Advertisment

ରାଜ୍ୟରେ ଆଜି ସାମାନ୍ୟ ବଢ଼ିଛି କରୋନା ସଂକ୍ରମଣ; ଦିନକରେ ୧୫୦୩ ଆକ୍ରାନ୍ତ ଚିହ୍ନଟ

ରାଜ୍ୟରେ ପୁଣି ସାମାନ୍ୟ ବଢ଼ିଛି କରୋନା ସଂକ୍ରମଣ । ଗତ ଦୁଇ ଦିନ ଧରି ରାଜ୍ୟରେ କରୋନା ସଂକ୍ରମଣ ଗ୍ରାଫ୍ ପାଖାପାଖି ୧୫ ଶହ ରହିଛି । ଗତକାଲି ୧୪୯୭ କରୋନା ଆକ୍ରନ୍ତ ଚିହ୍ନଟ ହୋଇଥିବା ବେଳେ ଏହା ଆଜି ସାମାନ୍ୟ ବଢ଼ି ୧୫୦୩ରେ ପହଞ୍ଚିଛି ।

ଅଦ୍ୟତନ ହୋଇଛି
Odisha reports 1503 new COVID19 cases

Odisha reports 1503 new COVID19 cases

Advertisment

ରାଜ୍ୟରେ ପୁଣି ସାମାନ୍ୟ ବଢ଼ିଛି କରୋନା ସଂକ୍ରମଣ । ଗତ ଦୁଇ ଦିନ ଧରି ରାଜ୍ୟରେ କରୋନା ସଂକ୍ରମଣ ଗ୍ରାଫ୍ ପାଖାପାଖି ୧୫ ଶହ ରହିଛି । ଗତକାଲି ୧୪୯୭ କରୋନା ଆକ୍ରନ୍ତ ଚିହ୍ନଟ ହୋଇଥିବା ବେଳେ ଏହା ଆଜି ସାମାନ୍ୟ ବଢ଼ି ୧୫୦୩ରେ ପହଞ୍ଚିଛି । ଆକ୍ରାନ୍ତଙ୍କ ମଧ୍ୟରୁ ୧୮ ବର୍ଷରୁ କମ୍ ବର୍ଗର ୩୨୯ ଚିହ୍ନଟ ହୋଇଥିବାବେଳେ । ରାଜ୍ୟରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୬୯ ହଜାର ୮୧୧କୁ ବୃଦ୍ଧି ପାଇଛି ।

Advertisment

ସେହିପରି ରାଜ୍ୟରେ ଆଉ ୨୧ ଜଣ କରୋନା ସଂକ୍ରମିତଙ୍କ ମୃତ୍ୟୁ ହୋଇଛି ଯାଜପୁର ଓ ମୟୂରଭଞ୍ଜରୁ ୩ ଜଣ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ରେକର୍ଡ କରାଯାଇଛି । ଯାହା ପରେ ମୋଟ୍ କରୋନା ମୃତ୍ୟୁ ସଂଖ୍ୟା ୮୭୭୫କୁ ବୃଦ୍ଧି ପାଇଛି । ଗତ ସପ୍ତାହକ ମଧ୍ୟରେ କରୋନା ସଂକ୍ରମଣ ୩ ହଜାରରୁ ୧୫ ଶହରେ ପହଞ୍ଚିଥିବା ଜଣାପଡିଛି ।

ତେବେ ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ ୩୩୩ ଜଣ ଚିହ୍ନଟ ହୋଇଥିବାବେଳେ, ଅନୁଗୁଳରୁ ୫୧, ବାଲେଶ୍ୱରରୁ ୩୦, ବରଗଡ଼ରୁ ୨୧, ଭଦ୍ରକରୁ ୨୦, ବଲାଙ୍ଗିରରୁ ୩୩ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ବୌଦ୍ଧରୁ ୧୦, କଟକରୁ ୮୩, ଦେବଗଡ଼ରୁ ୨୫, ଢେଙ୍କାନାଳରୁ ୪୨, ଗଜପତିରୁ ୩୭ ଜଣ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି।

Advertisment

ଠିକ୍‌ ସେହିପରି ଗଞ୍ଜାମରୁ ୨୬, ଜଗତସିଂହପୁରରୁ ୪୨, ଯାଜପୁରରୁ ୫୫, ଝାରସୁଗୁଡ଼ାରୁ ୧୭, କଳାହାଣ୍ଡିରୁ ୪୦, କନ୍ଧମାଳରୁ ୧୭ ଓ କେନ୍ଦ୍ରାପଡ଼ାରୁ ୧୯ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । କେବଳ ଏତିକି ନୁହେଁ କେନ୍ଦୁଝରରୁ ୩୬, କୋରାପୁଟରୁ ୨, ମାଲକାନଗିରିରୁ ୮ ଜଣ ପଜିଟିଭ୍‌ ଚିହ୍ନଟ ହୋଇଥିବା ବେଳେ ମୟୂରଭଞ୍ଜରୁ ୧୦୮, ନବରଙ୍ଗପୁରରୁ ୧୯, ନୟାଗଡରୁ ୫୩, ନୂଆପଡ଼ାରୁ ୨୫, ପୁରୀରୁ ୫୪, ରାୟଗଡ଼ାରୁ ୩୧, ସମ୍ବଲପୁରରୁ ୨୬, ସୋନପୁରରୁ ୨୨, ସୁନ୍ଦରଗଡରୁ ୧୫୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଷ୍ଟେଟପୁଲରୁ ୬୧ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।

ଅନ୍ୟପକ୍ଷେ, ଦେଶରେ ମଧ୍ୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିଛି । ଦେଶରେ ଆଜି ୬୭ ହଜାର ୫୯୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆଜିର ସଂଖ୍ୟା ପରେ ଦୈନିକ ପଜିଟିଭିଟି ହାର ୫.୦୨ ପ୍ରତିଶତକୁ କିମିଛି । ଏହାସହ ଦେଶରେ ଦିନକରେ ୧୧୮୮ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଏହାପରେ କରୋନା ମୃତ୍ୟୁ ସଂଖ୍ୟା ୫ ଲକ୍ଷ ୪ ହଜାର ୬୨କୁ ବୃଦ୍ଧି ପାଇଛି । ଦେଶରେ ମଧ୍ୟ କ୍ରମାଗତ ଭାବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିଛି ।

Advertisment
COVID-19 Corona Updates
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ