coronavirus
ଭୁବନେଶ୍ୱର: ଦିନକରେ ରାଜ୍ୟରେ ୧୮୬୪ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଖୋର୍ଦ୍ଧାରୁ ସର୍ବାଧିକ ୪୯୬ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟିନରୁ ୧,୦୮୨ ଚିହ୍ନଟ ହୋଇଥିବା ବେଳେ ଲୋକାଲ କେସ୍- ୭୮୨ ରହିଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ସେହିପରି ରାଜ୍ୟରେ ଆଉ ୬୮ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ, ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଜନିତ ମୃତ୍ୟୁ ସଂଖ୍ୟା ୫,୪୪୫ରେ ପହଞ୍ଚିଛି। ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୩୦ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ପୁରୀରୁ ୧୧, ଅନୁଗୁଳରୁ ୮, ମୟୂରଭଞ୍ଜରୁ ୭, କେନ୍ଦୁଝରରୁ ୬, ମାଲକାନଗିରି, ନୂଆପଡ଼ା, ସୁନ୍ଦରଗଡ଼ ଗଞ୍ଜାମ, ଜଗତସିଂହପୁର ଓ କନ୍ଧମାଳରୁ ଜଣେ ଲେଖାଏ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି।
6. Boudh: 3
7. Cuttack: 221
8. Deogarh: 6
9. Dhenkanal: 84
10. Gajapati: 3
11. Ganjam: 12
12. Jagatsinghpur: 89
13. Jajpur: 107
14. Jharsuguda: 8
15. Kalahandi: 7
16. Kandhamal: 16
17. Kendrapada: 59
18. Keonjhar: 44
19. Khurda: 496
20. Koraput: 7
21. Malkangiri: 12
— I & PR Department, Odisha (@IPR_Odisha) July 24, 2021
22. Mayurbhanj: 57
23. Nawarangpur: 2
24. Nayagarh: 66
25. Nuapada: 9
26. Puri: 59
27. Rayagada: 24
28. Sambalpur: 34
29. Sonepur: 6
30. Sundargarh: 56
31. State Pool: 100New recoveries: 2044
Cumulative tested: 15510612
Positive: 965715
Recovered: 941204
Active cases: 19013
— I & PR Department, Odisha (@IPR_Odisha) July 24, 2021
ଜୁଲାଇ ୨୨ ରିପୋର୍ଟ ଅନୁସାରେ, ରାଜ୍ୟରେ ୧୯୧୭ ସଂକ୍ରମିତ ଚିହ୍ନଟ ହୋଇଥିଲେ। କ୍ୱାରେଣ୍ଟିନରୁ ୧,୧୦୯ ଜଣ ଚିହ୍ନଟ ହୋଇ ଥିବାବେଳେ ଲୋକାଲ କଣ୍ଟାକ୍ଟସ ଥିଲେ ୮୦୮ ଥିଲା।
ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୯,୬୫,୭୧୫ରେ ପହଞ୍ଚିଛି। ତେବେ ଆକ୍ଟିଭ୍ କେସ୍ ୧୯,୦୧୩ ଥିବାବେଳେ ୯,୪୧,୨୦୪ ଜଣ ସୁସ୍ଥ ହୋଇଛନ୍ତି।
ସ୍ୱାସ୍ଥ୍ୟସେବାରେ ଲୋକଙ୍କୁ ଯେଭଳି ଅସୁବିଧା ନହୁଏ, ଏ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଗିଦ କରିଛନ୍ତି। କୋଭିଡ଼ ମୁକାବିଲା ସମୀକ୍ଷା ଅବସରରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱାରୋପ କରି କହିଛନ୍ତି, ସ୍ଥାନୀୟ ସରକାରୀ ଅଧିକାରୀଙ୍କ ମୂଳ ଦାୟିତ୍ୱ ସ୍ୱାସ୍ଥ୍ୟ ସେବା। ଜିଲ୍ଲା ହସ୍ପିଟାଲ ଠାରୁ ସିଏଚ୍ସି ପର୍ଯ୍ୟନ୍ତ ସବୁଠି ନଜର ରଖିବା ମୂଳ ଦାୟିତ୍ୱ। ଥାନା ଆଇଆଇସିଙ୍କ ଠାରୁ ବିଡିଓ, ତହସିଲଦାର ପର୍ଯ୍ୟନ୍ତ ଏହା ସମସ୍ତଙ୍କ ଦାୟିତ୍ୱ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
କରୋନାର ଦ୍ୱିତୀୟ ଲହରରେ ଓଡ଼ିଶାରେ ସଂକ୍ରମିତଙ୍କ ମଧ୍ୟରୁ ୯୩% ଡେଲ୍ଟା ଭାଇରସ୍ ଦ୍ୱାରା ସଂକ୍ରମିତ ା କୋଭିଡର ୨ୟ ଲହର ଓ ଡେଲ୍ଟା ଭାଇରସ ନେଇ ILS ନିର୍ଦ୍ଦେଶକ ଅଜୟ ପରିଡ଼ା ଏଭଳି ସୂଚନା ଦେଇଛନ୍ତି ା ଡେଲ୍ଟା ଭାଇରସ ଯୋଗୁ ଓଡ଼ିଶାରେ ଅଧିକ ସଂଖ୍ୟକ ପଜିଟିଭ ହୋଇଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1627096508.jpg)