Advertisment

୨୪ ଘଣ୍ଟାରେ ୨ ହଜାର ୭୪ ସଂକ୍ରମିତ ଚିହ୍ନଟ : ରାଜ୍ୟରେ ଆଉ ୬୫ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

ଗତ ୨୪ ଘଣ୍ଟାରେ ରାଜ୍ୟରେ ୨ ହଜାର ୭୪ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଫଳରେ ରାଜ୍ୟରେ ସମୁଦାୟ କରୋନା ସଂକ୍ରମିତଙ୍କ ସଂଖ୍ୟା ୯ ଲକ୍ଷ ୪୫ ହଜାର ୭୪୯କୁ ବୃଦ୍ଧିକୁ ବୃଦ୍ଧି ପାଇଛି ।

ଅଦ୍ୟତନ ହୋଇଛି
୨୪ ଘଣ୍ଟାରେ ୨ ହଜାର ୭୪ ସଂକ୍ରମିତ ଚିହ୍ନଟ : ରାଜ୍ୟରେ ଆଉ ୬୫ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

corona

Advertisment

ଭୁବନେଶ୍ୱର : ରାଜ୍ୟରେ ସଂକ୍ରମଣ ଧୀରେ ଧୀରେ ହ୍ରାସ ପାଉଥିବା ବେଳେ ଆଜି ସାମାନ୍ୟ ବଢ଼ିଛି ସଂକ୍ରମଣ । ଗତକାଲି ୧,୯୩୦ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଗତ ୨୪ ଘଣ୍ଟାରେ ରାଜ୍ୟରେ ୨ ହଜାର ୭୪ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଫଳରେ ରାଜ୍ୟରେ ସମୁଦାୟ କରୋନା ସଂକ୍ରମିତଙ୍କ ସଂଖ୍ୟା ୯ ଲକ୍ଷ ୪୫ ହଜାର ୭୪୯କୁ ବୃଦ୍ଧିକୁ ବୃଦ୍ଧି ପାଇଛି । ଆଜି ଚିହ୍ନଟ ହୋଇଥିବା ନୂଆ ସଂକ୍ରମିତଙ୍କ ମଧ୍ୟରୁ କ୍ୱାରେଣ୍ଟିନରୁ ୧୧୯୨ ଜଣ ଚିହ୍ନଟ ହୋଇଛନ୍ତି ଓ ଲୋକାଲ କେସ୍ ଆସିଛି ୮୮୨ ।

Advertisment

୨ ହଜାର ୭୪ ସଂକ୍ରମିତଙ୍କ ମଧ୍ୟରୁ ଆଜି ଅନୁଗୁଳରୁ ୫୯, ବାଲେଶ୍ୱରରୁ ୧୧୫, ବରଗଡ଼- ୩୮, ଭଦ୍ରକରୁ୧୧୦, ବଲାଙ୍ଗିରରୁ ୧୭, ବୌଦ୍ଧରୁ ୧୨,କଟକରୁ ୨୮୩, ଦେବଗଡ଼ରୁ ୩, ଢେଙ୍କାନାଳରୁ ୬୧, ଗଜପତିରୁ ୩, ଗଞ୍ଜାମରୁ ୫, ଜଗତସିଂହପୁରରୁ ୯୯, ଯାଜପୁରରୁ ୧୨୦, ଝାରସୁଗୁଡ଼ାରୁ ୫, କଳାହାଣ୍ଡିରୁ ୫, କନ୍ଧମାଳରୁ ୧୯, କେନ୍ଦ୍ରାପଡ଼ାରୁ ୫୮, କେନ୍ଦୁଝରରୁ ୪୬, ଖୋର୍ଦ୍ଧାରୁ ୪୪୩, କୋରାପୁଟରୁ ୧୦, ମାଲକାନଗିରିରୁ ୪୭ ଜଣ ଚିହ୍ନଟ ହୋଇଛନ୍ତି । ସେହିପରି ମୟୂରଭଞ୍ଜରୁ୧୧୫, ନବରଙ୍ଗପୁରରୁ ୧୦, ନୟାଗଡ଼ରୁ ୫୮, ନୂଆପଡ଼ା- ୪, ପୁରୀରୁ ୧୩୩, ରାୟଗଡ଼ାରୁ ୧୬, ସମ୍ବଲପୁରରୁ ୩୦, ସୁବର୍ଣ୍ଣପୁରରୁ ୯, ସୁନ୍ଦରଗଡ଼ରୁ ୫୬ ଓ ଷ୍ଟେଟପୁଲରୁ ୮୫ ଜଣ ଚିହ୍ନଟ ହୋଇଛନ୍ତି ।

Advertisment

ତେବେ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ମୋଟ୍ ୬୯ ହଜାର ୨୮୭ ସାମ୍ପଲ ଟେଷ୍ଟ ହୋଇଛି ଏବଂ ରାଜ୍ୟରେ ଏବେ ପଜିଟିଭିଟି ହାର ରହିଛି ୨.୯୯ ପ୍ରତିଶତ । ବର୍ତ୍ତମାନ ରାଜ୍ୟରେ ସକ୍ରିୟ ସଂକ୍ରମିଙ୍କ ସଂଖ୍ୟା ୨୨୮୬୦ ଥିବା ବେଳେ ୯୧୮୦୪୧ ଜଣ କରୋନାକୁ ମାତ ଦେଇ ଘରକୁ ଫେରିଛନ୍ତି । ଏବେ ସୁଦ୍ଧା ରାଜ୍ୟରେ ୧୪୭୭୨୯୩୮ ସାମ୍ପୁଲ ଟେଷ୍ଟ୍ ହୋଇଛି ।

ସେପଟେ ଅରାଜ୍ୟରେ ଆଉ ୬୫ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୦ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ବରଗଡ଼ରୁ ୧୦, ସୁନ୍ଦରଗଡ଼ରୁ ୭ ଓ ପୁରୀରୁ ୬ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ନବରଙ୍ଗପୁରରୁ ୪, ଗଜପତି ଜିଲ୍ଲାରୁ ୨ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଫଳରେ ମୋଟ୍ କରୋନା ଜନିତ ମୋଟ ମୃତ୍ୟୁସଂଖ୍ୟା ୪ ହଜାର ୭୯୫କୁ ବୃଦ୍ଧି ପାଇଛି ।

Advertisment
Odisha Coronavirus Coronavirus Pandemic
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ