Advertisment

ଲକ୍ଷେ ତଳକୁ ଖସିଲା ଦୈନିକ ସଂକ୍ରମଣ ସଂଖ୍ୟା

ରାଜ୍ୟରେ ଗତ ୨୪ ଘଣ୍ଟାରେ ଆଉ ୧୪୯୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କ୍ୱାରେଣ୍ଟିନରୁ ୮୭୪ ଜଣ ଚିହ୍ନଟ ହୋଇଥିବାବେଳେ ସ୍ଥାନୀୟ ସଂକ୍ରମଣ ୬୨୩ ରହିଛି । ତେବେ ଆକ୍ରାନ୍ତଙ୍କ ମଧ୍ୟରୁ ୧୮ ବର୍ଷରୁ କମ୍ ବର୍ଗର ୨୮୩ ଜଣ ରହିଛନ୍ତି ।

ଅଦ୍ୟତନ ହୋଇଛି
Coronavirus

Coronavirus

Advertisment

ଦେଶରେ ଦୈନିକ କରୋନା ସଂକ୍ରମଣ ୧ ଲକ୍ଷ ତଳକୁ ଖସିଲା । ଗତ ୨୪ ଘଣ୍ଟାରେ ଦେଶରେ ୮୩ ହଜାର ୮୭୬ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଦୈନିକ ପଜିଟିଭିଟି ହାର ୭.୨୫ ପ୍ରତିଶତକୁ ହ୍ରାସ ପାଇଛି । ଦେଶରେ ଦିନକରେ ୮୯୫ କରୋନା ଆକ୍ରାନ୍ତଙ୍କ ମୃତ୍ୟୁହୋଇଛି ଏହାକୁ ମିଶାଇ କରୋନା ମୃତ୍ୟୁସଂଖ୍ୟା ୫ ଲକ୍ଷ ୨ ହଜାର ୮୭୪କୁ ବୃଦ୍ଧି ପାଇଛି । ତେବେ ଆକ୍ଟିଭ୍ କେସ୍ ୧୧ ଲକ୍ଷ ୮ ହଜାର ୯୩୮ ଥିବାବେଳେ ୪ କୋଟି ୬ ଲକ୍ଷ ୬୦ ହଜାର ୨୦୨ ଜଣ ସୁସ୍ଥ ହୋଇ ଫେରିଛନ୍ତି ।

Advertisment

ଅନ୍ୟପକ୍ଷେ, ରାଜ୍ୟରେ ଗତ ୨୪ ଘଣ୍ଟାରେ ଆଉ ୧୪୯୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କ୍ୱାରେଣ୍ଟିନରୁ ୮୭୪ ଜଣ ଚିହ୍ନଟ ହୋଇଥିବାବେଳେ ସ୍ଥାନୀୟ ସଂକ୍ରମଣ ୬୨୩ ରହିଛି । ତେବେ ଆକ୍ରାନ୍ତଙ୍କ ମଧ୍ୟରୁ ୧୮ ବର୍ଷରୁ କମ୍ ବର୍ଗର ୨୮୩ ଜଣ ରହିଛନ୍ତି ।

ସେହିପରି ଆଉ ୨୦ ଜଣ କରୋନା ସଂକ୍ରମିତଙ୍କ ମୃତ୍ୟୁ ହୋଇଛି । ଏହାକୁ ମିଶାଇ ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୮୭୫୪କୁ ବୃଦ୍ଧି ପାଇଛି । ତେବେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧତ୍କ ୬ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି କଳାହାଣ୍ଡିରୁ ୪, କଟକରୁ ୩ କରୋନା ଆକ୍ରାନ୍ତ ପ୍ରାଣ ହରାଇଥିବାବେଳେ ଜଗତସିଂହପୁର, ନୟାଗଡ଼ରୁ ୨ ଜଣ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି ।

Advertisment

ତେବେ ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ ଜଣ ଚିହ୍ନଟ ହୋଇଥିବାବେଳେ, ଅନୁଗୁଳରୁ ୭୧, ବାଲେଶ୍ୱରରୁ ୫୦, ବରଗଡ଼ରୁ ୨୨, ଭଦ୍ରକରୁ ୧୯, ବଲାଙ୍ଗିରରୁ ୨୨ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ବୌଦ୍ଧରୁ ୩୨, କଟକରୁ ୬୯, ଦେବଗଡ଼ରୁ ୬୨ , ଢେଙ୍କାନାଳରୁ ୨୭, ଗଜପତିରୁ ୪୫ ଜଣ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି।

ଠିକ୍‌ ସେହିପରି ଗଞ୍ଜାମରୁ ୮, ଜଗତସିଂହପୁରରୁ ୨୪, ଯାଜପୁରରୁ ୬୪, ଝାରସୁଗୁଡ଼ାରୁ ୭୫, କଳାହାଣ୍ଡିରୁ ୩୧, କନ୍ଧମାଳରୁ ୩୧ ଓ କେନ୍ଦ୍ରାପଡ଼ାରୁ ୧୬ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । କେବଳ ଏତିକି ନୁହେଁ କେନ୍ଦୁଝରରୁ ୪୨, କୋରାପୁଟରୁ ୬୬, ମାଲକାନଗିରିରୁ ୭ ଜଣ ପଜିଟିଭ୍‌ ଚିହ୍ନଟ ହୋଇଥିବା ବେଳେ ମୟୂରଭଞ୍ଜରୁ ୩୫, ନବରଙ୍ଗପୁରରୁ ୩୪, ନୟାଗଡରୁ ୫୬, ନୂଆପଡ଼ାରୁ ୨୩, ପୁରୀରୁ ୩୭, ରାୟଗଡ଼ାରୁ ୫୨, ସମ୍ବଲପୁରରୁ ୫୯, ସୋନପୁରରୁ ୬, ସୁନ୍ଦରଗଡରୁ ୧୦୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଷ୍ଟେଟପୁଲରୁ ୫୩ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।

Advertisment
Odisha COVID-19 Update India COVID Updates
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ