Advertisment

କ୍ରମାଗତ ୩ ଦିନ ହେଲା କମୁଛି ସଂକ୍ରମଣ; ଆଜି ଦିନକରେ ୮ ହଜାର ୫୨୦ ନୂଆ ଚିହ୍ନଟ

ରାଜ୍ୟରେ କମୁଛି ସଂକ୍ରମଣ । ତେବେ ଆଜି ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧତ୍କ ୨,୨୬୨ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସୁନ୍ଦରଗଡ଼ରୁ ୯୩୨, କଟକରୁ ୭୮୯, ଷ୍ଟେଟ୍‌ପୁଲ୍‌ରୁ ୪୬୬ ଜଣ ମୋଟ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ମୋଟ୍ ଆକ୍ରାନ୍ତ ସଂଖ୍ୟା ୧୨ ଲକ୍ଷ ୪ ହଜାର ୬୬୦କୁ ବୃଦ୍ଧି ପାଇଛି ।

ଅଦ୍ୟତନ ହୋଇଛି
Covid 19

Covid 19

Advertisment

ରାଜ୍ୟରେ କ୍ରମାଗତ ତିନିଦିନ ହେବ ତଳମୁହାଁ ରହିଛି କୋଭିଡ ସଂକ୍ରମଣ । ଆଜି ରାଜ୍ୟରେ ଦିନକରେ ୮ ହଜାର ୫୨୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କ୍ୱାରେଣ୍ଟିନରୁ ୪୯୪୧ ଜଣ ଚିହ୍ନଟ ହୋଇଥିବା ବେଳେ ଲୋକାଲ୍ କେସ୍‌ରୁ ୩୫୭୯ ଜଣ ଚିହ୍ନଟ ହୋଇଛନ୍ତି । ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ୧୮ ବର୍ଷରୁ କମ୍ ବର୍ଗର ୯୩୭ ଜଣ ଚିହ୍ନଟ ହୋଇଛନ୍ତି ।

Advertisment

ରାଜ୍ୟରେ କମୁଛି ସଂକ୍ରମଣ । ତେବେ ଆଜି ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧତ୍କ ୨,୨୬୨ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସୁନ୍ଦରଗଡ଼ରୁ ୯୩୨, କଟକରୁ ୭୮୯, ଷ୍ଟେଟ୍‌ପୁଲ୍‌ରୁ ୪୬୬ ଜଣ ମୋଟ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ମୋଟ୍ ଆକ୍ରାନ୍ତ ସଂଖ୍ୟା ୧୨ ଲକ୍ଷ ୪ ହଜାର ୬୬୦କୁ ବୃଦ୍ଧି ପାଇଛି ।

ରାଜ୍ୟରେ ଆଉ ୬ ଜଣ କରୋନା ସଂକ୍ରମିତଙ୍କ ମୃତ୍ୟୁ ନେଇ ସ୍ୱାସ୍ଥ୍ୟ ବିଭାଗର ସୂଚନା ଦେଇଛନ୍ତି। ଅନୁଗୁଳ, କଟକ, ଭଦ୍ରକ, ବାଲେଶ୍ୱର, ସୁନ୍ଦରଗଡ଼, କନ୍ଧମାଳରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୮ ହଜାର ୫୨୦କୁ ବୃଦ୍ଧି ପାଇଛି ।

Advertisment

ଗତକାଲି କରୋନାକୁ ନେଇ ଏକ ଆଶ୍ୱସ୍ତିକର ଖବର ଆସିଛି । ର୍ବର SARS-CoV ଭୂତାଣୁର ଇନ୍‌କ୍ୟୁବେସନ୍‌ ପିରିୟଡ(Incubation Period) ୧୦ ଦିନ ରହୁଥିଲା। ଅର୍ଥାତ୍ ଜଣେ ସଂକ୍ରମିତ ୧୦ ଦିନ ପର୍ଯ୍ୟନ୍ତ ଅନ୍ୟକୁ ସଂକ୍ରମିତ କରିପାରୁଥିଲେ। ସମୟକ୍ରମେ ଭୂତାଣୁର ଇନ୍‌କ୍ୟୁବେସନ୍‌ ପିରିୟଡ କମି ୫/୬ ଦିନ ରହୁଛି। କରୋନା ସଂକ୍ରମଣ ନେଇ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡଃ ନିରଞ୍ଜନ ମିଶ୍ର ଏହି ସୂଚନା ଦେଇଛନ୍ତି।

(ଯେତିକି ଦିନ ଭାଇରସ୍‌ ଶରୀରରେ ଥାଏ, ସେହି ସମୟକୁ ଇନ୍‌କ୍ୟୁବେସନ୍‌ ପିରିୟଡ କୁହାଯାଇଥାଏ।)

Advertisment

ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି, ‘ସମୟକ୍ରମେ ଭୂତାଣୁର ଇନ୍‌କ୍ୟୁବେସନ୍‌ ପିରିୟଡ଼ କମି ୫/୬ ଦିନ ରହୁଛି। ପୂର୍ବର SARS-CoV ଭୂତାଣୁର ଇନ୍‌କ୍ୟୁବେସନ୍‌ ପିରିୟଡ(Incubation Period) ୧୦ ଦିନ ରହୁଥିଲା। ତେଣୁ ଆକ୍ରାନ୍ତ ୭ ଦିନ ହୋମ୍ ଆଇସୋଲେସନରେ ରହିପାରିବେ। ଏହି ୭ ଦିନ ମଧ୍ୟରେ ଲଗାତାର ୩ ଦିନ ଜ୍ୱର ନଆସିଲେ, ଆାଇସୋଲେସନ ସରିବ।

‘ଆଇସୋଲେସନ ପରେ ରୋଗୀ ୭ ଦିନ ନିଜ ହେପାଜତରେ ରହିବେ। ଯଦି ଷଷ୍ଠ ବା ସପ୍ତମ ଦିନ ଜ୍ୱର ଆସେ, ତେବେ ଡାକ୍ତରଙ୍କ ପରାମର୍ଶ କରିବେ। ସଂକ୍ରମଣ ଥିଲେ ହୋମ୍ ଆଇସୋଲେସନ ଅବଧି ବୃଦ୍ଧି କରାଯିବ’ ବୋଲି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି।

ଦେଶରେ ଟିକାକରଣ ପାଇଁ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ନୂଆ ଗାଇଡଲାଇନ ଜାରି ହୋଇଛି। କରୋନା ଆକ୍ରାନ୍ତ ସୁସ୍ଥ ହେବାର ୩ ମାସ ପରେ ସେମାନଙ୍କୁ ଟିକା ଦିଆଯିବ।

Odisha COVID19
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ