corona testing
ଭୁବନେଶ୍ୱର: ରାଜ୍ୟରେ ୧୩୧୫ ନୂଆ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ଖୋର୍ଦ୍ଧାରୁ ସର୍ବାଧିକ ୪୧୩ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟିନ୍ରୁ ୭୬୨ ଚିହ୍ନଟ ହୋଇଥିବା ବେଳେ ଲୋକାଲ୍ କେସ୍ ୫୫୩ ରହିଛି। କଟକରୁ ୧୯୮ ଚିହ୍ନଟ ହୋଇଛନ୍ତି।
ସେହିପରି ରାଜ୍ୟରେ ଆଉ ୬୬ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୮ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ କଟକରୁ ୧୦, ପୁରୀରୁ ୯, ମୟୂରଭଞ୍ଜରୁ ୬, ଅନୁଗୁଳରୁ ୫, ଯାଜପୁର ଓ ଝାରସୁଗୁଡ଼ାରୁ ୩ ଜଣ ଲେଖାଏ, ଭଦ୍ରକ, ବଲାଙ୍ଗିର, ନୟାଗଡ଼ରୁ ୨ ଜଣ ଲେଖାଏ, ଢେଙ୍କାନାଳ, ଗଞ୍ଜାମ, କଳାହାଣ୍ଡି, କନ୍ଧମାଳ, କେନ୍ଦ୍ରାପଡ଼ା ଓ ସୁନ୍ଦରଗଡ଼ରୁ ଜଣେ ଲେଖାଏ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଜନିତ ମୃତ୍ୟୁ ସଂଖ୍ୟା ୬,୧୬୮ରେ ପହଞ୍ଚିଛି।
ରାଜ୍ୟରେ ଚିହ୍ନଟ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ଅନୁଗୁଳରୁ ୫୨, ବାଲେଶ୍ୱରରୁ ୪୩, ବରଗଡ଼ରୁ ୨, ଭଦ୍ରକରୁ ୪୯, ବଲାଙ୍ଗିରରୁ୪, ବୌଦ୍ଧରୁ ୪, କଟକରୁ ୧୯୮, ଦେବଗଡ଼ରୁ ୭, ଢେଙ୍କାନାଳରୁ ୧୮, ଗଜପତିରୁ ୫, ଗଞ୍ଜାମରୁ ୧୧, ଜଗତସିଂହପୁରରୁ ୫୩, ଯାଜପୁରରୁ ୮୯, କଳାହାଣ୍ଡିରୁ ୪, କନ୍ଧମାଳରୁ ୪, କେନ୍ଦ୍ରାପଡ଼ାରୁ ୨୮, କେନ୍ଦୁଝରରୁ ୧୩, ଖୋର୍ଦ୍ଧାରୁ ୪୧୩, କୋରାପୁଟରୁ ୬, ମାଲକାନଗିରିିରୁ ୫, ମୟୂରଭଞ୍ଜରୁ ୬୨, ନବରଙ୍ଗପୁରରୁ ୪, ନୟାଗଡ଼ରୁ ୨୫, ନୂଆପଡ଼ାରୁ ୬, ପୁରୀରୁ ୬୭, ରାୟଗଡ଼ାରୁ ୧୨, ସମ୍ବଲପୁରରୁ ୨୩, ସୁବର୍ଣ୍ଣପୁରରୁ ୮, ସୁନ୍ଦରଗଡ଼ରୁ ୧୬ ଓ ଷ୍ଟେଟପୁଲରୁ ୮୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
6. Boudh: 4
7. Cuttack: 198
8. Deogarh: 7
9. Dhenkanal: 18
10. Gajapati: 5
11. Ganjam: 11
12. Jagatsinghpur: 53
13. Jajpur: 89
14. Kalahandi: 4
15. Kandhamal: 4
16. Kendrapada: 28
17. Keonjhar: 13
18. Khurda: 413
19. Koraput: 6
20. Malkangiri: 5
21. Mayurbhanj: 62
— I & PR Department, Odisha (@IPR_Odisha) August 4, 2021
22. Nawarangpur: 4
23. Nayagarh: 25
24. Nuapada: 6
25. Puri: 67
26. Rayagada: 12
27. Sambalpur: 23
28. Sonepur: 8
29. Sundargarh: 16
30. State Pool: 84New recoveries: 1702
Cumulative tested: 16289130
Positive: 982181
Recovered: 962088
Active cases: 13872
— I & PR Department, Odisha (@IPR_Odisha) August 4, 2021
Also Read
ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୯,୮୨,୧୮୧ରେ ପହଞ୍ଚିଛି। ତେବେ ଆକ୍ଟିଭ୍ କେସ୍ ୧୩,୮୭୨ ଥିବାବେଳେ ୯,୬୨,୦୮୮ ଜଣ ସୁସ୍ଥ ହୋଇଛନ୍ତି।
ଡେଲ୍ଟା ଭାରିଏଣ୍ଟ ଯୋଗୁ ଭାରତରେ କରୋନାର ଦ୍ୱିତୀୟ ଲହର ଭୟଙ୍କର ରୂପ ନେଇଥିଲା । ଏବେ ବି ଡେଲ୍ଟା ଭାରିଏଣ୍ଟ ପ୍ରଭାବୀ ରହିଛି। ମୋଟ ସଂକ୍ରମଣର ୮୦ ପ୍ରତିଶତ ଡେଲ୍ଟା ଭାଇରସ ଯୋଗୁ ହେଉଛି । ଏହା ହିଁ ତୃତୀୟ ଲହରର କାରଣ ହେବ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞ ନିରଜ ମିଶ୍ର କହିଛନ୍ତି। କାରଣ ଏଯା< ବିଶ୍ୱରେ ଡେଲ୍ଟା ଠାରୁ ଅଧିକ ସଂକ୍ରମକ କୌଣସି ମ୍ୟୁଟାଣ୍ଟ ହୋଇନି । ବର୍ତ୍ତମାନ ସୁଦ୍ଧା ଦେଶରେ ତୃତୀୟ ଲହର ଆସିନି । କିନ୍ତୁ ସଂକେତ ଆସୁଛି ୧୧ ସପ୍ତାହ ପରେ ସାପ୍ତାହିକ ସଂକ୍ରମଣ ହାର ବଢିଛି। ଆରୋଗ୍ୟ ତୁଳନାରେ ନୂଆ କୋଭିଡ ମାମଲା ଅଧିକ ରହିଛି । ଆର ଭାଲ୍ୟୁ 1ରୁ ଅଧିକ ଅଛି । ଏହି ୩ଟି ସୂଚକାଙ୍କ କହୁଛି, ଆଗକୁ ଦେଶରେ କେସ ଲୋଡ଼ ବଢିବ । ଯାହାକି ତୃତୀୟ ଲହର ସମ୍ଭାବନାକୁ ସ୍ପଷ୍ଟ କରୁଛି ବୋଲି ବିଶେଷଜ୍ଞ କହିଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1628047483.jpg)

