Advertisment

କାଲି ସଟ୍‌ଡାଉନ୍‌ ହେବନି ପୁରୀ

ଆସନ୍ତାକାଲି ଅର୍ଥାତ୍‌ ଶନିବାର ଦିନ ପୁରୀ ସହର ପାଇଁ ସଟ୍‌ଡାଉନ୍‌ ନିୟମ ଲାଗୁ ହେବନି। ଏଭଳି ଏକ ସ୍ୱତନ୍ତ୍ର ନିର୍ଦ୍ଦେଶନାମା ଜାରି କରିଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର।

ଅଦ୍ୟତନ ହୋଇଛି
କାଲି ସଟ୍‌ଡାଉନ୍‌ ହେବନି ପୁରୀ

shutdown

Advertisment

ପୁରୀ: ଆସନ୍ତାକାଲି ଅର୍ଥାତ୍‌ ଶନିବାର ଦିନ ପୁରୀ ସହର ପାଇଁ ସଟ୍‌ଡାଉନ୍‌ ନିୟମ ଲାଗୁ ହେବନି। ଏଭଳି ଏକ ସ୍ୱତନ୍ତ୍ର ନିର୍ଦ୍ଦେଶନାମା ଜାରି କରିଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର। ରଥଯାତ୍ରା ପାଇଁ ପୁରୀ ସହରରେ ୧୧ ତାରିଖ ରାତି ୮ଟାରୁ ୧୩ ତାରିଖ ରାତି ୮ ଯାଏ କର୍ଫ୍ୟୁ ଜାରି ରହିବ। ଜିଲ୍ଲା ପ୍ରଶାସନ ୨ ଦିନ କର୍ଫ୍ୟୁ ନିଷ୍ପତ୍ତି ନେଇଥିବାରୁ ଶନିବାର ଦିନ ସଟ୍‌ଡାଉନ୍‌ ନିୟମକୁ ବାରଣ କରାଯାଇଛି। କରୋନା ସଂକ୍ରମଣ ସ୍ଥିତିକୁ ଦେଖି ବି କାଟାଗୋରୀରେ ଥିବା ପୁରୀ ସମେତ ୧୦ଟି ଜିଲ୍ଲାରେ ବର୍ତ୍ତମାନ ସପ୍ତାହାନ୍ତ ସଟ୍‌ଡାଉନ୍‌ ବଳବତ୍ତର ରହିଛି।

Advertisment

ରଥଯାତ୍ରାକୁ ଆଉ ମାତ୍ର ୩ ଦିନ ଥିବା ବେଳେ ଗତକାଲି ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଭର୍ଚୁଆଲରେ ହୋଇଥିବା ଏହି ଶେଷ ସମନ୍ୱୟ ବୈଠକରେ ମୁଖ୍ୟମନ୍ତ୍ରୀ ସୂଚାରୁରୂପେ ନୀତିକାନ୍ତି ସମାପନ ଉପରେ ଗୁରୁତ୍ୱାରୋପ କରିଛନ୍ତି। ରଥଯାତ୍ରା ବେଳେ କୋଭିଡ଼ ଗାଇଡଲାଇନ ପାଳନ କରିବାକୁ ମଧ୍ୟ ସେ ଗୁରୁତ୍ୱ ଦେଇଛନ୍ତି। ଏଥିସହ ରଥଯାତ୍ରା ସମୟରେ ଶ୍ରୀକ୍ଷେତ୍ରରେ ସୁରକ୍ଷା ବ୍ୟବସ୍ଥା ଏବଂ ରଥଯାତ୍ରାର ବିଭିନ୍ନ ଆନୁସଙ୍ଗିକ ବ୍ୟବସ୍ଥା ନେଇ ମୁଖ୍ୟମନ୍ତ୍ରୀ ସମୀକ୍ଷା କରିଛନ୍ତି। 

Advertisment

ବିନା ଭକ୍ତରେ ଦ୍ୱିତୀୟ ଥର ପାଇଁ ପୁରୀରେ ହେବାକୁ ଯାଉଛି ରଥଯାତ୍ରା। ଏଥର ବି ଶୃଙ୍ଖଳିତ ଭାବେ ଘୋଷଯାତ୍ରା କରିବା ନେଇ ପ୍ରଶାସନିକ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି।  ରଥଯାତ୍ରାରେ ନିୟୋଜିତ ହେବାକୁ ଥିବା ସମସ୍ତ ସେବାୟତ, ପ୍ରଶାସନିକ ଅଧିକାରୀ ଏବଂ ଗଣମାଧ୍ୟମ ପ୍ରତିନିଧିଙ୍କ RTPCR କୋଭିଡ୍ ଟେଷ୍ଟ କରାଯାଉଛି। ରଥଯାତ୍ରା ସମୟରେ ପୁରୀରେ ହେବ ଗ୍ରୀନ ଜୋନ୍। ଗୁଣ୍ଡିଚା ମନ୍ଦିର ଚାରିପଟେ କଡା ସୁରକ୍ଷ ବ୍ୟବସ୍ଥା ରହିବ। 

ଆଜି ଶ୍ରୀଜିଉଙ୍କ ନବଯୌବନ ଦର୍ଶନ। ଅନବସରର ଚତୁର୍ଦ୍ଦଶୀ ତିଥିରେ ଖଡ଼ି ଲାଗି ଓ ବନକଲାଗି ପରେ ନୂଆ ରୂପରେ ଝଟକୁଛନ୍ତି ମହାପ୍ରଭୁ। ମହାପ୍ରଭୁଙ୍କର ଏହି ଅନନ୍ୟ ବେଶ ଦର୍ଶନ କରି ଭକ୍ତ କୋଟି ପୁଣ୍ୟ ପାଇଥାଏ ବୋଲି ବିଶ୍ୱାସ ରହିଛି। ତେବେ କରୋନା କଟକଣା ଯୋଗୁ ଗତବର୍ଷ ଭଳି ଚଳିତ ବର୍ଷ ନବଯୌବନ ଦର୍ଶନରୁ ବଞ୍ଚିତ ହୋଇଛନ୍ତି ଭକ୍ତ। 

Advertisment
Shutdown Covid-19 Shutdown Shutdown In Odisha
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ