଓଡ଼ିଶାରେ ସଂକ୍ରମିତଙ୍କ ମଧ୍ୟରୁ ୯୩% ଡେଲ୍‌ଟା ଭାଇରସ୍ ଦ୍ୱାରା ସଂକ୍ରମିତ ା କୋଭିଡର ୨ୟ ଲହର ଓ ଡେଲ୍‌ଟା ଭାଇରସ ନେଇ ILS ନିର୍ଦ୍ଦେଶକ ଅଜୟ ପରିଡ଼ା ଏଭଳି ସୂଚନା ଦେଇଛନ୍ତି ା ଡେଲ୍‌ଟା ଭାଇରସ ଯୋଗୁ ଓଡ଼ିଶାରେ ଅଧିକ ସଂଖ୍ୟକ ପଜିଟିଭ ହୋଇଛନ୍ତି। 

COVID19 Odisha Corona Update
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ