Advertisment

ହଠାତ୍‌ ବଢ଼ିଲା କୋଭିଡ୍‌ ସଂକ୍ରମଣ, ଓଡ଼ିଶାରେ ଏକାଥରକେ ୭୦୦ ଉପରେ ଆକ୍ରାନ୍ତ ଚିହ୍ନଟ

ଗତ କିଛି ଦିନ ହେଲା ଜାରି ରହିଥିବା ୫ ଶହ ଟ୍ରେଣ୍ଡକୁ ଡେଇଁ ଗତକାଲି ସିଧା ସାଢ଼େ ୭ ଶହ ପାଖାପାଖି ପହଞ୍ଚିଛି ଦୈନିକ ସଂକ୍ରମଣ ସଂଖ୍ୟା।

ଅଦ୍ୟତନ ହୋଇଛି
Odisha once again sees sharp rise in COVID cases

Odisha once again sees sharp rise in COVID cases

Advertisment

ରାଜ୍ୟରେ କୋଭିଡ୍‌ ସଂକ୍ରମଣ ଦିନକୁ ଦିନ ବଢ଼ିବାରେ ଲାଗିଛି। ଗତ କିଛି ଦିନ ହେଲା ଜାରି ରହିଥିବା ୫ ଶହ ଟ୍ରେଣ୍ଡକୁ ଡେଇଁ ଗତକାଲି ସିଧା ସାଢ଼େ ୭ ଶହ ପାଖାପାଖି ପହଞ୍ଚିଛି ଦୈନିକ ସଂକ୍ରମଣ ସଂଖ୍ୟା। ଗତକାଲି କରୋନା ସଂକ୍ରମଣ ହଠାତ୍ ଲମ୍ବା ଡିଆଁ ମାରି ୭୪୩ରେ ପହଞ୍ଚିଛି। ଏଥିସହ ଜଣଙ୍କର ଜୀବନ ବି ଯାଇଛି। ଯାହାକୁ ନେଇ ସରକାରଙ୍କ ଟେନସନ ବଢିଛି।

Advertisment

ନିଜେ ମୁଖ୍ୟମନ୍ତ୍ରୀ ଟ୍ୱିଟ୍‌ କରି ପୁଣି ମାସ୍କ ପିନ୍ଧିବାକୁ ନିବେଦନ କରିଛନ୍ତି। ସେପଟେ ରଥଯାତ୍ରା ପରେ ସ୍ଥିତି ଉପରେ ନଜର ରଖିଥିବା ସ୍ୱାସ୍ଥ୍ୟ ବିଭାଗ କହିଛି। ଲୋକମାନେ ଗାଁକୁ ଫେରୁଥିବାରୁ ବିଭିନ୍ନ ଜିଲ୍ଲାର ସ୍ଥିତିକୁ ନେଇ ତର୍ଜମା ଚାଲିଛି। କମ୍ୟୁନିଟିରେ ପଜିଟିଭ କେସ୍ ଅଧିକ ରହିଛି। ତେଣୁ ନିୟମ ମାନିବା ସହ ଟିକା ନେଇନଥିବା ଲୋକ ଶୀଘ୍ର ଭ୍ୟାକ୍ସିନ ନେବାକୁ ସ୍ୱାସ୍ଥ୍ୟ ବିଭାଗ କହିଛି।

ରାଜ୍ୟରେ ସଂକ୍ରମଣରେ ଏଭଳି ଉପର ମୁହାଁ ଗ୍ରାଫ୍ ଅଗଷ୍ଟ ଦ୍ୱିତୀୟ ସପ୍ତାହ ସୁଦ୍ଧା ଭଲ ସ୍ଥିତିକୁ ଆସିବ ବୋଲି ଅନୁମାନ କରାଯାଉଛି। ସେପଟେ କରୋନା ମୁକାବିଲାରେ ପୁଣି ଏକ ବଡ଼ ନିଷ୍ପତ୍ତି କ୍ରମେ ଜୁଲାଇ ୧୫ରୁ ୧୮ରୁ ୫୯ ବର୍ଷ ବୟସ ବର୍ଗରେ ସମସ୍ତଙ୍କୁ ମାଗଣା ବୁଷ୍ଟର ଡୋଜ୍ ଦେବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି। 

Advertisment

ଅନ୍ୟପକ୍ଷେ, କଟକର ଏକ ଜାତୀୟ ଶିକ୍ଷାନୁଷ୍ଠାନରେ ଏକାଧିକ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। କଟକର ପ୍ରତିଷ୍ଠିତ ଜାତୀୟ ବିଶ୍ୱ ବିଦ୍ୟାଳୟରେ ଏକାବେଳେକେ ୪୪ ଜଣ କୋଭିଡ୍ ପଜିଟିଭ୍ ବାହାରିଛନ୍ତି। ଏତେ ସଂଖ୍ୟକ ପଜିଟିଭ ଚିହ୍ନଟ ହୋଇଥିବାରୁ ଚିନ୍ତା ବଢିଛି।  ଗୋଟିଏ ଶିକ୍ଷାନୁଷ୍ଠାନରୁ ଏତେ ମାତ୍ରାରେ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏନେଇ ଶିକ୍ଷାନୁଷ୍ଠାନରେ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି। 

Coronavirus COVID19 Corona Cases In Odisha
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ