Odisha-COVID Vaccination For Senior Citizens From Tommorow
ଆସନ୍ତାକାଲିଠାରୁ ସବୁ ପ୍ରାପ୍ତବୟସ୍କଙ୍କୁ ମିଳିବ କରୋନାର ପ୍ରିକସନ୍ ଡୋଜ୍ ବା ବୁଷ୍ଟର୍ ଡୋଜ୍ । ଏହା କେବଳ ଘରୋଇ ଟିକାକରଣ କେନ୍ଦ୍ରରେ ଉପଲବ୍ଧ ହେବ । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଛି ।
ଘରୋଇ ଟିକାକରଣ କେନ୍ଦ୍ରରେ ଏହି ପ୍ରିକସନାରୀ ଡୋଜ୍ ମାଗଣାରେ ଉପଲବ୍ଧ ହେବ ନାହିଁ । ଏଥିପାଇଁ ଟିକା ନେବା ବ୍ୟକ୍ତିଙ୍କୁ ଦେୟ ପୈଠ କରିବାକୁ ପଡ଼ିବ ।
ସୂଚନା ଅନୁସାରେ, ବିଶ୍ୱସ୍ତରରେ କରୋନାର ନୂଆ XE ଭ୍ୟାରିଆଣ୍ଟ୍ ପ୍ରକୋପ ବୃଦ୍ଧିକୁ ଦୃଷ୍ଟିରେ ରଖି ସରକାର ଏଭଳି ନିଷ୍ପତ୍ତି ନେଇଥିବା କୁହାଯାଉଛି । ତେବେ ୬୦ ବର୍ଷରୁ ଅଧିକ ବୟସ୍କ, ସ୍ୱାସ୍ଥ୍ୟ କର୍ମୀ ଏବଂ କରୋନା ସମ୍ମୁଖ ଯୋଦ୍ଧାଙ୍କ ପାଇଁ ସରକାର ମାଗଣା ବୁଷ୍ଟର୍ ଡୋଜ୍ ଟିକାକରଣ କାର୍ଯ୍ୟକ୍ରମ ଜାରି ରଖିଛନ୍ତି ।
ଅନ୍ୟପକ୍ଷେ, ବର୍ତ୍ତମାନ ସୁଦ୍ଧା ଦେଶର ପ୍ରାୟ ୯୬ ପ୍ରତିଶତ ୧୫ ବର୍ଷରୁ ଅଧିକ ବୟସ୍କ ଅତିକମ୍ରେ ଗୋଟିଏ ଡୋଜ୍ ଟିକା ନେଇସାରିଥିବା ବେଳେ, ୮୩ ପ୍ରତିଶତ ଜନସଂଖ୍ୟା ୨ଟି ଯାକ ଡୋଜ୍ ଟିକା ନେଇସାରିଛନ୍ତି ବୋଲି ଜଣାପଡିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us