Advertisment

ରାଜ୍ୟରେ ପୁଣି ହଜାରେ ଟପିଲା କରୋନା ଆକ୍ରାନ୍ତ

ବଢ଼ୁଛି କରୋନା ସଂକ୍ରମଣଙ୍କ ସଂଖ୍ୟା...୨୪ ଘଣ୍ଟାରେ ଏତିକି ଆକ୍ରାନ୍ତ ଚିହ୍ନଟ....

Odisha reports 1030 new COVID19 cases

Odisha reports 1030 new COVID19 cases

Advertisment

ରାଜ୍ୟରେ ପୁଣି ହଜାରେ ପାର କଲା କରୋନାର ଦୈନିକ ସଂକ୍ରମଣ । ୨୪ ଘଣ୍ଟାରେ ହଜାରେ ୩୦ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । କ୍ୱାରେଣ୍ଟିନରୁ ୬୦୩, ଲୋକାଲ କେସ୍ ୪୨୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଚିହ୍ନଟଙ୍କ ମଧ୍ୟରେ ୧୮ ବର୍ଷରୁ କମ୍ ବର୍ଗର ୧୭୯ ଜଣ ଆକ୍ରାନ୍ତ ଅଛନ୍ତି । ତେବେ ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୩ ଲକ୍ଷ ୧୦ ହଜାର ୧୧୫କୁ ବୃଦ୍ଧି ପାଇଛି । ଏବେ ରାଜ୍ୟରେ ଆକ୍ଟିଭ୍ କେସ୍ ୬ ହାଜାର ୯୭୪ ରହିଛି । ସୁନ୍ଦରଗଡ଼ରୁ ସର୍ବାଧିକ ୨୨୭, ଖୋର୍ଦ୍ଧାରୁ ୧୬୪, ମୟୂରଭଞ୍ଜରୁ ୧୧୦ ଚିହ୍ନଟ ହୋଇଛନ୍ତି

Advertisment

ତେବେ ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ଅନୁଗୁଳରୁ ୩, ବାଲେଶ୍ୱରରୁ ୨୩, ବରଗଡ଼ରୁ ୨୨, ଭଦ୍ରକରୁ ୧୧, ବଲାଙ୍ଗିରରୁ ୩୫, ବୌଦ୍ଧରୁ ୧୨, କଟକରୁ ୫୦, ଦେବଗଡ଼ରୁ ୯,ଢ଼େଙ୍କାନାଳରୁ ୩, ଗଜପତିରୁ ୭, ଜଗତସିଂହପୁରରୁ ୭, ଯାଜପୁରରୁ ୧୯, ଝାରସୁଗୁଡ଼ାରୁ ୨୧, କଳାହାଣ୍ଡିରୁ ୨୬, କନ୍ଧମାଳରୁ ୨୩, କେନ୍ଦ୍ରାପଡ଼ାରୁ ୧୭, କେନ୍ଦୁଝରରୁ ୧୩, କୋରାପୁଟ୍‌ରୁ ୧୭, ନୟାଗଡରୁ ୨୦, ନୂଆପଡ଼ାରୁ ୧୧, ପୁରୀରୁ ୧୦, ରାୟଗଡ଼ା ୧୮, ସମ୍ବଲପୁରରୁ ୭୭, ସୋନପୁରରୁ ୩୯, କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଷ୍ଟେଟପୁଲରୁ ୩୬ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।

Advertisment

COVID19 Odisha Covid Update
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ