Advertisment

ଆନ୍ଧ୍ରରେ ଚିହ୍ନଟ ହେଲେ ଓମିକ୍ରନ୍ ସଂକ୍ରମିତ, ଓଡ଼ିଶାରେ ଆଲର୍ଟ

ପଡୋଶୀ ଆନ୍ଧ୍ର ପ୍ରଦେଶରେ ଜଣେ ଓମିକ୍ରନ୍‌ ସଂକ୍ରମିତ ଚିହ୍ନଟ ହେବା ପରେ ସଜାଗ ହୋଇଛି ଓଡ଼ିଶା। ଏନେଇ ରାଜ୍ୟର ସମସ୍ତ ସୀମାନ୍ତ ଜିଲ୍ଲା ଗୁଡିକୁ ସରକାର ସଜାଗ କରାଇଛନ୍ତି।

Omicron variant Detection In Odisha

Omicron variant Detection In Odisha

Advertisment

ଭୁବନେଶ୍ୱର: ପଡୋଶୀ ଆନ୍ଧ୍ର ପ୍ରଦେଶରେ ଜଣେ ଓମିକ୍ରନ୍‌ ସଂକ୍ରମିତ ଚିହ୍ନଟ ହେବା ପରେ ସଜାଗ ହୋଇଛି ଓଡ଼ିଶା। ଏନେଇ ରାଜ୍ୟର ସମସ୍ତ ସୀମାନ୍ତ ଜିଲ୍ଲା ଗୁଡିକୁ ସରକାର ସଜାଗ କରାଇଛନ୍ତି। ଆନ୍ଧ୍ରରେ ଓମିକ୍ରନ୍‌ ସଂକ୍ରମିତ ଚିହ୍ନ ହେବା ନେଇ ଆତଙ୍କିତ ହୁଅନ୍ତୁନି। ବରଂ କୋଭିଡ ନିୟମକୁ କଡ଼ାକଡ଼ି ପାଳନ କରିବା ଲାଗି ଡିଏମ୍ଇଟି ରମା ରମଣ ମହାନ୍ତି ପରାମର୍ଶ ଦେଇଛନ୍ତି।

Advertisment

ରାଜ୍ୟକୁ ଯେଉଁମାନେ ବିଦେଶରୁ ଆସୁଛନ୍ତି ସେମାନଙ୍କର ବିମାନ ବନ୍ଦରରେ ଟେଷ୍ଟିଂ କରାଯାଉଛି। ଏ    ପର୍ଯ୍ୟନ୍ତ ଓଡ଼ିଶାରେ ଓମିକ୍ରନ୍‌ ସଂକ୍ରମିତ ଚିହ୍ନଟ ହୋଇ ନାହାନ୍ତି। କ୍ଲଷ୍ଟରରୁ  କେହି ପିଜିଟିଭ ବାହାରିଲେ କିମ୍ବା ବିଦେଶ ଫେରନ୍ତାଙ୍କ ଜେନୋମ୍‌ ସିକ୍ୱେନସିଂ କରାଯାଉଥିବା ଡିଏମ୍‌ଇଟି କହିଛନ୍ତି। 

ରାଜ୍ୟର ୮୭% ଲୋକ ପ୍ରଥମ ଡୋଜ ଟିକା ନେଇ ସାରିଲେଣି। ବାକି ୧୩% ଲୋକ ଟିକା ନେଇ ନାହାନ୍ତି। କହିବାକୁ ଗଲେ ରାଜ୍ୟର ୪୧  ଲକ୍ଷ ଲୋକ ଏ ଯାଏ ଆଦୌ ଟିକା ନେଇ ନାହାନ୍ତି। ତେଣୁ ସମସ୍ତଙ୍କୁ ନିବେଦନ ନିଜେ ଟିକାଦାନ କରାଇ ନିଅନ୍ତୁ ବୋଲି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ କହିଛନ୍ତି।

Advertisment

ରାଜ୍ୟରେ ଡିସେମ୍ବର ଶେଷ ସୁଦ୍ଧା ସମସ୍ତଙ୍କୁ ପ୍ରଥମ ଡୋଜ ଦେବା ଲାଗି ସରକାର ଲକ୍ଷ୍ୟ ରଖିଛନ୍ତି।  ୫୪% ଲୋକ ଦ୍ୱିତୀୟ ଡୋଜ ଟିକା ନେଇ ସାରିଲେଣି। ଓମିକ୍ରନ୍‌ ଭାରିଏଣ୍ଟ୍‌ର ଭୟାବହତା ବଢ଼ୁ ଥିବାରୁ ଏଥିପାଇଁ ଆମକୁ ସଜାଗ ରହିବାକୁ ହେବ। ମୟୂରଭଞ୍ଜ, କନ୍ଧମାଳ ଓ କଟକ ଭଳି ଜିଲ୍ଲାରେ ପ୍ରଥମ ଡୋଜ ଟିକାକରଣ ହାର ବହୁତ କମ୍‌ ରହିଥିବା ପରିବାର କଲ୍ୟାଣ ନିର୍ଦ୍ଦେଶକ କହିଛନ୍ତି।

ରାଜ୍ୟରେ ୧୭୮ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଉ ୨ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଚିହ୍ନଟ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟିନ୍‌ରୁ ୧୦୫ ଚିହ୍ନଟ ହୋଇଥିବା ବେଳେ ଲୋକାଲ୍ କେସ୍ ୭୩ ରହିଛି। ୧୮ ବର୍ଷରୁ କମ୍ ବର୍ଗର ୩୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୮୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

Advertisment
Omicron Omicron Variant
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ