Advertisment

ପାର୍ବଣ ଋତୁରେ କେମିତି ହେବ ପୂଜା? ଗାଇଡ୍‌ଲାଇନ ଜାରି କଲେ ସରକାର

ପୂଜା ପାଇଁ ନୂଆ ଗାଇଡ଼୍‌ଲାଇନ୍ ଆଣିଲେ ସରକାର। ପାର୍ବଣ ଋତୁ ପାଇଁ ରାଜ୍ୟ ସରକାର ଗାଇଡଲାଇନ ଆଣିଛନ୍ତି। ଗଣେଶ ପୂଜା, ଦୁର୍ଗା ପୂଜା, ଲକ୍ଷ୍ମୀ ପୂଜା, କାଳୀ ପୂଜା ଗାଇଡଲାଇନ କରାଯାଇଛି। କଟକଣା ସହ ପୂଜା ଆୟୋଜନ ପାଇଁ କମିଟିକୁ ଅନୁମତି ମିଳିବ ବୋଲି ସୂଚନା ମିଳିଛି। ମଣ୍ଡପ, ପେଣ୍ଡାଲରେ ପୂଜା ପାଇଁ ଅନୁମତି ଜରୁରୀ ଥିବା କହିଛନ୍ତି ସରକାର।

ପାର୍ବଣ ଋତୁରେ କେମିତି ହେବ ପୂଜା? ଗାଇଡ୍‌ଲାଇନ ଜାରି କଲେ ସରକାର

NEW GUIDELINE

Advertisment

ଭୁବନେଶ୍ୱର: ପୂଜା ପାଇଁ ନୂଆ ଗାଇଡ଼୍‌ଲାଇନ୍ ଆଣିଲେ ସରକାର। ପାର୍ବଣ ଋତୁ ପାଇଁ ରାଜ୍ୟ ସରକାର ଗାଇଡଲାଇନ ଆଣିଛନ୍ତି। ଗଣେଶ ପୂଜା, ଦୁର୍ଗା ପୂଜା, ଲକ୍ଷ୍ମୀ ପୂଜା, କାଳୀ ପୂଜା ଗାଇଡଲାଇନ କରାଯାଇଛି। କଟକଣା ସହ ପୂଜା ଆୟୋଜନ ପାଇଁ କମିଟିକୁ ଅନୁମତି ମିଳିବ ବୋଲି ସୂଚନା ମିଳିଛି। ମଣ୍ଡପ, ପେଣ୍ଡାଲରେ ପୂଜା ପାଇଁ ଅନୁମତି ଜରୁରୀ ଥିବା କହିଛନ୍ତି ସରକାର। ପ୍ରତ୍ୟେକ ଜିଲ୍ଲାରେ ଜିଲ୍ଲାପାଳ, ଟୁଇନ ସିଟିରେ ପୂଜା ପାଇଁ ସିପିଙ୍କ ଅନୁମତି ଲୋଡ଼ା ବୋଲି ସ୍ପଷ୍ଟ କରିଛନ୍ତି ସରକାର। ଏହାସହ କେବଳ ପରମ୍ପରା ରକ୍ଷା ପାଇଁ ପୂର୍ବବର୍ଷ ପରି ଏଥର ବି ନିରାଡ଼ମ୍ବର ଭାବେ ପୂଜା କରାଯିବ।

Advertisment

ଚଳିତବର୍ଷ କୌଣସି ସାଜସଜ୍ଜା କରାଯାଇପାରିବ ନାହିଁ। ମଣ୍ଡପକୁ ଶ୍ରଦ୍ଧାଳୁଙ୍କ ଆଗମନ ଉପରେ ମଧ୍ୟ ପ୍ରତିବନ୍ଧକ ଲଗାଯାଇଛି। ମଣ୍ଡପ ତିନି ପାର୍ଶ୍ୱରୁ ବନ୍ଦ ରହିବ କେବଳ ଗୋଟିଏ ପାର୍ଶ୍ୱ ସାମାନ୍ୟ ଖୋଲା ରହିବ ବୋଲି ନିର୍ଦ୍ଦେଶାନାମା ଜାରି ହୋଇଛି। ଏହାସହ ମଣ୍ଡପରେ ସାଧାରଣ ଦର୍ଶନାର୍ଥୀଙ୍କ ଦର୍ଶନ ପାଇଁ ବ୍ୟବସ୍ଥା ରହିବ ନାହିଁ ବୋଲି ସ୍ପଷ୍ଟ କରାଯାଇଛି।

Advertisment
New Guidelines Puja
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ