Advertisment

କରୋନାର ନୂଆ ଭାରିଏଣ୍ଟ ଆତଙ୍କ, ନୂଆ ଗାଇଡ୍‌ଲାଇନ୍ ଜାରି କଲେ ଓଡ଼ିଶା ସରକାର

କରୋନାର ନୂଆ ଭାରିଏଣ୍ଟ ଓମିକ୍ରନ ଆତଙ୍କ ପରେ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶରେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ନୂଆ ଗାଇଡ୍‌ଲାଇନ୍ ଜାରି ହୋଇଛି।

ଅଦ୍ୟତନ ହୋଇଛି
New Guidelines

New Guidelines

Advertisment

ଭୁବନେଶ୍ୱର: ବିଦେଶରୁ ଓଡ଼ିଶା ଆସିଲେ କ୍ୱାରେଣ୍ଟିନ୍ ବାଧ୍ୟତାମୂଳକ। କରୋନାର ନୂଆ ଭାରିଏଣ୍ଟ ଓମିକ୍ରନ ଆତଙ୍କ ପରେ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶରେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ନୂଆ ଗାଇଡ୍‌ଲାଇନ୍ ଜାରି ହୋଇଛି। ନୂଆ ଭୁତାଣୁ ବିମାନ ବନ୍ଦରରେ ଆସିବା ଆଶଙ୍କା ରହିଛି। ତେଣୁ ଏୟାରପୋର୍ଟ ଉପରେ ସ୍ୱତନ୍ତ୍ର ନଜର ରଖିବାକୁ ଗାଇଡ୍‌ଲାଇନ୍‌ରେ କୁହାଯାଇଛି।

Advertisment

ଜାଣନ୍ତୁ, ନୂଆ ଗାଇଡ୍‌ଲାଇନ୍ କ’ଣ ରହିଛି...

  • ଏୟାରପୋର୍ଟ ଦେଇ କୌଣସି ବ୍ୟକ୍ତି ବିଦେଶରୁ ଆସିଲେ ସେମାନଙ୍କ ପାଇଁ କ୍ୱାରେଣ୍ଟାଇନ୍ ବାଧ୍ୟତାମୂଳକ
  • ବିଦେଶରୁ ଫେରୁଥିବା ଯାତ୍ରୀଙ୍କ ଟେଷ୍ଟିଂ ଓ ଜେନମ୍ ସିକ୍ୱେନ୍ସିଂ ମଧ୍ୟ କରାଯିବ। ଏହାସହ ବିଦେଶରୁ ଫେରୁଥିବା ଯାତ୍ରୀଙ୍କ ସର୍ଭିଲାନ୍ସ ମଧ୍ୟ କରାଯାଉଛି।
  • ବିଦେଶୀ ଯାତ୍ରୀଙ୍କ ପାଇଁ ଇଣ୍ଟରନ୍ୟାସନାଲ କ୍ୱାରେଣ୍ଟାଇନ୍ କଣ୍ଟ୍ରୋଲ ବ୍ୟବସ୍ଥା
  • କମ୍ୟୁନିଟି ସର୍ଭିଲାନ୍ସ ଜୋରଦାର କରାଯିବ

ସମସ୍ତେ ଭ୍ୟାକ୍ସିନ୍ ନେବାକୁ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ପରାମର୍ଶ ଦେଇଛନ୍ତି। ସେ କହିଛନ୍ତି, ଆସିଏମଆର ଜିନୋମିକ ଭ୍ୟାରିଏସନ୍‌ ଦେଖୁଛନ୍ତି। ତେବେ ଲୋକଙ୍କୁ ସଚେତନ ହେବାକୁ ପଡ଼ିବ।

Advertisment

ରାଜ୍ୟରେ ଗତ ୨୪ ଘଣ୍ଟାରେ ନୂଆ ୧୯୧ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଆଉ ଜଣେ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଚିହ୍ନଟ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟିନରୁ ୧୧୨ ଚିହ୍ନଟ ହୋଇଥିବା ବେଳେ ଲୋକାଲ୍ କେସ୍ ୭୯ ରହିଛି। ଚିହ୍ନଟ ପଜିଟିଭ୍‌ଙ୍କ ମଧ୍ୟରୁ ୧୮ ବର୍ଷରୁ କମ୍ ବର୍ଗର ୩୩ ଜଣ ଆକ୍ରାନ୍ତ ଅଛନ୍ତି। ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୮୭ ଜଣ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି।

COVID19 New Guidelines Odisha Govt. New Covid Variant Omicron
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ