Night curfew imposed in several states amid Omicron threat
ନୂଆଦିଲ୍ଲୀ: ଓମିକ୍ରନ୍ ଭାରିଆଣ୍ଟର ଆତଙ୍କ ଭିତରେ ଆଜିଠୁ ନୂଆଦିଲ୍ଲୀରେ ଲାଗୁ ହେବ ନାଇଟ୍ କର୍ଫ୍ୟୁ । ରାତି ୧୧ଟାରୁ ସକାଳ ୫ଟା ଯାଏଁ ଏହି ନାଇଟ୍ କର୍ଫ୍ୟୁ ବଳବତ୍ତର ରହିବ । ଗତ ୨୪ ଘଣ୍ଟା ମଧ୍ୟରେ ୨୯୦ଟି ନୂଆ ମାମଲା ସାମ୍ନାକୁ ଆସିବା ପରେ ଦିଲ୍ଲୀରେ ଏହି ନିଷ୍ପତ୍ତି ନିଆଯାଇଛି । ଦିଲ୍ଲୀରେ କରୋନାର ପଜିଟିଭିଟି ରେଟ୍ ୦.୫ ପ୍ରତିଶତକୁ ଟପିଛି । କ୍ରମାଗତ ବଢୁଥିବା କରୋନା ସଂକ୍ରମଣ ସ୍ଥିତିକୁ ଦେଖି କେଜରିୱାଲ ସରକାର ଆଜିଠୁ ନାଇଟ୍ କର୍ଫ୍ୟୁ ଲଗାଇଛନ୍ତି । କେବଳ ଦିଲ୍ଲୀ ନୁହେଁ ମହାରାଷ୍ଟ୍ର, କର୍ଣ୍ଣାଟକ, ଉତ୍ତରପ୍ରଦେଶ,ଆସାମ୍, ହରିୟାଣା ଓ ମଧ୍ୟପ୍ରେଦେଶ ଓ ଗୁଜୁରାଟରେ ମଧ୍ୟ ନାଇଟ୍ କର୍ଫ୍ୟୁ ଲାଗୁ କରାଯାଇଛି ।
ସୂଚନା ଅନୁସାରେ, ଆବଶ୍ୟକ ସ୍ଥଳେ ୟେଲୋ ଆଲର୍ଟ ବି ଜାରି ହୋଇପାରେ । ୟେଲୋ ଆଲର୍ଟରେ ରାତି ୧୦ରୁ ସକାଳ ୫ ଯାଏଁ ନାଇଟ୍ କର୍ଫ୍ୟୁ ବଳବତ୍ତର ରହିପାରେ । ସେହିପରି ମୁମ୍ବାଇରେ କରୋନାର ୯୨୨ଟି ନୂଆ କେସ୍ ସାମ୍ନାକୁ ଆସିଛି । ଗତ ଶନିବାର ୭୫୭ ଜଣ ନୂଆ ରୋଗୀଙ୍କୁ ଚିହ୍ନଟ କରାଯାଇଥିବାବେଳେ ଦୈନିକ ସଂକ୍ରମଣ ଗତକାଲି ୨୧ ପ୍ରତିଶତ ବଢ଼ିଥିଲା । ଯାହା ୭ ମାସର ବ୍ୟବଧାନ ପରେ ସର୍ବାଧିକ ବୋଲି କୁହାଯାଉଛି ।
ସେହିପରି, ଉତ୍ତର ପ୍ରଦେଶରେ ମଧ୍ୟ ନାଇଟ୍ କର୍ଫ୍ୟୁ କଟକଣା ଲାଗୁ ହୋଇଛି । ଫଳରେ ରାତି ୧୧ଟାରୁ ଭୋର୍ ୫ଟା ଯାଏ ରାତ୍ରୀକାଳିନ କଟକଣା ଜାରି କରାଯାଇଛି । ଏଥିପାଇଁ ପୋଲିସ ପ୍ରଶାସନ ପକ୍ଷରୁ ମଧ୍ୟ ପଦକ୍ଷେପ ସ୍ୱରୂପ ଲୋକଙ୍କୁ ସଚେତନ କରାଯାଉଛି । ପୋଲିସ ଅଧିକାରୀମାନେ ରାସ୍ତା କଡ଼ର ଛୋଟ ବଡ଼ ସବୁ ଦୋକାନକୁ ଯାଇ ସେମାନଙ୍କ ଦୋକାନ ରାତି ୧୧ଟା ପୂର୍ବରୁ ବନ୍ଦ କରିବାକୁ ପରାମର୍ଶ ଦେଉଛନ୍ତି । କେବଳ ଏତିକି ନୁହେଁ ଓମିକ୍ରନ ସଂକ୍ରମଣକୁ ନେଇ ସତର୍କ କରାଇବା ସହ ମାକ୍ସ ପରିଧାନ ଏବଂ କୋଭିଡ୍ କଟକଣାର ପାଳନ କରିବାକୁ ମଧ୍ୟ ପରାମର୍ଶ ଦେଉଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1640583392.jpg)