Advertisment

‘ଓମିକ୍ରନ୍‌ ବିରୋଧରେ କାମ କରୁଛି ଟିକା, ଭୟଭୀତ ହୁଅନ୍ତୁ ନାହିଁ’

କରୋନାର ନୂଆ ଭାରିଏଣ୍ଟ୍‌ ଓମିକ୍ରନ୍‌ ବିରୋଧରେ ଟିକା କାମ କରୁଛି। ଏଣୁ ଏହାକୁ ନେଇ ଭୟଭୀତ ହେବାର କିଛି କାରଣ ନାହିଁ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ କହିଛନ୍ତି।

Health Minister Naba Kishore Das

Health Minister Naba Kishore Das

Advertisment

ଭୁବନେଶ୍ୱର: କରୋନାର ନୂଆ ଭାରିଏଣ୍ଟ୍‌ ଓମିକ୍ରନ୍‌ ବିରୋଧରେ ଟିକା କାମ କରୁଛି। ଏଣୁ ଏହାକୁ ନେଇ ଭୟଭୀତ ହେବାର କିଛି କାରଣ ନାହିଁ। ତେବେ ଏହାର ମୁକାବିଲା ଲାଗି ରାଜ୍ୟ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ କହିଛନ୍ତି। 

Advertisment

ଯେଉଁମାନେ ବିଦେଶରୁ ଆସୁଛନ୍ତି, ସେମାନଙ୍କ ଉପରେ କଡ଼ା ନଜର ରଖାଯାଇଛି। ହୋମ୍ ଆଇସୋଲେସନକୁ ଗୁରୁତ୍ୱ ଦିଆଯାଉଥିବା ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି। ତେବେ ଯେଉଁମାନେ ବିଦେଶରୁ ଆସୁଛନ୍ତି, ରାଜ୍ୟ ସରକାରଙ୍କୁ ଅବଗତ କରାଇବାକୁ ସେମାନଙ୍କୁ କୁହାଯାଇଛି। ସ୍ୱତନ୍ତ୍ର କ୍ୱାରେଣ୍ଟିନ ସେଣ୍ଟର ମଧ୍ୟ କରାଯାଇଥିବା ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି। ଶିକ୍ଷାନୁଷ୍ଠାନରେ କିଭଳି କରୋନା ନ ବ୍ୟାପିବ, ସେଥିପାଇଁ ବ୍ୟବସ୍ଥା କରାଯାଇଛି ବୋଲି ସେ କହିଛନ୍ତି।

ବିଦ୍ୟାଳୟ ଓ ଗଣଶିକ୍ଷା ପକ୍ଷରୁ ମଧ୍ୟ କରୋନା ଏସ୍ଓପି ପାଳନକୁ କଡ଼ାକଡି କରାଯାଇଛି। ବିଦ୍ୟାଳୟରେ କରୋନା ଏସ୍ଓପି ପାଳନ ନେଇ ନିୟମିତ ଯାଞ୍ଚ କରାଯାଉଥିବା ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି। ଯେଉଁଠି ଆବଶ୍ୟକ, ସେଠାକୁ ମେଡିକାଲ ଟିମ୍‌ ପଠାଇବାକୁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଥିବା ସେ କହିଛନ୍ତି।

Advertisment

ରାଜ୍ୟରେ ୪ କୋଟି ୪୨ ଲକ୍ଷ ଡୋଜ୍ ଟିକା ଦିଆ ସରିଲାଣି। ସେଥିମଧ୍ୟରୁ ୮୬% ପ୍ରଥମ ଡୋଜ ଟିକା ନେଇଥିବା ବେଳେ ୫୦% ଦ୍ୱିତୀୟ ଡୋଜ ଟିକା ନେଇଛନ୍ତି। ଡିସେମ୍ବର ଶେଷ ସୁଦ୍ଧା ପ୍ରଥମ ଡୋଜ ଟିକାକରଣ ସାରିବାକୁ ଲକ୍ଷ୍ୟ ରଖାଯାଇଚି ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ କହିଛନ୍ତି। 

ଯେଉଁମାନେ ଦ୍ୱିତୀୟ ଡୋଜ୍ ଟିକା ନେଇ ନାହାନ୍ତି, ସେମାନଙ୍କୁ ଟିକା ଦେବା ଲାଗି ଚେଷ୍ଟା କରାଯିବ। ତେବେ ବାତ୍ୟା ପାଇଁ ପ୍ରଭାବିତ ଜିଲ୍ଲାରେ ଦିନେ ଦୁଇ ଦିନ ଟିକାକରଣ ବନ୍ଦ ରହିବ। ସ୍ଥିତି ସୁଧୁରିଲେ ପୁଣି ଟିକା ଦିଆଯିବ ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ନିର୍ଦ୍ଦେଶକ କହିଛନ୍ତି। ଓଡ଼ିଶାରେ ଓମିକ୍ରନ୍‌ ଚିହ୍ନଟ ହୋଇନାହିଁ। ତଥାପି ଯେଉଁମାନେ ଟିକା ନେଇନାହାନ୍ତି, ସେମାନେ ଟିକାକରଣ କେନ୍ଦ୍ରକୁ ଯାଇ ଟିକା ନେବାକୁ ପରାମର୍ଶ ଦିଆଯାଇଛି। 

Advertisment
Omicron Omicron Variant Health Minister Naba Kishore Das
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ